“ନାଗବମ” ଶିବ ଭକ୍ତଙ୍କ ନିଆରା ଭକ୍ତି …. ଶ୍ରାବଣ ର ତୃତୀୟ ସୋମବାର…. ପାଞ୍ଚ କିଲୋମିଟର ଗଡ଼ି ଗଡ଼ି ଶିବ ମନ୍ଦିର ରେ ଜଳ ଲାଗି କଲେ ଶିବ ଭକ୍ତ
ଶ୍ରାବଣରେ ଭକ୍ତିମୟ ପରିବେଶ।ସବୁଠାରେ ଶିବଧ୍ବନୀ। ଆଜି ଶ୍ରାବଣର ଚତୁର୍ଥ ସୋମବାର ଅବସରରେ ଧର୍ମଗଡ ରେ ବାଲ୍ୟ ବୋଲବମ କମିଟି ବସ୍ତିପଡା ତରଫରୁ ନାଗବମ୍ କରିଛନ୍ତି ବୋଲବମ୍ ଭକ୍ତ। ଏହି ବୋଲବମ୍ କମିଟି ର ପ୍ରାୟ ୫୦ଜଣ ଭକ୍ତ ଇନ୍ଦ୍ରାବତୀ କେନାଲ ରୁ ଜଳ ଉଠାଇ ରୂଦ୍ରେଶ୍ବର ଶିବମନ୍ଦିର ପର୍ଯ୍ୟନ୍ତ ୫ କିମି ଗୁରୁଣ୍ଡି ଗୁରୁଣ୍ଡି ଜଳାଭିଷେକ କରିଥିଲେ ।
ଏହି ନାଗବମ୍ ଦେଖିବା ପାଇଁ ପ୍ରବଳ ଭିଡ ହୋଇଥିଲା। ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ସାପ ଭଳିଆ ଯିବା ଯିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଭକ୍ତି ଭାବ ସୃଷ୍ଟି କରିଥିଲା। ଜଳ ଲାଗି କରିବାକୁ ଯାଉଥିବା ଏହି ଭକ୍ତ ମାନେ ନାବାଳକ ହୋଇଥିବାରୁ ସେମାନଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ କଡ଼ରେ ଦେଖଣାହାରି ଙ୍କ ବେଶ ଉତ୍କଣ୍ଠା ପରିଲକ୍ଷିତ ହୋଇଥଲା।ଉକ୍ତ ରାସ୍ତାରେ ଏହି ନାଗବମ୍ ଭକ୍ତଙ୍କ ପାଇଁ କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇ ଯାଇଥିଲା। ଏହି ଭକ୍ତ ମାନଙ୍କ ଯାଉଥିବା ରାସ୍ତା ଉପରେ କିଏ କ୍ଷୀର, ପାଣି, ଫୁଲ ପକାଉଥିଲା ତ କିଏ ନିମ୍ବପତ୍ର ରାସ୍ତାରେ ପକାଇ ସେମାନଙ୍କର କଷ୍ଟ ଲାଘବ ପାଇଁ ଚେଷ୍ଟା କରୁଥିଲେ। ହରିବୋଲ ଓ ହୁଳହୁଳି ଧ୍ୱନୀରେ ସାରା ଧର୍ମଗଡ ସହର ପ୍ରକମ୍ପିତ ହୋଇଉଠିଥିଲା।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….