ଜ୍ବାଇଁର ଲୁହା ରଡ ଆକ୍ରମଣରେ ତିନିଜଣ ଆହତ … ଶ୍ୱଶୁରଙ୍କ ମୃତ୍ୟୁ, ପତ୍ନୀ ଏବଂ ଶାଶୁ ଗୁରୁତର ଆହତ
କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ଅଞ୍ଚଳରେ ଜ୍ବାଇଁ କୃଷ୍ଣ ଜାନୀ ଲୁହା ରଡ ଦ୍ୱରା ଆକ୍ରମଣରେ ଶ୍ୱଶୁର ଲୋଚନ ବୈପାରୀ(୫୦) ମୃତ୍ୟୁ ହୋଇଥିବା ବେଳେ ଶାଶୁ ଓ ସ୍ତ୍ରୀ ଗୁରୁତର ହୋଇଥିଲେ । ଖବର ଶୁଣି ଘଟଣାସ୍ତଳକୁ ପୋଲିସ ପହଞ୍ଚି ତଦନ୍ତ କରୁଛି । ଏହି ଘଟଣା ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଘଟିଥିବା ବେଳେ ଘଟଣାସ୍ତଳରୁ ଜ୍ବାଇଁ କୃଷ୍ଣ ଜାନୀ ଫେରାର ହୋଇଯାଇଛି ।
ମିଳିଥିବା ସୁଚନା ମୁତାବକ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ନିତି ପାରିବାରିକ କଳହ ଲାଗିରହିଥିଲା । ସ୍ବାମୀ ନୀତି ସ୍ତ୍ରୀକୁ ବାଡାପିଟା କରିଥାଏ। ପରିଶେଷରେ ସ୍ବାମୀର ଅତ୍ୟାଚାରରେ ଅତିଷ୍ଠ ହେବାରୁ ପାରିବାରିକ ସମସ୍ୟାରେ ଅସହ୍ୟ ହୋଇ ସ୍ତ୍ରୀ ଜଣକ ବିଗତ ଛଅମାସ ହେବ ତାଙ୍କ ବାପାମାଆଙ୍କ ଘରେ ରହିଆସୁଥିଲେ । ଦୁଇ ନାବାଳକ ସହଯୋଗୀଙ୍କ ସହ ଜ୍ବାଇଁ କୃଷ୍ଣ ଯାନି ଶନିବାର ବିଳମ୍ବିିତ ରାତିରେ ଶ୍ୱଶୁର ଘରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଘର ବାହାରେ ଡାକି ଦୁଇ ନାବାଳିକାଙ୍କ ସାହାଯ୍ୟରେ ମହିଳାଙ୍କୁ ପିଟିବା ଆରମ୍ଭ କରିଥିଲେ। ଏହି ସମୟରେ, ଯେତେବେଳେ ମହିଳାଙ୍କ ମାଆବାପା ଘର ବାହାକୁ ଆସିବା ବେଳେ କ୍ରଧିତ ଜ୍ବାଇଁ କୃଷ୍ଣ ଲୁହା ରଡରେ ଶାଶୁଶ୍ୱଶୁରଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଶ୍ୱଶୁର ଅଚେତ ହୋଇପଡ଼ିଥିଲେ। ଏହା ପରେ କୃଷ୍ଣ ଘଟଣାସ୍ଥଳରୁ ଫେରାର ହୋଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିବା ବେଳେ ଶ୍ଵଶୁରଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ । ଖବର ଶୁଣି ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୋଲିସ ପହଞ୍ଚି ତଦନ୍ତ କରିବା ସହ ଜ୍ୱାଇଁ କୃଷ୍ଣ ଜାନୀଙ୍କୁ ଗିରଫ କରି ଦୁଇ ନାବାଳିକାଙ୍କୁ ପଚରାଉଚରା କରୁଛି।ଉକ୍ତ ମାମଲାରେ ଲକ୍ଷ୍ମୀପୁର ପୋଲିସ ପିଏସ କେସ ନଂ. ୧୪୮/୨୪ ରୁଜୁ କରିଛି।
ମୃତ ଶ୍ୱଶୁର ଲୋଚନ ବୈପାରୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ହୋଇଥିଲା।
ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ