ଡି.ଏ.ଭି. ପବ୍ଲିକ୍ ସ୍କୁଲ,ପାରାଦ୍ଵୀପ ପୋର୍ଟ ପକ୍ଷରୁ ମା’ ସନ୍ତୋଷୀ ଜରାଶ୍ରମରେ ସହାୟତା ପ୍ରଦାନ

ପାରାଦ୍ବୀପ: ଡି.ଏ.ଭି. ପବ୍ଲିକ୍ ସ୍କୁଲ,ପାରାଦ୍ଵୀପ ପୋର୍ଟ ପକ୍ଷରୁ ବାଲିଝରାରେ ଅବସ୍ଥିତ ମା’ ସନ୍ତୋଷୀ ଜରା ନିବାସରେ ରହୁଥିବା ଅନେକ ଅସହାୟ ଜରା ବ୍ୟକ୍ତିମାନଙ୍କୁ ସହାୟତା କରାଯାଇଥିଲା l ସ୍କୁଲ ର ଅଧ୍ୟକ୍ଷା ଶ୍ରୀମତୀ ବିନ୍ଦୁଶ୍ରୀ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଏକତ୍ର ହୋଇ ଏହି ମହତ କାର୍ଯ୍ୟରେ ଯୋଗ ଦେଇଥିଲେ I ସେମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସମସ୍ତ ସାମଗ୍ରୀ ପ୍ରଦାନ କରି ସେମାନଙ୍କୁ କିଞ୍ଚିତ ମାତ୍ରାରେ ସହାୟତାର ହାତ ବଢ଼ାଇଥିଲେ l ସେମାନଙ୍କର ସମସ୍ତ ସୁଖ-ଦୁଃଖ , ସୁବିଧା- ଅସୁବିଧା ବୁଝିଥିଲେ I ସେମାନେ ସମସ୍ତ ସାମଗ୍ରୀ ଗ୍ରହଣ କରି ନିଜର ଆନନ୍ଦ ବ୍ୟକ୍ତ କରିଥିଲେ ଓ ଆଶୀର୍ବାଦ ପ୍ରଦାନ କରିଥିଲେ I