ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ସାମ୍ବାଦିକଙ୍କୁ ଶପଥ ପାଠ କରାଇଲେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ

0 9

ତା.୨୭.୧୦.୨୦୨୧ ପୂର୍ବାହ୍ନ ୧୨ ଘଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ DIPRO ରୀତାକାନ୍ତି ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଏବଂ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଦ୍ଵିତୀୟଦିନ (୨୭.୧୦) ରେ ଏହି ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଶପଥ ପାଠରେ ଲାଞ୍ଚ ନ ନେବା ଏବଂ ଲାଞ୍ଚ ନ ଦେବା ସହିତ ସମସ୍ତ ଦାୟିତ୍ଵକୁ ସାଧୁତା ଏବଂ ସ୍ଵଚ୍ଛତାର ସହ ସମ୍ପାଦନ କରିବାପାଇଁ ସମସ୍ତେ ଶପଥ ନେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ବୈଦ୍ୟନାଥ ସାମଲ, ଜଗାନନ୍ଦ ମହାପାତ୍ର, ଶରତ ମୁଦୁଳି, ପ୍ରକାଶ ଚନ୍ଦ୍ର ମିଶ୍ର, ବଂଶିଧର ମାଝୀ, ରଞ୍ଜନ ମେହେର, ହୃଦାନନ୍ଦ ମେହେର, ଶାଶ୍ଵତ ଦେବବ୍ରତ ଦାସ, ଦୀପକ ଅଦାବର, ପ୍ରଭାତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଚେତନତା ସପ୍ତାହ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ୧ ନଭେମ୍ବର ଯାଏଁ ଚାଲିବ ।

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.