ଟେକ୍ସାସ କମ୍ପାନୀ ର କୃଷି ଉପକରଣ ସୋରୁମ୍ ଉଦଘାଟିତ
ରାୟଗଡ଼ା ଠାରେ ଅମ୍ରିତା ଅଗ୍ରୋ ଏଣ୍ଟରପ୍ରାଇସ ଦ୍ଵାରା ଟେକ୍ସାସ କମ୍ପାନୀ ର କୃଷି ଉପକରଣ ସୋରୁମ୍ ଉଦଘାଟିତ ହୋଇଯାଇଛି । ଏହା ରାୟଗଡ଼ା ସହର ସ୍ଥିତ ସାଇପ୍ରିୟା ନଗର ରିଲିଏନ୍ସ ମାର୍ଟ ନିକଟରେ ଅବସ୍ଥିତ। ଉକ୍ତ ଉଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ଗୋଷ୍ଠି କୃଷି ଅଧିକାରୀ ଶ୍ରୀ ଶ୍ୟାମ ମୂର୍ମୁ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଶୁଭ ଉଦଘାଟନ ଅବସରରେ ଟେକ୍ସାସ କମ୍ପାନୀର ଓଡ଼ିଶା କ୍ଷେତ୍ର ପ୍ରବନ୍ଧକ ଶ୍ରୀ ମନୋରଞ୍ଜନ ପୃଷ୍ଟି ଯୋଗ ଦେଇ ଟେକ୍ସାସ କମ୍ପାନୀ ଡେନମାର୍କର ଏକ ସୁନାମଧନ୍ୟ କୃଷି ଉପକରଣ କମ୍ପାନୀ ଅଟେ ବୋଲି କହିବା ସହ ୩୨ ଟି ଦେଶରେ ଚାଷୀମାନଙ୍କୁ ସୁଚାରୁ ରୂପରେ ସେବା ଉପଲବ୍ଧ କରି ଆସୁଅଛି ବୋଲି କହିଥିଲେ। ଭାରତରେ ୧୧ ବର୍ଷ ଏବଂ ଓଡ଼ିଶା ପ୍ରଦେଶ ରେ ୪ ବର୍ଷ ହେଲା ସରକାରୀ ରିହାତି ମାଧ୍ୟମରେ ଚାଷୀ ମାନଙ୍କୁ ତାହାର ସେବା ଯୋଗାଇ ଆସୁଅଛି । ଏହାର ପ୍ରତିଟି ଯନ୍ତ୍ରାଂଶ ସ୍ଥାନୀୟ ଅମ୍ରିତା ଅଗ୍ରୋ ଏଣ୍ଟରପ୍ରାଇସ ଠାରେ ଚାଷୀ ମାନଙ୍କ ପାଇଁ ସୁଲଭ ଦରରେ ଉପଲବ୍ଧ କରିବା ସହ ଏହା ତାହାର କମ୍ପାନୀ ତାହାର ସେବା ଓ ପ୍ରତିଟି ଯନ୍ତ୍ରାଂଶରେ ଗୁଣମାନ୍ୟତା ବଜାୟ ରଖି ଆସିଥିବା ହେତୁ ବିଗତ ୬୨ ବର୍ଷ ଚାଷୀ କମ୍ପାନୀ ଉପରେ ଭରଷା ରଖି ଆସିଛନ୍ତି ବୋଲି ଶ୍ରୀ ପୃଷ୍ଟି କହିଥିଲେ । ଏହି ଅବସରରେ ଅମ୍ରିତା ଅଗ୍ରୋ ଏଣ୍ଟରପ୍ରାଇସର ମୁଖ୍ୟ ତାପସ କୁମାର ଶ୍ରୀଚନ୍ଦନ,ରାଜ୍ୟର ଯାନ୍ତ୍ରିକ କାରିଗର କୈଳାସ ଚନ୍ଦ୍ର ସାମଲ ଏବଂ କୋଲନରା ବ୍ଲକ କୃଷି ବିଭାଗର ଏଟିମ୍ ଶ୍ରୀ ସରୋଜ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )