August 26, 2026
Home » ଧର୍ମଗଡ଼ ରେ ଜସ୍ନ ଏ ମିଲାଦ ଉନ୍ ନବୀ ହର୍ଷ ଉଲ୍ଲାସ ସହ ପାଳିତ।

ଧର୍ମଗଡ଼ ରେ ଜସ୍ନ ଏ ମିଲାଦ ଉନ୍ ନବୀ ହର୍ଷ ଉଲ୍ଲାସ ସହ ପାଳିତ।

0
WhatsApp Image 2026-08-26 at 1.50.31 PM

ମୁସଲିମ୍ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ୧୫୦୧ତମ ଜନ୍ମଦିବସ ଇଦ୍ ମିଲାଦ୍ ଉନ୍ ନବୀ ଅବସରରେ ଏକ ବିଶାଳ ଶୋଭାଯାତ୍ରା ମସଜିଦ ଏ ତାଯୁଶରୀୟା କାଶିବହାଲ ରୋ ତିନି ଛକ ଧର୍ମଗଡ଼ ପର୍ଯ୍ୟନ୍ତ ପ୍ରଦର୍ଶିତ ହେଇଥିଲା।ଶୋଭା ଯାତ୍ରାରେ ଧର୍ମଗୁରୁ ମହମ୍ମଦଙ୍କ ଗୁଣଗାନ ତଥା ତାଙ୍କ ଜୀବନରେ ଅନୁଶରିତ ସୌହାର୍ଦ୍ଦ୍ୟ,ସହନଶୀଳତା, ମାନବିକତା,ଆଦର ଓ ପ୍ରେମ ଭାବ ର ବ୍ୟାଖ୍ୟାନ ସ୍ଲୋଗାନ ମାଧ୍ୟମରେ ଦେଖିବାକୁ ମିଳିଥିଲା।ଶୋଭା ଯାତ୍ରା ଶୃଙ୍ଖଳିତ ଦୁଇ ପଂକ୍ତି ,ଜାତୀୟ ପତାକା ତ୍ରିରଙ୍ଗା ର ସମ୍ମାନ ସହ ଅନେକ ଇସଲାମିକ୍ ପତାକା ପ୍ରଦର୍ଶିତ ହେଇଥିଲା।

ଧର୍ମଗଡ଼ ଜଗନ୍ନାଥ ସେଵା ସମିତି ର ଅଧ୍ୟକ୍ଷ ବିଷ୍ଣୁ ଅଗ୍ରୱାଲ ଶୋଭାଯାତ୍ରା ରେ ସାମିଲ ଶ୍ରଦ୍ଧାଳୁଙ୍କ ମିଷ୍ଟାନ୍ନ ଓ ପେୟ ଜଳ ଆଦି ବଣ୍ଟନ କରିଥିଲେ।ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ନିକଟରେ ମସଜିଦ ର ମୌଲାନା ଖୁର୍ଶିଦ ସିଦ୍ଦିକି,ରୋଗୀ ମାନଙ୍କ ଶୀଘ୍ର ଆରୋଗ୍ୟ ପ୍ରାପ୍ତି ନିମନ୍ତେ ଅଲ୍ଲାହ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ଶୋଭାଯାତ୍ରା ରେ ମୁସଲିମ ଜମାତ ଜନସାଧାରଣଙ୍କୁ ମିଷ୍ଟାନ୍ନ ଓ ପେୟ ବଣ୍ଟନ ମଧ୍ୟ କରିଥିଲେ।
ବିଶେଷତା ଏହି ଯେ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ତଥା ନିରନ୍ତର ଟ୍ରାଫିକ , ପରିଷ୍କାର ଓ ପରିଚ୍ଛନ୍ନ ସୁନିଶ୍ଚିତ କରିବା ପାଇଁ ସ୍ୱେଚ୍ଛାସେବୀ ସଦସ୍ୟ ,ବ୍ୟବହୃତ ସାମଗ୍ରୀ ଏକତ୍ର କରୁଥିଲେ। ଶୋଭାଯାତ୍ରାରେଧର୍ମଗଡ଼ ପୋଲିସ ପ୍ରଶାସନର ଟ୍ରାଫିକ ଓ ଶାନ୍ତିପୂର୍ଣ୍ଣ ଜୁଲୁସ ସୁନିଶ୍ଚିତ ପାଇଁ ଅହମ୍ ଅତୁଳନୀୟ ଭୂମିକା ନିର୍ବାହ କରିଥିବାରୁ ମୁସଲିମ ଜମାତ୍ ର ସଭାପତି ଜନାବ୍ ରଫିଉଦ୍ଦିନ୍ ଖାନ୍ ପୋଲିସ ପ୍ରଶାସନ ପ୍ରତି ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଜଗନ୍ନାଥ ସେଵା ସମିତି ଓ ଧର୍ମଗଡ଼ ଜନ ସାଧାରଣ , ଉକ୍ତ ଶୋଭାଯାତ୍ରା କୁ ସଫଳ ହେବାରେ ଓ ଧର୍ମଗଡରେ ସାମ୍ପ୍ରଦାୟିକ ଓ ସୌହର୍ଦ୍ୟଭାବ ଅକ୍ଷୁର୍ଣ୍ଣ ରଖିଥିବାରୁ ଜନାବ୍ ରଫିଉଦ୍ଦିନ୍ ଖାନ୍ ଧନ୍ୟବାଦ ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *