August 21, 2026
Home » ଢ଼େଙ୍କାନାଳ ଜିଲ୍ଲା ଭାପୁର ପୀଡ଼ିତାକୁ ଏସ୍‌ସିବି (କଟକ) ରେ ସାକ୍ଷାତ କଲେ ପିସିସି ଫ୍ୟାକ୍ଟଫାଇଣ୍ଡିଂ ଟିମ

ଢ଼େଙ୍କାନାଳ ଜିଲ୍ଲା ଭାପୁର ପୀଡ଼ିତାକୁ ଏସ୍‌ସିବି (କଟକ) ରେ ସାକ୍ଷାତ କଲେ ପିସିସି ଫ୍ୟାକ୍ଟଫାଇଣ୍ଡିଂ ଟିମ

0
WhatsApp Image 2026-05-02 at 7.40.50 PM
ଭୁବନେଶ୍ୱର :  ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟଫାଇଣ୍ଡିଂ ଟିମ ଏସସିବି ହସପିଟାଲ ଗସ୍ତ କରି ସେଠାରେ ଢ଼େଙ୍କାନାଳ ଜିଲ୍ଲା ଭାପୁର ପୀଡ଼ିତାଙ୍କୁ ସାକ୍ଷାତକରି ପୀଡ଼ିତାର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ । ଏହାପରେ ଏହି ଟିମ ହସପିଟାଲର ସୁପିରିଟେଣ୍ଡେଟ ଏବଂ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଭେଟି ପୀଡ଼ିତା କେଉଁ ସ୍ଥିତିରେ ଅଛି ସେ ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଶ୍ରୀ ବାହିନୀପତି କହିଥିଲେ ଯେ ଅପରାଧି ମାନଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ ନକରିପାରିବା ଦୁର୍ଭାଗ୍ୟଜନକ । ପୀଡ଼ିତା ଦଳିତ ବର୍ଗର । ଦୁଷ୍କର୍ମପରେ ତାଙ୍କୁ ଯେଭଳି ଅମାନୁଷିକ ଭାବରେ ଆକ୍ରମଣ କରାଯାଇଛି ତାହା  ହୃଦୟବିଦାରକ । ତାଙ୍କ ମୁହଁ, ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଯେଉଁଭଳି ଭାବରେ ଗଭିର କ୍ଷତ ହୋଇଛି ତାହା ମର୍ମାନ୍ତୁଦ ।
ବିଜେପି ଦଳ ମହିଳାଙ୍କୁ ସୁରକ୍ଷା ଦେବ ଏବଂ ମହିଳା ସଶକ୍ତିକରଣ କରିବ ବୋଲି କହି କ୍ଷମତାକୁ ଆସିଲା ମାତ୍ର କ୍ଷମତା ଲାଭ କଲାପରେ ଓଡ଼ିଶାରେ ଦିନକୁ ଦିନ ମହିଳା ଦୁଷ୍କର୍ମ ବଢ଼ିଚାଲିଛି ଏବଂ ଦିନକୁ ୧୫ ଜଣ ମହିଳା ଦୁଷ୍କର୍ମରେ ଶିକାର ହେଉଛନ୍ତି । ବିଶେଷ କରି ଦଳିତ ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ । ଆମର ମୁଖ୍ୟମନ୍ତ୍ରୀ ଆଦିବାସୀ ମାତ୍ର ତାଙ୍କ ଶାସନରେ ଆଦିବାସୀ ଓ ଦଳିତ ମହିଳାମାନେ ଅଧିକ ଦୁଷ୍କର୍ମ ଓ ଅତ୍ୟାଚାରର ଶିକାର । ଏ ସରକାରରେ ମହିଳାଙ୍କର ସ୍ୱରକୁ ଚପାଇ ଦିଆଯାଉଛି । ଦୁଷ୍କର୍ମକାରୀର ପକ୍ଷ ସରକାର ନେଉଛନ୍ତି । ପୋଲିସ ଏକ ନିକମା ଅନୁଷ୍ଠାନ ଭାବରେ ପ୍ରମାଣିତ ହୋଇଛି ।
ସୁତରାଂ ପୀଡ଼ିତାର ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି, ପୀଡ଼ିତା ଓ ତାର ପରିବାରକୁ ସୁରକ୍ଷା ଏବଂ ଦୋଷୀକୁ ତୁରନ୍ତ ଗିରଫ କରାଯାଇ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଦାବି ଜଣାଇଛନ୍ତି ।
ଆଜିର କାର୍ଯ୍ୟକ୍ରମରେ ସସ୍ମିତା ବେହେରା, ସିପ୍ରା ମଲ୍ଲିକ, ସୋନାଲି ସାହୁ, ପ୍ରଣତୀ ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ମନିଷା ଦାଶ ପଟ୍ଟନାୟକ, ସମସିଦା ତାୟବ, ଅମ୍ରିତା ଦାସ, ମାଣିକ ପ୍ରଭା, ଶିଳ୍ପିଶ୍ରୀ ହରିଚନ୍ଦନ, କର୍ପୋରେଟର ସନ୍ତୋଷ ଭୋଳ, କର୍ପୋରେଟର ଜେ କାମେଶ୍ୱର ରାଓ, ସୁଭାଶିଷ ପଟ୍ଟନାୟକ, ଜନାର୍ଦ୍ଦନ ପରିଡ଼ା, ପ୍ରତାପ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।  ଢ଼େଙ୍କାନାଳ ଏସପିଙ୍କୁ ସାକ୍ଷାତ ପ୍ରଦେଶ କଂଗ୍ରେସର ଉପସଭାନେତ୍ରୀ ଶ୍ରୀମତୀ ସସ୍ମିତା ବେହେରା, ସମସିଦା ତାୟବ, ଶିଳ୍ପିଶ୍ରୀ ହରିଚନ୍ଦନ, ସରୋଜ ଶତପଥି, ବିନୟ କୁମାର ସାହୁ   ପ୍ରମୁଖ ଢ଼େଙ୍କାନାଳ ଏସପିଙ୍କୁ ସାକ୍ଷାତକରି ଭାପୁର ପୀଡ଼ିତାର ଦୁଷ୍କର୍ମକାରୀ ଅପରାଧିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।  ଯଦି ପୋଲିସ ପକ୍ଷରୁ ନିଷ୍କ୍ରିୟତା ଜାରିରହେ ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ବେହେରା ଚେତାବନୀ ଦେଇଥିଲେ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed