August 20, 2026
Home » ଡାକ୍ତରବାଞ୍ଜିରି ଜମିଘୋଟାଲାରେ ପୂର୍ବତନ ଜିଲ୍ଲାପାଳ ସମ୍ପୃକ୍ତ – ପୂର୍ବତନ ପାରଳାଖେମୁଣ୍ଡି ବିଧାୟକଙ୍କ ଅଭିଯୋଗ

ଡାକ୍ତରବାଞ୍ଜିରି ଜମିଘୋଟାଲାରେ ପୂର୍ବତନ ଜିଲ୍ଲାପାଳ ସମ୍ପୃକ୍ତ – ପୂର୍ବତନ ପାରଳାଖେମୁଣ୍ଡି ବିଧାୟକଙ୍କ ଅଭିଯୋଗ

0
WhatsApp Image 2025-07-27 at 1.15.30 PM (1)

ଗଜପତି ଜିଲ୍ଲାରେ ପ୍ରଶାସନର ତତ୍ବାବଧାନରେ 42 ଏକର ଜମି ଘୋଟାଲା କରାଯାଇଛି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ନେତା କେ.ନାରାୟଣ ରାଓ ନିଜ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି । ଶ୍ରୀ ରାଓ ଏହି ଘୋଟାଲା ଗଜପତି ଜିଲ୍ଲା ଉପଲଡା ରାଜସ୍ବ ସର୍କଲ ଅନ୍ତର୍ଗତ ପର୍ଶୁରାମପୁର ମୌଜାର ଡାକ୍ତରବାଞ୍ଜିରି ଗ୍ରାମରେ କରାଯାଇଛି ।

ଖାତା ନମ୍ବର ୫୧ ଅନ୍ତର୍ଗତ ମୋଟ ୪୨.୯୭୪୩ ଏକର ପରିମିତ ଜମି ବିକ୍ରି ହୋଇଛି । ଏଥି ମଧ୍ୟରେ 162 ନମ୍ବର ପ୍ଲଟରେ 50ରୁ ଉର୍ଦ୍ଧ ଘର ଓ 166 ନମ୍ବର ପ୍ଲଟରେ ବିଦ୍ୟାଳୟ ରହିଛି । ଏମାନଙ୍କୁ ସରକାରଙ୍କ ତରଫରୁ ଆବାସିକ ଯୋଜନାରେ ଘର ସମେତ ବିଦ୍ୟୁତ, ପାଇପ ଯୋଗେ ଜଳ ଯୋଗାଣ ଆଦି ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଏହି ଜମିଟି ଏମ୍.ସତ୍ୟନାରାୟଣ ରାଓ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଥିଲା । ତାଙ୍କର 7 ପୁଅ ଓ 7 ଝିଅ ଥିଲେ । ଏମାନଙ୍କ ମଧ୍ୟରୁ ଏମ୍. ଚନ୍ଦ୍ରଶେଖର ରାଓ ଏହି ଜାଗାକୁ ଅସାଧୁ ଉପାୟ ଅବଲମ୍ବନ କରି ବିକ୍ରି କରିଛନ୍ତି । ନିୟମ ମୁତାବକ ଯଦି କୌଣସି ଜାଗା ବିକ୍ରି କରାଗଲେ ପରିବାରରେ ଥିବା ସମସ୍ତ ସଦସ୍ୟଙ୍କର ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଆବଶ୍ୟକ ରହିଛି । କିନ୍ତୁ ପୂର୍ବତନ ବିଧାୟକ ଶ୍ରୀ ରାଓଙ୍କ ଅଭିଯୋଗ ମୁତାବକ ପରିବାରରେ ଏତେ ସଦସ୍ୟ ଥାଉ ଥାଉ କେବଳ ଜଣେ ମାତ୍ର ସଦସ୍ୟର ଉତ୍ତରାଧିକାରୀ ପ୍ରମାଣପତ୍ରକୁ ଆଧାର କରି ନିବନ୍ଧକଙ୍କ କାର୍ଯ୍ୟାଳୟରେ କିଭଳି ବିକ୍ରି ହେଲା ।

ସେ ଆହୁରି ଅଭିଯୋଗ କରିଛନ୍ତି ଏମ୍. ଚନ୍ଦ୍ରଶେଖର ରାଓ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବାରୁ ପୋଲିସ ସହାୟତାରେ ଆମ୍ବୁଲାନ୍ସରେ କଡା ସୁରକ୍ଷା ମଧ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ନିବନ୍ଧକଙ୍କ କାର୍ଯ୍ୟାଳୟକୁ ପଞ୍ଜିକରଣ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ତେବେ ଏହି ସମସ୍ତ କାର୍ଯ୍ୟ ପୂର୍ବତନ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଇଙ୍ଗିତରେ ହୋଇଥିବା ନେଇ ବିଜେପି ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ରାଓ ଗୁରୁତର ଅଭିଯୋଗ କରିଛନ୍ତି । ନିୟମ ମୁତାବକ ଜମି କିମ୍ବା ଘର କିଣା ବିକା ବେଳେ ଆର୍.ଆଇଙ୍କ ଟ୍ରେସ୍ ମ୍ୟାପ୍ ଜରୁରୀ ଅଟେ । ଡାକ୍ତରବାଞ୍ଜିରି 42 ଏକରରୁ ଉର୍ଦ୍ଧ ଜମି କିଣାବିକା ବେଳେ ଏହି ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରାଯାଇ ତହସିଲଦାରଙ୍କ ଦ୍ବାରା ଟ୍ରେସ୍ ମ୍ୟାପ୍ ପ୍ରସ୍ତୁତ କରାଯାଇ ବିକ୍ରୟ କରାଯାଇଥିଲା । ଏହି ଜମି ବିକାକିଣାରେ ଅସାଧୁ ଉପାୟ ଓ ବେଆଇନ ପନ୍ଥା ଅବଲମ୍ବନ କରାଯାଉଥିବା ଅନୁଭବ କରି ଟ୍ରେସ୍ ମ୍ୟାପ୍ ଦେଇନଥିଲେ ।

ଯାହାଫଳରେ କି ତାଙ୍କୁ ବଦଳି କରିଦିଆଯାଇଥିଲା ବୋଲି ବିଜେପି ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ରାଓ କହିଛନ୍ତି । ଏହି ଘଟଣାରେ ଅତିରିକ୍ତି ଜିଲ୍ଲାପାଳ, ପାରଳାଖେମୁଣ୍ଡି ତହସିଲଦାର, କତଳକଇଠା ପଞ୍ଚାୟତର କିଛି ନେତାଙ୍କ ସମେତ ସ୍ଥାନୀୟ ବିଧାୟକ ପ୍ରଭୃତିଙ୍କ ସମ୍ପୃକ୍ତି ରହିଥିବାର ଶୁଣିବାକୁ ମିଳୁଛି ବୋଲି ବିଜେପି ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ରାଓ କହିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି । 15 ଦିନ ମଧ୍ୟରେ ଉକ୍ତ ଜମିର ରେଜିଷ୍ଟ୍ରେସନ୍ ବାତିଲ କରିବା ଏବଂ ଏହି ମହାଘୋଟାଲାର ତଦନ୍ତ କରାନଗଲେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଗଜପତି ଜିଲ୍ଲା ଇପିଏରୁ ଦିଲ୍ଲୀପ କୁମାର ଶତପଥୀଙ୍କ ରିପୋର୍ଟ

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed