ଡ ସନ୍ତୋଷ ପାଢୀଙ୍କ ପଦୋନ୍ନତି ଅବସରରେ ବନାନୀ ସଭାଗୣହରେ ସମ୍ବର୍ଦ୍ଧନା ସଭା।
ବନାନୀ କଳା ସଙ୍ଗମ, ଫୁଲବାଣୀ ଠାରେ ମାର୍ଚ୍ଚ 28 ତାରିଖ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସନ୍ତୋଷ କୁମାର ପାଢୀଙ୍କ ପଦୋନ୍ନତି ଅବସରରେ ଜିଲା ବିକାଶ ପରିଷଦ ଓ ମିଳିତ ନାଗରିକ କମିଟି ଜିଲା ସିଟିଜେନ ଫୋରମ ଓ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମିଳିତ ସମ୍ବର୍ଦ୍ଧନା ଦିଆଯାଇଛି।ଜିଲ୍ଲା ବିକାଶ ପରିଷଦର ସାଧାରଣ ସମ୍ପାଦକ ଅଶୋକ ପରିଡା ସ୍ବାଗତ କରି ଡ ପାଢୀଙ୍କ ଆନ୍ତରିକ ନିଷ୍ଠାପର ଉଦ୍ୟମ ଓ ଜନ ସହଭାଗିତାରେ ସେବାକାର୍ଯ୍ୟର ଭୂୟଶୀ ପ୍ରଶଂସା କରି ପ୍ରାରମ୍ଭିକ ସୂଚନା ଦେଇଥିଲେ। ଡ ଅରୁପ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜିଲାବିକାଶ ପରିଷଦର ସଭାପତି ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ଉପଢୗକନ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ନାଗରିକ କମିଟି ର ସାଧାରଣ ସମ୍ପାଦକ ତଥା ପ୍ରେସ କ୍କବର ସଭାପତି ସୁନିଲ ପଟନାୟକ, ବରିଷ୍ଠ ନାଗରିକ ସଂଘ ର ଉପ ସଭାପତି ପିତାମ୍ବର ମିଶ୍ର, ଆଇନଜୀବି ବିଜୟ ମହାନ୍ତି ଓ ବିଜୟକୣଷ୍ଣ ପଟନାୟକ, ମଞୁଳା ପାଣିଗ୍ରାହୀ, ରକ୍ତଦାନ ସମିତି ର ସହ ସଂମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ଫୁଲଗଛ,ପୁଷ୍ପଗୁଛ ଓ ଉପଢୗକନ ଦେଇ ଡ ପାଢୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସନ୍ତୋଷ କୁମାର ପାଢୀ ରାଜ୍ୟ ସ୍ଵାସ୍ଥ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ଭାବେ ପଦୋନ୍ନତି ପାଇଥିବାବେଳେ କନ୍ଧମାଳ ଜିଲ୍ଲା ସ୍ଵାସ୍ଥ ବିଭାଗର ମୗଳିକ ଆବଶ୍ୟକତା ପୂରଣ କରି ପାରିଥିଲେ।ଗତ 25ବର୍ଷ ତଳେ ପୋଲିସ ହସପିଟାଲରେ ଉତ୍ତମ ସେବାକରି ପ୍ରଶଂସିତ ହୋଇଥିଲେ।କନ୍ଧମାଳ ର ସିଡିଏମଓ ହିସାବରେ ସ୍ଵଳ୍ପ ରହଣୀ କାଳ ମଧ୍ୟରେ ମେଡିକାଲର ଗତ ଦଶ ବର୍ଷ ବନ୍ଦ ଥିବା ଅଲଟ୍ରା ସାଉଣ୍ଡ ମେସିନ ,ମହାପ୍ରୟାଣ ଗାଡି, ବ୍ୟାଟେରୀ ଚାଳିତ ପାସେଞ୍ଜର ଗାଡି, ଏକ୍ସରେ ମେସିନ, ଏଣ୍ଡୋସ୍କୋପି ମେସିନ, ଇକୋ ମେସିନ ଇତ୍ୟାଦି ଗଞାମ ଜିଲା ଆଇ ଆରଇଏଲ ର ସହଯୋଗରେ ସ୍ଥାପିତ କରିପାରିଥିଲେ। ମାଟି କପରେ ଚା ପିଇବା ମେଡିକାଲରେ ଅଖଣ୍ଡ ଦ୍ଵୀପ ପ୍ରଜ୍ଜଳନ, ପରିବେଶ ସୁରକ୍ଷା ପାଇଁ ବୣକ୍ଷ ଲଗାଇବା କାର୍ଯ୍ୟ ଜନସାଧାରଣଙ୍କ ସହଯୋଗ ରେ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଣବ ମଣ୍ଡଳ, ଅନନ୍ତ ଚରଣ ମିଶ୍ର, ନବୀନ କିଶୋର ପଣ୍ଡା, ବ୍ରଜ ପଟନାୟକ ପ୍ରମୁଖ ଡ ପାଢୀଙ୍କ ବହୁମୂଖି ପ୍ରତିଭା ଉପରେ ଆଲୋକ ପାତ କରିଥିଲେ।ଡ ପାଢୀ ଜନ ସାଧାରଣଙ୍କ ସହଯୋଗରେ ଏସବୁ ଆବଶ୍ୟକତା ଭାରତୀୟ ବିରଳ ମୂର୍ତ୍ତିକା ବିଭାଗର ସିଏସ ଆର ଫଣ୍ଡରୁ କରିପାରିଥିବା ସୂଚନା ଦେଇଥିଲେ। ଜନସାଧାରଣ ନୀରୋଗ ଓ ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ।ଆଗାମୀ ଦିନରେ ଅନ୍ୟ ଆବଶ୍ୟକତା ପୂରଣ ପାଇଁ ଧ୍ୟାନ ଦେବେ ବୋଲି ସୂଚନା ଦେଇଥିଲେ।
ଜିଲା ମିଳିତ ନାଗରିକ କମିଟି, ଜିଲା ବିକାଶ ପରିଷଦ, ଜିଲା ସିଟିଜେନ ଫୋରମ ଓ ଜିଲା ବରିଷ୍ଠ ନାଗରିକ ସଂଘ, କନ୍ଧମାଳ ପକ୍ଷରୁ ସିଡିଏମ ଓଙ୍କୁ ସମ୍ବର୍ଦ୍ଧନା ଦେଇ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ପ୍ରମୋଦ ସାହୁ ଉମେଶ ପ୍ରସାଦ ପାତ୍ର, ମନୋଜ ଚୌଧୁରୀ, ଅଶୋକ ପ୍ରଧାନ ପ୍ରମୁଖ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
