October 12, 2026
Home » ନମ୍ରତା ଫାଉଣ୍ଡେସନ୍‌ ପକ୍ଷରୁ ଝାରମୁଣ୍ଡା ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ନମ୍ରତା ଫାଉଣ୍ଡେସନ୍‌ ପକ୍ଷରୁ ଝାରମୁଣ୍ଡା ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

0
WhatsApp Image 2026-10-11 at 4.46.09 PM

 ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଗୋଛାପଡା ଗ୍ରାମ ପଞ୍ଚାୟତ ର ଝାରମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ନମ୍ରତା ଫାଉଣ୍ଡେସନ ବାଉଁଶୁଣୀ ଏବଂ ମହାନଦୀ ନେତ୍ର ଚିକିତ୍ସାଲୟ ପଣ୍ଡାପାଲି ବୀରମହାରାଜପୁର ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ  ହୋଇଯାଇଛି। ଏହି ଶିବିର ସକାଳ ୧୦ଘ. ରୁ ଆରମ୍ଭ ହୋଇ ୧.୦୦ଘ ରେ ଶେଷ ହୋଇଥିଲା l

ଏହି ଶିବିରରେ ଗୋଛାପଡା ଗ୍ରାମ ପଞ୍ଚାୟତ ଏବଂ ଆଖ ପାଖ ଅଞ୍ଚଳ ର ଅନେକ ରୋଗୀ ନିଜର ଚକ୍ଷୁ ପରୀକ୍ଷା କରିବା ସହ ସୁଲଭ ମୂଲ୍ୟରେ ଚଷମା ନେଇଥିଲେ ଓ ଯେଉଁ ରୋଗୀ ମାନଙ୍କର ମୋତିଆ ବିନ୍ଦୁ ଅପରେସନ ଦରକାର ଥିଲା ତାଙ୍କୁ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ କୁ ଅପରେସନ ପାଇଁ ନିଆଯାଇଥିଲା l ଏହି ଶିବର ରେ ନମ୍ରତା ଫାଉଣ୍ଡେସନ ର ପ୍ରତିଷ୍ଠାତା ମହେନ୍ଦ୍ର ମହାକୁଳ,ସକ୍ରିୟ ସଦସ୍ୟ ଆଦିତ୍ୟ ମହାକୁଳ,ମକରଧ୍ଵଜ ବାରିକ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ ର କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର କୁ ସଫଳ କରିବାରେ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *