ଧର୍ମଗଡ଼ ରେ ବିଜେପି ପକ୍ଷରୁ ବିଶାଳ ମିଶ୍ରଣ ଶିବିର
ପୂର୍ବତନ ବିଜେଡି ବ୍ଲକ ସଭାପତି ଓ ସମ୍ପାଦକ ଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ମନ୍ତ୍ରୀ ଙ୍କ ଉପସ୍ଥିତିରେ ବିଜେପି ରେ ସାମିଲ।
ଧର୍ମଗଡ: ୨୪ ବର୍ଷର କୁଶାସନ ଓ ସାଧାରଣ ଜନତା ଙ୍କୁ ଅଣଦେଖା ପାଇଁ ଓଡ଼ିଶାର ସର୍ବତ୍ର ଲୋକ ମାନେ ହଜାର ହଜାର ସଂଖ୍ୟାରେ ଭାରତୀୟ ଜନତା ପାର୍ଟି ପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଧର୍ମଗଡ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଯୋଗ ଦେଇ ପ୍ରକାଶ କରିଛନ୍ତି।ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ନେତୃତ୍ୱରେ ହୋଟେଲ ରାଜ ଠାରେ ଧର୍ମଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଏକ ବିରାଟ ମିଶ୍ରଣ ପର୍ବ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ବିଜେପି ଉପ ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅବିନାଶ ନନ୍ଦ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି। ନିର୍ବାଚନ ମଣ୍ଡଳୀର ୧୦ ଗୋଟି ମଣ୍ଡଳ ରୁ ଆସିଥିବା ପ୍ରାୟ ୭ଶହ ବିଜେଡ଼ି ଓ କଂଗ୍ରେସ ନେତା ଓ କର୍ମୀ ବିଜେପିର ମଙ୍ଗ ଧରି ଥିଲେ। ଏହି ମାନଙ୍କ ମଧ୍ୟରେ ପୂର୍ବତନ ବିଜେଡ଼ି ବ୍ଲକ ସଭାପତି ଟିକମନ୍ ଯାଦବ,ସମ୍ପାଦକ ଅନୁପ ନାଏକ, ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ କ୍ଷୀରିରାମ ସା, ଅବସର ପ୍ରାପ୍ତ କୃଷି ଅଧିକାରୀ ଗଜାନନ ସା ପ୍ରମୁଖ ଙ୍କୁ ମନ୍ତ୍ରୀ ଗୈରିକ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ।

ମିଶ୍ରଣ ପର୍ବ ପୂର୍ବରୁ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ରାଜ୍ୟ ବିଜେପି ଉପ ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅବିନାଶ ନନ୍ଦ ବକ୍ତବ୍ୟ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ବହୁ ସଂଖ୍ୟାରେ ଲୋକେ ବିଜେପି ରେ ସାମିଲ ହେଉଥିବା ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ନଗରପାଳ ଅଶୋକ ମହାନ୍ତି, ଜିଲ୍ଲା ଉପସଭାନେତ୍ରୀ ସୁକାନ୍ତି ସା, ଓ ଶରଧାପଦର ମଣ୍ଡଳ ପ୍ରଭାରୀ ଶିଶୁଦେବ ମୁଣ୍ଡ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ ଅପରେଶ ସ୍ୱାଇଁ, କଲମପୁର ବ୍ଲକ ପ୍ରଭାରୀ ଲକ୍ଷ୍ମୀକାନ୍ତ ବାଗ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ତ୍ରିନାଥ ଶବର ଓ ଜିଲ୍ଲା ସମ୍ପାଦକ ହେମନ୍ତ ମାଝୀ ସମେତ ଅନ୍ୟ ଦଳୀୟ ନେତାମାନେ ମଞ୍ଚାସୀନ ଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ନୂତନ ଭାବେ ଦଳରେ ଯୋଗଦେଇଥିବା କର୍ମୀଙ୍କୁ ଦଳୀୟ ନେତାମାନେ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ କରିଥିଲେ। ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବା, ସରକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସ୍ଥାନୀୟ ସମସ୍ୟାର ସମାଧାନ ଦିଗରେ ଧ୍ୟାନଦେବାକୁ ମନ୍ତ୍ରୀ ମହାଲିଙ୍ଗ ପରାମର୍ଶ ଦେଇଥିଲେ। ଧର୍ମଗଡ଼ ନଗର ମଣ୍ଡଳ ସଭାପତି ସୌରଭ ମିଶ୍ରାଲ, ଜିଲ୍ଲା ଚିକିତ୍ସା ପ୍ରକୋଷ୍ଠ ଅଧ୍ୟକ୍ଷ ଆଚାର୍ଯ୍ୟ ହୃଷିକେଶ ମିଶ୍ର, ବରିଷ୍ଠ ନେତା ହରେକୃଷ୍ଣ ପଣ୍ଡା,ଶରଧାପଦର ମଣ୍ଡଳ ସଭାପତି ଚନ୍ଦ୍ରଧ୍ଵଜ ଚାନ୍ଦ, ଚିଚେଇଗୁଡା ମଣ୍ଡଳ ସଭାପତି ଲଳିତ ବାଗ, ପର୍ଲା ମଣ୍ଡଳ ସଭାପତି ଅଜୟ ମେହେର, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ରଣମାଲ ମଣ୍ଡଳ ସଭାପତି ଅର୍ଜୁନ ଛତ୍ରିଆ, ବିଜମରା ମଣ୍ଡଳ ସଭାପତି ସରିତା ସରାଫ ଓ କଲମପୁର ମଣ୍ଡଳ ସଭାପତି ହିତେଶ ରଞ୍ଜନ ପାତ୍ର,ବିଜେପି ନେତ୍ରୀ ମମତା କାଶ୍ୟପ ପ୍ରମୁଖ ସହଯୋଗ କରିଥିଲେ। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ମିଶ୍ରଣ ପର୍ବ ମାଧ୍ୟମରେ ଧର୍ମଗଡ଼ ଅଞ୍ଚଳରେ ସାଂଗଠନିକ ଶକ୍ତିବୃଦ୍ଧି ଓ ଜନସମ୍ପର୍କ ସୁଦୃଢ଼ କରିବା ଉପରେ ବିଜେପି ଗୁରୁତ୍ଵ ଦେଇଥିବା ଆଲୋଚନା ହେଉଛି।


ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହି ମିଶ୍ରଣ ସାଂଗଠନିକ ଦକ୍ଷତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଦଳକୁ ଅଧିକ ମଜଭୁତ୍ କରିବ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।ଧର୍ମଗଡ଼ ଠାରେ ଆୟୋଜିତ ଏହି ମିଶ୍ରଣ ପର୍ବ ମାଧ୍ୟମରେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ନିଜର ସାଂଗଠନିକ ଦକ୍ଷତା ଓ ତୃଣ ମୂଳ ସ୍ତରରେ ଜନ ସମ୍ପର୍କ ଏକ ଝଲକ ଦେଖାଇଲେ ବୋଲି ଆଲୋଚନା ହେଉଛି।
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହି ମିଶ୍ରଣ ସାଂଗଠନିକ ଦକ୍ଷତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଦଳକୁ ଅଧିକ ମଜଭୁତ୍ କରିବ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ
