May 15, 2025
Home » ଡାକ୍ତର ନିଯୁକ୍ତି ସମେତ ସାତ ଦଫା ଦାବୀ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ

ଡାକ୍ତର ନିଯୁକ୍ତି ସମେତ ସାତ ଦଫା ଦାବୀ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ

0
WhatsApp Image 2024-09-26 at 6.13.42 PM

 

ବ୍ରହ୍ମପୁର,: ବ୍ରହ୍ମପୁର ମହାନଗର ସିଟି ହସ୍ପିଟାଲରେ ଦୀର୍ଘ ଦିନରୁ ଡାକ୍ତରଙ୍କ ଅଭାବରୁ ପ୍ରତ୍ୟେକ ଦିନ ନାହିଁ ନ ଥିବା ସମସ୍ୟା ଦେଖାଯାଉଛି l ରୋଗୀ ସେବା ପାଇନପାରି ଋଣ ଗ୍ରସ୍ତ ହୋଇ ଜୀବନ ବଞ୍ଚାଇବା ପାଇଁ ଯେନତେନ ପ୍ରକାରେ ରୋଗୀ ବିଭିନ୍ନ ଘରୋଇ ମେଡିକାଲକୁ ଯିବାକୁ ବାଧ୍ୟ ହେଉଛନ୍ତି l ଏଭଳି ଅବ୍ୟବସ୍ଥା ମଧ୍ୟରେ ସିଟି ହସ୍ପିଟାଲକୁ ଦୈନନ୍ଦିନ ଏକ ହଜାରରୁ ଅଧିକ ରୋଗୀ ଚିକିତ୍ସା ସେବା ପାଇବା ପାଇଁ ଆସୁଛନ୍ତି l ଏହି ପରିପ୍ରେକ୍ଷୀରେ ପରିସଂଖ୍ୟାନରୁ ଜଣା ପଡୁଛି ଯେ, ୧୯୩ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୩୯ଜଣ ଡାକ୍ତରଙ୍କ ଭରସାରେ ସିଟି ହସ୍ପିଟାଲରେ ରୋଗୀ ସେବା ଚାଲିଛି l ବର୍ତମାନ ପିଜି ଛାତ୍ରଙ୍କ ଭରସାରେ ରୋଗୀ ସେବା ଚାଲିଛି ବୋଲି ଜିଲ୍ଲା ମେଡିକାଲ ଅଫିସର ତଥା ସିଟି ହସ୍ପିଟାଲ ଅଧିକ୍ଷକ ଡା. ବିଶ୍ୱମ୍ବର ବେହେରା ଯୁକ୍ତି ବାଢିଛନ୍ତି, ଯାହାକି ଆଦୌ ଯୁକ୍ତିଯୁକ୍ତ ନୁହଁ ଓ ଅଧିକାଂଶ ସମୟରେ ରୋଗୀର ଅକାଳ ମୃତ୍ୟୁ ପାଇଁ ଅଭିଜ୍ଞତା ସମ୍ପନ୍ନ ଡାକ୍ତରଙ୍କ ଅଭାବ ହିଁ ଦାୟୀ ବୋଲି ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା ଅଭିଯୋଗ କରିଛନ୍ତି l

ତୁରନ୍ତ ସମସ୍ତ ଡାକ୍ତର ପଦବୀ ପୂରଣ ସମେତ ସାତ ଗୋଟି ପ୍ରମୁଖ ଦାବିନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ସକାଳ ୮ଘଣ୍ଟ ରୁ ୧୨ଘଣ୍ଟl ପର୍ଯ୍ୟନ୍ତ ଡାକ୍ତରଙ୍କ ରୋଗୀ ଦେଖା ସମୟ ଥିଲେ ବି ଅଧିକାଂଶ ଡାକ୍ତର ଠିକ ସମୟରେ ଉପସ୍ଥିତ ନ ରହିବା ଆଉ ଗୋଟିଏ ବଡ଼ ସମସ୍ୟା ଦେଖାଯାଇଛି l ଏ ପ୍ରକାର କାର୍ଯ୍ୟରେ ଅବହେଳା କରୁଥିବା ଡାକ୍ତରଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମଞ୍ଚ ଦାବୀ କରିଛି l ସିଟି ହସ୍ପିଟାଲରେ ସିଟି ସ୍କାନ, ଏମଆରଆଇ, ଡାଏଲିସିସ ବିଭାଗ ଖୋଲିବା, ଦୀର୍ଘ ମାସରୁ ଅଚଳ ଥିବା ଏକ୍ସ-ରେ ମେସିନ ତୁରନ୍ତ ସଜାଡ଼ିବା, ଅଚଳ ହୋଇପଡୁଥିବା ଜରୁରୀ ମେସିନ ଗୁଡିକୁ ତୁରନ୍ତ ନିୟମିତ ଭାବେ ମରାମତି କରାଯିବା, ଦୁଇ ବର୍ଷରୁ ଅଚଳ ହୋଇପଡିଥିବା କିଛି ଫିଜିଓଥେରାପି ମେସିନକୁ ତୁରନ୍ତ ସଜାଡ଼ିବା,ଫିଜିଓଥେରାପିରେ ଜେନେରେଟର ବ୍ୟବସ୍ଥା ରଖିବା ଓ ଛୁଟି ଦିନ ଗୁଡିକୁ ବାତିଲ କରି ପ୍ରତ୍ୟେକ ଦିନ ଫିଜିଓଥେରାପି ସେବା ଯୋଗାଇବା, କିଛି ଅସାଧୁ କର୍ମଚାରୀଙ୍କ ଘରୋଇ କ୍ଲିନିକ, ରୋଗ ନିଦାନ କେନ୍ଦ୍ର ଓ ଫିଜିଓଥେରାପି କେନ୍ଦ୍ର ସହ କମିଶନ କାରବାର ଯୋଗୁଁ ସିଟି ହସ୍ପିଟାଲରେ ରୋଗୀ ଅଧିକ ମାତ୍ରାରେ ହନ୍ତସନ୍ତ ହେଉଥିବା ଜଣାପଡୁଛି l ତୁରନ୍ତ ଏହି ସଲାସୁତରା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଞ୍ଚ ଦାବୀ କରିଛି l ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା ଙ୍କ ସହ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସାଲ୍ଲା.କେଶବ ଲିଙ୍ଗମ,ସୁରେନ୍ଦ୍ର ନାଥ ପଣ୍ଡା,ମନୋଜ କୁମାର ତରାଇ,ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ଓଡ଼ିଆ ଭାଷା ଆନ୍ଦୋଳନର ନେତା ତ୍ରିନାଥ ମହାରଣା,ମହିମାର ସମ୍ପାଦକ ଶିବ ସୁନ୍ଦର ରଥ,ବିଜୟ କୁମାର ପାଢ଼ୀ, ଆର. ସତ୍ୟ ନାରାୟଣ ରାଓ, ଏସ.ଶାମ୍ବାଶିବା ରାଓ, ଆପ ର ନେତା ଆଦିତ୍ୟ ନାରାୟଣ ରଥ, ସିମାଞ୍ଚଳ ପତି, ପୂର୍ଣ୍ଣ ଚନ୍ଦ୍ର ମହାରଣା, ଭୁବନେଶ୍ୱର ସାହୁ ପ୍ରମୁଖ ବିକ୍ଷୋଭ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁପସ୍ଥିତିରେ ସିଟି ହସ୍ପିଟାଲ ଅଧିକ୍ଷକ ଡା.ବିଶ୍ୱମ୍ବର ବେହେରାଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *

You may have missed