May 15, 2025
Home » ଟାଟା ଷ୍ଟିଲ ପକ୍ଷରୁ ଜୀବନ ରକ୍ଷା ଉପଚାର ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଟାଟା ଷ୍ଟିଲ ପକ୍ଷରୁ ଜୀବନ ରକ୍ଷା ଉପଚାର ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

0
WhatsApp Image 2024-09-12 at 1.36.55 PM

 

କୋଇଡ଼ା – ଟାଟା ଷ୍ଟିଲ୍ ପକ୍ଷରୁ ଜୀବନ ରକ୍ଷାକାରୀ ଉପଚାର ଉପରେ ଏକ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ କୋଇଡ଼ା ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ବୁଧବାର ଆୟୋଜିତ ହୋଇଯାଇଛି ।ମହାବିଦ୍ୟାଳୟ ର ପ୍ରାୟ 75 ଜଣ ଛାତ୍ରଛାତ୍ରୀ ଙ୍କୁ ଟାଟା ଷ୍ଟିଲ ଫାଉଣ୍ଡେସନ ର ପ୍ରଶିକ୍ଷକ ସର୍ବେଶ୍ଵର ବେହେରା, ବିରେନ୍ଦ୍ର ମହାନ୍ତ ଏବଂ ମିତାରାଣୀ ସାହୁ ଆପାତକାଳୀନ ଜୀବନ ରକ୍ଷା ଉପଚାର ଉପରେ ପ୍ରାକ୍ଟିକାଲ ଡେମନଷ୍ଟ୍ରେସନ ଜରିଆରେ ଏହି ତାଲିମ ପ୍ରଦାନ କରିଥିଲେ Iବିଶେଷକରି ହୃଦଘାତ, ଆପାତ କାଳୀନ ସମୟରେ ନିଶ୍ଵାସ ପ୍ରଶ୍ଵାସ ର ସ୍ୱାଭାବିକ ଚଳନ ଏବଂ ଶରୀର ଉପରେ ବାହ୍ୟ ପ୍ରଭାବ ଦ୍ଵାରା କିପରି ଜୀବନ ବଞ୍ଚା ଯାଇ ପାରିବ, ତା’ ଉପରେ ଏହି ତାଲିମ ପ୍ରଦାନ କରାଯାଇଥିଲା I’ଏମର୍ଜେନ୍ସି ରେସପନସ୍ ପ୍ରୋଟୋକଲ’ କୁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝା ଯାଇ ଏହା ର ସଠିକ ସମୟରେ ସଠିକ ଉପଯୋଗ ବିଷୟ ରେ ଅବଗତ କରାଯାଇଥିଲା Iକାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷ ସମ୍ବିତ ମହାନ୍ତି ଏବଂ ସହ- ଅଧ୍ୟକ୍ଷ ପ୍ରଦୀପ ପଟ୍ଟନାୟକ ଏହି ତାଲିମ ର ଉପାଦେୟତା ସମ୍ପର୍କରେ ଆଲୋକପାତ କରି, ଶିବିର ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ କୁ ଧନ୍ୟବାଦ ଜଣାଇଥିଲେ Iଜୀବନ ରକ୍ଷାକାରୀ କୌଶଳରେ ଉନ୍ନତି ଆଣିବା ଏବଂ ପ୍ରାଥମିକ ଚିକିତ୍ସା ବିଷୟରେ ସମସ୍ତଙ୍କୁ ଅବଗତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।

ସୁନ୍ଦରଗଡ଼ ଜିଲ୍ଲା କୋଇଡା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଲ ।

Leave a Reply

Your email address will not be published. Required fields are marked *

You may have missed