May 15, 2025
Home » ତିର୍ତ୍ତୋଲ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ତିର୍ତ୍ତୋଲ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

0
WhatsApp Image 2024-09-30 at 9.57.15 PM

ତିର୍ତୋଲ ୩୦/୦୯ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ତିର୍ତ୍ତୋଲ ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୧୮୩ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୧୬୦ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୨୩ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମ୍ବନ୍ଧୀୟ ୨୨ ଟି, ଆବାସ ଯୋଜନା ସମର୍କୀୟ ୬୩ ଟି ,ଜମିଜମା ସମସ୍ୟା ସମ୍ପର୍କୀୟ ୨୨ ଟି, ପେନସନ ପାଇବା ପାଇଁ ୧୨ ଟି, ପୋଲିସ ସହାୟତା ପାଇବା ପାଇଁ ୦୩ ଟି, ଏବଂ ଅନ୍ୟାନ୍ୟ ୩୬ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୦୨ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର, ଗୋଷ୍ଠୀ ଉନ୍ନୟନ ନ ଅଧିକାରୀ ତିର୍ତ୍ତୋଲ ଶ୍ରୀ ତପନ କୁମାର ସେନାପତି, ତହସିଲଦାର, ତିର୍ତ୍ତୋଲ, କଳ୍ପନା ତପସ୍ଵିନୀ ନାୟକ, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *

You may have missed