June 12, 2025
Home » ନବରଙ୍ଗପୁର ଠାରେ” ଅପରେସନ ସିନ୍ଦୁର”କୁ ସମ୍ମାନ ଜଣାଇ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

ନବରଙ୍ଗପୁର ଠାରେ” ଅପରେସନ ସିନ୍ଦୁର”କୁ ସମ୍ମାନ ଜଣାଇ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

0
WhatsApp Image 2025-05-15 at 1.01.52 PM

ନବରଙ୍ଗପୁରଠାରେ ବୀର ଯବାନଙ୍କ ସାହସ ଓ ବୀରତ୍ୱକୁ ସମ୍ମାନ ଜଣାଇ ତା:୧୫.୫.୨୦୨୫ ରିଖ ପୂର୍ବାହ୍ନ ୮.୦୦ ଘ ସମୟରେ ଏକ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାଇପାସ୍ ରାସ୍ତା ଦେଇ ମଙ୍ଗଲମ୍ ଟିମ୍ୱର , ଚାଉଁରିଆଗୁଡା ଛକ ଏବଂ ସହର ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ ଏବଂ ସ୍ଲୋଗାନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏହି ତ୍ରିରଙ୍ଗା ବାଇକ ଯାତ୍ରା ଅପରେସନ ସିନ୍ଦୁରର ସଫଳ ଅଭିଯାନ ପରେ ଆତଙ୍କବାଦ ଓ ଦେଶଦ୍ରୋହି ଙ୍କ ବିରୋଧରେ ଏକ ସଶକ୍ତ ବାର୍ତ୍ତା ଦେଉଛି। ବୀର ଯବାନ ସଦା ସର୍ବଦା ଦେଶର ସୁରକ୍ଷା ପାଇଁ ତତ୍ପର ରହିଥାନ୍ତି l ସେହିମାନଙ୍କ ବଳିଦାନ ପାଇଁ ଆମେ ଏକ ସୁଖ ଜୀବନ ଅତିବାହିତ କରୁଛୁ । କାରଣ ସେମାନେ ବାହ୍ୟ ଶତ୍ରୁ ଆକ୍ରମଣରୁ ଭରତବାସୀଙ୍କୁ ରକ୍ଷା କରିଥାନ୍ତି l
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତଏହି ବାଇକ୍ ଯାତ୍ରା ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୌରୀ ଶଙ୍କର ମାଝୀ ମାନ୍ୟବର ବିଧାୟକ ନବରଙ୍ଗପୁର, ମନୋହର ରନ୍ଧାରି , ବିଧାୟକ, ଡ଼ାବୁଗାଁ, ଡ଼ା ଶୁଭଙ୍କର ମହାପାତ୍ର, ଜିଲ୍ଲାପାଳ, ନବରଙ୍ଗପୁର,ମିହିର କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ,ନବରଙ୍ଗପୁର,ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର,ପ୍ରକାଶ କୁମାର ମିଶ୍ର,ଉପ ଜିଲ୍ଲାପାଳ,ନବରଙ୍ଗପୁର , କୁନୁ ନାୟକ, ପୌରାଧକ୍ଷ,ନବରଙ୍ଗପୁର ଉପସ୍ଥିତ ରହି ଶୋଭାଯାତ୍ରାର ଶୁଭାରାମ୍ଭ କରିଥିଲେ l ଏହି ଶୋଭାଯାତ୍ରାରେ ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଅଧିକାରୀ ଙ୍କ ସହ କର୍ମଚାରୀ,ପୋଲିସ, ସୁରକ୍ଷା ବାହିନୀ, ଅଗ୍ନିଶମ ବାହିନୀ, ଲୋକ ପ୍ରତିନିଧି,ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା,କଳାକାର ,ସଭାପତି, ଓକିଲ ସଂଘ ଏବଂ ସଭ୍ୟ,ସହରର ବୁଦ୍ଧିଜୀବୀ, ଉତ୍ସାହି ଜନ ସାଧାରଣ ନିଜ ନିଜ ବାଇକ୍ ଏବଂ ସ୍କୁଟିରେ ଜାତୀୟ ପତାକା ବାନ୍ଧି ତ୍ରିରଙ୍ଗା ବାଇକ ଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ: ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *