October 3, 2026
Home » ଡିଜିଟାଲ ସ୍ୱାକ୍ଷରତା ଓ ସାଇବର ସୁରକ୍ଷା କୁ ନେଇ ସଚେତନତା ଶିବିର

ଡିଜିଟାଲ ସ୍ୱାକ୍ଷରତା ଓ ସାଇବର ସୁରକ୍ଷା କୁ ନେଇ ସଚେତନତା ଶିବିର

0
WhatsApp Image 2026-10-03 at 3.55.04 PM

 

କେସିଙ୍ଗା :ସମ୍ପ୍ରତି ଡିଜିଟାଲ ଯୁଗରେ ସଚେତନତା ର ଅଭାବ ଯୋଗୁଁ ଅନେକ ଲୋକ ସାଇବର ଠକେଇ ର ଶିକାର ହୋଇ ନିଜ ପରିଶ୍ରମ ର ଟଙ୍କା ସାଇବର ଠକ ମାନଙ୍କୁ ଦେଇଥିବା ଅନେକ ଉଦାହରଣ ରହିଛି। ଏହି ଠକେଇ ରୁ କିପରି ନିଜକୁ ସୁରକ୍ଷିତ ରଖିବେ ସେ ନେଇ ଏସବିଆଇ ଓ ରାମକୀ ଫାଉଣ୍ଡେସନ ଓ ପକ୍ଷରୁ ଆଜି କେସିଙ୍ଗା ବ୍ଲକ ଉତ୍କେଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପଞ୍ଚାନନ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସାଇବର୍ ଠକେଇ ଉପରେ ଆଲୋଚନା ହୋଇଥିଲା।

ଆଜି କାଲି ର ଡିଜିଟାଲ ଯୁଗରେ ଡିଜିଟାଲ ସ୍ୱାକ୍ଷରତା ଛାତ୍ର ଛାତ୍ରୀ ମାନଙ୍କ ପାଇଁ କେତେ ଆବଶ୍ୟକ ଓ କିପରି ତାହାର ଉପଯୋଗ କରି ନିଜ ପାଠପଢିବା ରେ ଡିଜିଟାଲ ସାକ୍ଷରତା ଯେପରିକି ଅନଲାଇନ କ୍ଲାସ, ଅନଲାଇନ ପାଠ ସମ୍ବନ୍ଧୀୟ ଭିଡ଼ିଓ ବାର୍ତ୍ତାର ସହଯୋଗ ନେଇ ପାଠ କୁ ସରଳ କରିପାରିବେ ସେହି ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇବା ସହ ଆଲୋଚନା କରାଯାଇ ଦିନକୁ ଦିନ ବଢି ଚାଲିଥିବା ସାଇବର ଠକେଇ ବିଷୟରେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯାଇ ପରିବାର ର ଯେ କୌଣସି ମୋବାଇଲ ଧରିଲେ କାହାକୁ ପାସୱାଡ ,ଓଟିପି କିମ୍ବା ଅନ୍ୟ କୌଣସି ବିକଳ୍ପ କାହାକୁ ସେୟାର ନ କରିବା ପାଇଁ ରାମକି ଫାଉଣ୍ଡେସନର ଜିଲ୍ଲା ପି ସି ଅନୁରୋଧ କରିଥିଲେ।କାରଣ ସଚେତନତା ହିଁ ସାଇବର ଠକେଇ ର ମୂଳମନ୍ତ୍ର ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ,ଗୁରୁମାଁ ରାମକୀ ଫାଉନଣ୍ଡେସନ ର ଡାକ୍ତର ଙ୍କ ସମେତ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ବିଦ୍ୟାଳୟ ର ଗୁରୁଜୀ ମନୋରଞ୍ଜନ ଦାସ ଧନ୍ୟବାଦ୍ ଅର୍ପଣ କରି ଏସ ବି ଆଇ ଓ ରାମକୀ ଫାଉନଣ୍ଡେସନ ର ଉକ୍ତ ଅତି ଜରୁରୀ ଓ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିବାରୁ ଦୁଇ ସଂଗଠନକୁ ପ୍ରଶଂସା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *