July 3, 2026
Home » ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା:୨୦୨୬ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା:୨୦୨୬ ପାଳନ ପାଇଁ ପ୍ରସ୍ତୁତି ବୈଠକ

0
WhatsApp Image 2026-07-03 at 12.31.43 PM

 

ଆସନ୍ତା ରଥଯାତ୍ରା ପରିପ୍ରେକ୍ଷୀରେ ଆଜି ଧର୍ମଗଡ ବ୍ଲକ ସ୍ଥିତ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଆସନ୍ତା ରଥଯାତ୍ରା ଆୟୋଜନ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଗଠିତ ବିଭିନ୍ନ କମିଟିର ସଦସ୍ୟ ମାନେ ଯତ୍ନବାନ ହେବା ସହିତ ରଥ ଯାତ୍ରାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଉପ ଜିଲ୍ଲାପାଳ ଗୁରୁତ୍ଵ ପ୍ରଦାନ କରିଥିଲେ।ବୈଠକରେ ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ,ଉପଖଣ୍ଡ ପୋଲିସ ଅଧିକାରୀ ଭର୍ଷିତା ଅଡେପୁ ସହ ଜିଲ୍ଲାପାଳ ସୋନମ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ,ନଗରପାଳ ଅଶୋକ କୁମାର ମହାନ୍ତି, ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର, ଥାନା ଅଧିକାରୀ ସୁଦର୍ଶନ ନାଏକ,ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ,ଶ୍ରୀ ବ୍ରଜମୋହନ ପଞ୍ଚଦେବ ଶ୍ରୀ ରାଧାକୃଷ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଷି, ସଂପାଦକ ନିରଞ୍ଜନ ମହାପାତ୍ର,ଟ୍ରଷ୍ଟର ବରିଷ୍ଠ ସଦସ୍ୟ,ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ, ସରୋଜ କୁମାର ସାହୁ,ଜନ୍ମେଜୟ ନାଏକ, ଧରଣୀଧର ଧଙ୍ଗଡା ମାଝୀ,ପୂର୍ବତନ ନଗରପାଳ ସୁଶ୍ରୀ ହୀରା ବାଗ, ସାମ୍ୱାଦିକ ବିରଞ୍ଚି ନାରାୟଣ ଜାଲ,ଦିନେଶ ଅଗ୍ରୱାଲ, ସୁବାସ ଅଗ୍ରୱାଲ, ଅନିଲ ଅଗ୍ରୱାଲ,ଖେଳ ଶିକ୍ଷକ ଅଭୟ କୁମାର ବାଗ, ସନ୍ତୋଷ କୁମାର ପାଣିଗ୍ରାହୀ, ଆଇନଜିବୀ ପ୍ରେମଲାଲ ସାଗର,ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ସିଂ ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଓ ସ୍ୱେଚ୍ଛାସେବୀ ମାନେ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ରଥଯାତ୍ରାରେ ଜନ ସମାଗମ କୁ ଦୃଷ୍ଟିରେ ରଖି ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା, ବିଦ୍ୟୁତ୍ କାଟ୍ ଓ ସଂଯୋଗ, ରାସ୍ତାଘାଟ ମରାମତି, ସ୍ଵାସ୍ଥ୍ୟ ସେବା, ପାନୀୟ ଜଳ ବ୍ୟବସ୍ଥା ଓ ବ୍ୟବସ୍ଥିତ ଅନ୍ନଭୋଗ ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା। ସହ ଜିଲ୍ଲାପାଳ ସୋନମ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ୍ ପ୍ରଦାନ କରିଥିଲେ।ସୂଚନାଯୋଗ୍ୟ ଯେ, ଆସନ୍ତା ଜୁଲାଇ ୧୪ ତାରିଖରେ ଶ୍ରୀ ଜୀଉଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୧୬ ତାରିଖରେ ଶ୍ରୀ ଗୁଣ୍ଡିଚା ଯାତ୍ରା, ଜୁଲାଇ ୨୦ ରେ ହେରା ପଞ୍ଚମୀ ଏବଂ ଜୁଲାଇ ୨୪ ତାରିଖରେ ଶ୍ରୀଜୀଉଙ୍କ ର ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *