ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

0 5

ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି।ଏହି ଉପଲକ୍ଷେ ତା୨୬-୧୦-୨୧ ରିଖରେ ଜିଲ୍ଲାପାଳ,ଖୋର୍ଦ୍ଧା ଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ କରାଯାଇଥିଲା।ଆଜି ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା ଶ୍ରୀ ରାଜକିଶୋର ଦୋରା ଯୋଗ ଦେଇଥିଲେ।ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ର ଉଦେଶ୍ୟ ବିଷୟରେ ସେ ଆଲୋକପାତ କରିଥିଲେ।ରାଷ୍ଟ୍ର ନିର୍ମାଣରେ ପ୍ରତ୍ୟେକ ଭାରତୀୟ ନାଗରିକ ଅଂଶ ଗ୍ରହଣ କରିବା ଏବଂ ସଚ୍ଚୋଟତା,ସାଧୁତା ବଜାୟ ରଖିବା ପାଇଁ ସେ କହିଥିଲେ।ଦୁର୍ନୀତି ଏକ ସାମାଜିକ ବ୍ୟାଧି।ଲୋକମାନଙ୍କୁ ଦୁର୍ନୀତି ମନୋଭାବ ରୁ ଦୂରେଇ ନେବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।ଆମ ଦେଶର ଅର୍ଥନୈତିକ ଉନ୍ନତି ପାଇଁ ସ୍ୱାବଲମ୍ବନ ଶିଳ ହେବା ଆବଶ୍ୟକ ।ଦୁର୍ନୀତିମୁକ୍ତ ରାଷ୍ଟ୍ର ନିର୍ମାଣ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ।
ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦୁର୍ନୀତିକୁ କିପରି ରୋକିପରିବା ସେଥିପାଇଁ ଗୁରୁତ୍ବ ଦେଇଥିଲେ।ଆମ ମନୋଭାବ ରୁ ଦୁର୍ନୀତି ଦୁରହେବା ଆବଶ୍ୟକ ।ଆମେ ସରଳ ଜୀବନ ଯାପନ କରିବା ଓ ସମସ୍ତେ ମିଶି ସମାଜର ଉନ୍ନତି ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା।ସମସ୍ତେ ଖୁସିରେ ରହିବା ପାଇଁ ଚେଷ୍ଟା କରିବା।ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।
ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଦୁର୍ନୀତି ନିବାରଣ ବିଭାଗ,ଭୁବନେଶ୍ୱର ଶ୍ରୀ ଗଣେଶ ଚନ୍ଦ୍ର ପ୍ରଧାନ ଅନ୍ୟତମ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଦୁର୍ନୀତି ଦେଶର ବିକାଶରେ ବାଧକ ସୃଷ୍ଟି କରୁଛି। ସ୍ଵାବଲମ୍ବନ ଶିଳ ହେବା,ଦୁର୍ନୀତିକୁ ରୋକିବା ଏବଂ ଦୁର୍ନୀତି ନିବାରଣ ଆଇନ୍ ସମ୍ପର୍କରେ ସେ କହିଥିଲେ।ଚଳିତ ବର୍ଷର ବିଷୟ” ସ୍ବତନ୍ତ୍ର ଭାରତ ୭୫ ସତ୍ୟ ନିଷ୍ଠାରୁ ଆତ୍ମନିର୍ଭରତା” ବିଷୟରେ ସେ କହିଥିଲେ।ମହାବିଦ୍ୟାଳୟ ସ୍ତର ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଶ୍ରୀ ପ୍ରକାଶ ପରିଡ଼ା ଦୁର୍ନୀତି ନିବାରଣ ସମ୍ପର୍କରେ କହିଥିଲେ।ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ମହାବିଦ୍ୟାଳୟ ସ୍ତର ଓ ହାଇସ୍କୁଲ୍ ସ୍ତର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଏବଂ ଇଂରାଜୀ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି,ବରିଷ୍ଠ ନାଗରିକ,ସରକାରୀ ଅଧିକାରୀ,ଗଣ ମାଧ୍ୟମର ପ୍ରତିନିଧି,ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମାନସ ରଞ୍ଜନ ବିଶ୍ଵାଳ ସ୍ବାଗତ ଭାଷଣ ଦେଇଥିଲେ।ଆରକ୍ଷୀ ନିରୀକ୍ଷକ ,ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ,ଖୋର୍ଦ୍ଧା ଶ୍ରୀ ମନୋରଞ୍ଜନ ପାଇକରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଖୋର୍ଦ୍ଧା ଇପିଏରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.