ମାଆ ପାଇଁ ଗଛଟିଏ : ମାୟାବର୍ହା ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ
ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ବନହୋତ୍ସବ ଅବସରରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର ବନଖଣ୍ଡ ର ସହକାରୀ ବନସଂରକ୍ଷକ ଗିରିଧାରୀ ନାଗ ଯୋଗଦାନ କରି ବୃକ୍ଷ ରୋପଣ ସହ ତାହାର ସଂରକ୍ଷଣର ଆବଶ୍ୟକତା ବିଷୟରେ ମତ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ଓ ଶିକ୍ଷାବିତ୍ ସମ୍ପଦ ଖମାରୀ ଯୋଗଦେଇ ବୃକ୍ଷରୋପଣର ମହତ୍ୱ ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମବେତ ଛାତ୍ର ଛାତ୍ରୀଙ୍କ ସହ ଗଛ ଲଗାଇବା ସହ ଯତ୍ନ ନେବା ପାଇଁ ଶପଥ କରାଇଥିଲେ । ଛାତ୍ରୀ ଶ୍ରୀମୟୀ ଓ ସାଥୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ କୋଶଲ ସୁନ୍ଦରୀ ପାୟଲ ବିଶ୍ଵକର୍ମା ନୃତ୍ୟ ପରିବେଷଣ କରିଥିଲେ ।ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିଲେ ଓ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ନନ୍ଦିଘୋଷ ବାରିକ, ସଞ୍ଜୀବ କୁମାର ପୂଜାରୀ, ଆଲୁମିନି ସଦସ୍ୟ କିରନ କୁମାର ପଟେଲ , ଲିପି ପ୍ରଧାନ, କର୍ମଚାରୀ ସୁରଜ୍ ଖମାରୀ, ସମୀର କଠାର,ବିଭୀଷଣ ଖମାରୀ ଓ ମିନିକେତନ ଦାସ ସହାଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
