April 27, 2025
Home » ଡମ୍ବରୁଗଡ଼ ସିଦ୍ଧଗୁରୁ ମଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ

ଡମ୍ବରୁଗଡ଼ ସିଦ୍ଧଗୁରୁ ମଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ

0
WhatsApp Image 2024-07-21 at 6.03.31 PM

ବୌଦ୍ଧ: ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼ ଠାରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ମଠର ମହନ୍ତ ସର୍ବେଶ୍ୱର ଦାସ ମହାରାଜଙ୍କ ପ୍ରତ୍ୟକ୍ଷ୍ ତତ୍ତ୍ଵାବଧାନରେ ସକାଳ 10ଘଣ୍ଟା ସମୟରୁ ମଠର ନୀତିକାନ୍ତି ପରେ ସାକେତପ୍ରାପ୍ତ 1008ତ୍ୟାଗୀ ଗିରିବର ଦାସଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ସମବେତ ଗୁରୁ ବନ୍ଦନା କରାଯାଇଥିଲା l

 

ଏହି ଅବସରରେ ସଂକୀର୍ତ୍ତନ୍ୟ, ପ୍ରବଚନ ଓ ପ୍ରସାଦ ସେବନ କମିଟି ତରଫରୁ ବ୍ୟବସ୍ଥା କରାଯାଇଥିଲା l ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ କମିଟି ସଭାପତି ତଥା ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ପ୍ରବଚନ ଦେଇଥିବା ବେଳେ ଅଂଚଳର ଭକ୍ତ ମାନେ ସଂକୀର୍ତ୍ତନ୍ୟ କରିଥିଲେ l ମଠ ପରିଚାଳନା କମିଟି ସଭାପତି ପୟୋଧର ମହାକୁଡ଼, ଉପ ସଭାପତି ରମେଶ ପ୍ରସାଦ ସାହୁ,ଯଜ୍ଞ କମିଟି ଉପ ସଭାପତି ରାଜ କୁମାର ମେହେର, ସମ୍ପାଦକ କୃତ୍ତିବାସ ପଲିଆ,କାର୍ଯ୍ୟକାରୀ ସଦସ୍ୟ ଦାଶରଥି ମହାକୁଡ଼, ରଂଜିତ ମହାକୁଡ଼,ଶିବ କର୍ମୀ, ଶ୍ରୀକ୍ଷେତ୍ର ମହାକୁଡ଼, ମନୋଜ ମହାକୁଡ଼, ବାଉଂଶୁଣୀ ସରପଞ୍ଚ ଅଇଁଠୁ ମହାଲିକ, ତାଳସରଡ଼ା ସମିତି ସଭ୍ୟ ରାଜ କୁମାର ସେଠୀ ଙ୍କ ସହିତ ଅଂଚଳର ଭକ୍ତ ମାନେ ସହଯୋଗ କରିଥିଲେ l

 

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *