ଡେଙ୍ଗ ହାଇସ୍କୁଲରେ ଶିକ୍ଷକ ଓ ଅଭିବାବକ ସମ୍ମିଳନୀ
ସୁବର୍ଣ୍ଣପୁର: ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା, ଅନଲାଇନ୍ ଏକଟିଭିଟିରେ ସତର୍କତା, ସାଇବର ସଚେତନତା, ସ୍ୱଚ୍ଛତା ପକ୍ଷ ପାଳନ, ସୁରଭି କାର୍ଯ୍ୟକ୍ରମ, ୟୁଥ ଓ ଇକୋ କ୍ଲବର କ୍ରିୟାନ୍ୱୟନ, ବୟସ ଅନୁସାରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଶ୍ରେଣୀରେ ନାମ ଲେଖା, ନିୟମିତ ଶିକ୍ଷା ଗ୍ରହଣ ଓ ସମାପ୍ତି ଭଳି ବିଭିନ୍ନ ଦିଗକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଠାରେ ଶିକ୍ଷକ ଓ ଅଭିଭାବକଙ୍କ ଚଳିତ ବର୍ଷର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ରଙ୍କ ତତ୍ତ୍ବାବଧାନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହେନ୍ଦ୍ର ରଣା ଯୋଗଦେଇ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ କିଭଳି ଉତ୍କର୍ଷତା ଲାଭ କରିବେ ସେ ଦିଗରେ ମାର୍ଗଦର୍ଶନ କରିଥିଲେ । ବୈଠକରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟ ଅଭିଭାବକଗଣ ଶିକ୍ଷା, ଶିକ୍ଷାୟତନ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ସମସ୍ତେ ପରିପୂରକ ଏବଂ ମିଳିତ ଭାବେ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ତପସ୍ୱିନୀ ପଟେଲ, କାନ୍ତି ଭୋଇ, ଶିବାନୀ ମଲ୍ଲିକ, ଶିକ୍ଷକ ଲିଙ୍ଗରାଜ ନନ୍ଦ, ସମୀର ସେଠି, ଦୀପକ ସେନ ଧରୁଆ, ହିମାଂଶୁ ଶେଖର ବିଶ୍ୱାଳ,କୃପାସିନ୍ଧୁ ମିଶ୍ର, ସୁଦର୍ଶନ ଦାଶ, ରାମ ନାରାୟଣ ଦାଶ , ଅଭିଭାବକ ଗଣ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟର ଜୁନିୟର ଆସିଷ୍ଟେଣ୍ତ ଅବିନାଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର