ଧର୍ମଗଡ଼ ପାଇଁ ଗୌରବ ଆଣିଲେ ପଶ୍ଚିମ ଓଡିଶା ଟପ୍ପର କୌଶିକ ସାହୁ
ଜେ ଇ ଇ ଆଡଭାନ୍ସ ପରୀକ୍ଷା ସର୍ବ ଭାରତୀୟ ସ୍ତରରେ ରଖିଲେ ୪୩୮ ରାଙ୍କ l
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସାହୁ ପଡା ର ମେଧାବୀ ଛାତ୍ର କୌଶିକ କୁମାର ସାହୁ ଚଳିତ ୨୦୨୬ ଜେ ଇ ଇ ଆଡଭାନ୍ସ ପରୀକ୍ଷା ସର୍ବ ଭାରତୀୟ ସ୍ତର ସାଧାରଣ ବର୍ଗ ରେ ୨୩୪୩ ରାଙ୍କିଙ୍ଗ ସହ ପଛୁଆ ବର୍ଗ ରେ ୪୩୮ ରାଙ୍କ ହାସଲ କରି ସମଗ୍ର ପଶ୍ଚିମ ଓଡିଶା ର ଟପ୍ପର ସାଜି ବା ସହ ରାଜ୍ୟ ର ପ୍ରଥମ ତିନି ସ୍ଥାନ ମଧ୍ୟ ରେ ରହି ଦେଶର ପ୍ରତିଷ୍ଠିତ ଆଇ ଆଇ ଟି ରେ ପ୍ରବେଶିକା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l


କୌଶିକ ଧର୍ମଗଡ଼ ସାହୁ ପଡା କିଶୋର ଚନ୍ଦ୍ର ସାହୁ ଓ ମଞ୍ଜୁଳା ସାହୁ ଙ୍କ ନାତି ତଥା ଜ୍ଯେଷ୍ଠ ପୁତ୍ର କିରଣ କୁମାର ସାହୁ ଓ ରୀନା ସାହୁଙ୍କ ସୁପୁତ୍ର ଅଟନ୍ତି l ଜଣେ ମେଧାବୀ ଓ କଠିନ ପରିଶ୍ରମୀ ଛାତ୍ରଭାବେ ସେ ଏ ଅଞ୍ଚଳରେ ବେଶ୍ ଜଣାଶୁଣା ଥିବା ବେଳେ ଧର୍ମଗଡ଼ ଏଲ୍ ନିଶି ମିଶନ ସ୍କୁଲ ରେ ବିଦ୍ୟାରମ୍ଭ କରି କୃତିତ୍ଵ ର ସହ ୯୬,୪୦% ରଖି ଦଶମ ପାସ କରିବା ପରେ ବଲାଙ୍ଗିର ଜିଲ୍ଲା ଯୁବୋଦୟ କଲେଜ ରେ ଯୁକ୍ତ ଦୁଇ ସି ବି ଏସ ଇ ପରୀକ୍ଷା ରେ ୯୪.୨୦% ରଖି ଜେ ଇ ଇ ମ୍ୟାନ୍ ପରୀକ୍ଷା ରେ ୯୯.୯୩ ପାଇଁ ଚର୍ଚିତ ଥିଲେ lକଠିନ ପରିଶ୍ରମ ହିଁ ସବୁ ସଫଳତା ର ଚାବିକାଠି ବୋଲି ମତବ୍ୟକ୍ତ କରୁଥିବା କୌଶିକ ଭବିଷ୍ୟତରେ ଜଣେ ସୁଦକ୍ଷ ଇଞ୍ଜିନିୟର ସାଜି ଦେଶ ସେବା ସହ ଦେଶର ବୈଷୟିକ ବିକାଶ କ୍ଷେତ୍ରରେ ସହଭାଗୀ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି l ତାଙ୍କ ସଫଳତା ପଛରେ ତାଙ୍କର ଜେଜେ ବାପା ଓ ଜେଜେ ମା, ପିତାମାତା ଓ ଦୁଇ କାକା ଖୁଡି ଙ୍କର ବିଶେଷ ଅବଦାନ ରହିଥିବା ବେଳେ ସେ ପଢିଥିବା ସମସ୍ତ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଙ୍କ ଆଶୀର୍ବାଦ ରୁ ଏହି ସଫଳତା ର ଦ୍ଵାରଦେଶ ରେ ପହଁଞ୍ଚି ପାରିଥିବା ପ୍ରକାଶ କରିଛନ୍ତି l ତାଙ୍କର ଏହି ସଫଳତା ପାଇଁ ଅଞ୍ଚଳ ଗର୍ବିତ ହୋଇଥିବା ଯୋଗୁଁ ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜିବୀ, ଶିକ୍ଷାବିତ୍ ଓ ବିଭିନ୍ନ ସ୍ତର ର ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ସେ ଏ ଅଞ୍ଚଳର ଯୁବ ପିଢି ପାଇଁ ଆଦର୍ଶ ଓ ପ୍ରେରଣା ର ଉତ୍ସ ସାଜିବେ ବୋଲି ମତ ପ୍ରକାଶ କରିଛନ୍ତି l
ବ୍ୟୁରୋ ରିପୋର୍ଟ…
