December 14, 2024
Home » ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ୨୦୨୪ ପାଳିତ

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ୨୦୨୪ ପାଳିତ

0

ନବରଙ୍ଗପୁର ସହରରେ ସ୍ତିତ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ୨୦୨୪ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ସମସ୍ତ ଅତିଥିଙ୍କ ଦ୍ଵାରା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଜିଉ ଏବଂ ମାଆ ସୁଭଦ୍ରାଙ୍କ ମୂର୍ତ୍ତରେ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜା ପରେ ସଭା ଆରମ୍ଭ ହୋଇଥଲା।ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥ‌ିବା ବେଳେ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସହକାରୀ ପ୍ରଧ୍ୟାପକ ସୁମିତ ବେହେରା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଚଳିତ ବର୍ଷର ବିଷୟ”ଗଣମାଧ୍ୟମର ପରିବର୍ତ୍ତିତ ସ୍ବରୂପ” ସମ୍ପର୍କ ରେ ଆଲୋଚନା କରିଥିଲେ । ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା ଉପସ୍ଥିତ ଅତିଥିଗଣ ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ବାଗତ କରିଥିଲେ । ସଭା ପ୍ରାରମ୍ଭ ରେ ଜିଲ୍ଲାର ଦିବଙ୍ଗତ ସାମ୍ବାଦିକ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ସଭାରେ ଅତିଥବୃନ୍ଦ ନିଜ ବକ୍ତବ୍ୟରେ ଗଣ ମାଧ୍ୟମ ହେଉଛନ୍ତି ସମାଜର ଦର୍ପଣ ହୋଇଥ‌ିବା ବେଳେ, ସର୍ବଦା ଦୁର୍ନୀତି, ଅତ୍ୟାଚାର,ଅନ୍ୟାୟ ବିରୋଧରେ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିଥାଏ। ସେଭଳି ନିଷ୍ପେସିତ ଅସହାୟ ମାନଙ୍କ ସ୍ବରକୁ ଲୋକ ଲୋଚନକୁ ଆଣିବାରେ ସର୍ବଦା ଆଗରେ ଥାନ୍ତି ବୋଲି କହିବା ସହ ପରିବର୍ତ୍ତିତ ସମୟରେ ସାମ୍ବାଦିକତାରେ ବିଭିନ୍ନ ବୈଷୟିକ ଜ୍ଞାନ ବ୍ୟବହାର ଏହି ବୃତ୍ତିକୁ ଆହୁରି ଉନ୍ନତ କରିବ ବୋଲି ନିଜ ନିଜର ବକ୍ତବ୍ୟରେ କହିଥିଲେ।

ବିଭିନ୍ନ ସାମ୍ବାଦିକ ସଂଘ ର କର୍ମକର୍ତା ତଥା ସାମ୍ବାଦିକ ସଦାଶିବ ପ୍ରହରାଜ,ବାଙ୍କ ବିହାରୀ ବିଶୋଇ,ପି ପ୍ରକାଶ,ଶିବ ଶଙ୍କର ତ୍ରିପାଠୀ,ଶେଖର ଖୁରା ,ରାମଚନ୍ଦ୍ର ଦଳେଇ ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ ବିଜୟ ମିଶ୍ର ସାମ୍ବାଦିକତା କ୍ଷେତ୍ରରେ ବର୍ତ୍ତମାନ ଅଧିକ ଚାପ, ଜୀବନ ସୁରକ୍ଷା,ଆର୍ଥିକ ସହାୟତା, ସରକାରଙ୍କ ତରଫରୁ ଅନ୍ୟାନ୍ୟ ସୁବିଧା ଦାବୀକୁ ଉପସ୍ଥାପନ କରିବା ସହ ମୁଖ୍ୟ ଅତିଥୁ ମାନ୍ୟବର ବିଧାୟକ ଙ୍କୁ ଜଣାଇଥିଲେ।
ଏହି ଅବସରରେ ଚଳିତ ପ୍ରେସ ଦିବସ ର ବିଷୟକୁ ନେଇ ଅନୁଷ୍ଠିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେଜିଲ୍ଲାର ସମସ୍ତ ଗଣ ମାଧ୍ୟମର ପ୍ରତିନିଧୂ ମାନେ ଯୋଗ ଦେଇଥିଲେ। ପରିଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *