August 19, 2026
Home » ନାତି ର ନାମକରଣ ଉତ୍ସବ ରେ ଜେଜେ ଙ୍କୁ “ପରିବେଶ ବୀମା” ଉପହାର l

ନାତି ର ନାମକରଣ ଉତ୍ସବ ରେ ଜେଜେ ଙ୍କୁ “ପରିବେଶ ବୀମା” ଉପହାର l

0
WhatsApp Image 2026-08-18 at 6.59.46 PM

 

କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା “ପରିବେଶ ବୀମା” ର ପ୍ରଥମ ପୁରସ୍କାର ଜିତିଛନ୍ତି ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ଗ୍ରାମ ର ସୁରେନ୍ଦ୍ର ନାଥ ପରିଡା l ସେ ତାଙ୍କ ଜୀବନ କାଳ ମଧ୍ୟରେ ପ୍ରାୟ 5000 ଚାରା ଗଛ ରୋପଣ କରିଛନ୍ତି l ତନ ମଧ୍ୟରୁ 2000 ବିଭିନ୍ନ ପ୍ରଜାତି ର ଗଛ ଏବେ ସେହି ଅଞ୍ଚଳ ରେ ବୃକ୍ଷ ରେ ପରିଣତ ହୋଇଛି l ଶ୍ରୀଯୁକ୍ତ ପରିଡା ଙ୍କ ଏହିପରି କର୍ମ କୁ ଦେଖି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ପ୍ରଥମ “ପରିବେଶ ବୀମା” ଉପହାର ପ୍ରଦାନ କରାଯଇଛି l ଏଠାରେ କହି ରଖୁ କି କରୋନା ସମୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସହାୟତା ରେ ସୁରେନ୍ଦ୍ର ଙ୍କ ସହଯୋଗ ରେ ଦୁଇଟି ପଞ୍ଚାୟତ ସାନ ଜରିଆ ଓ ଗଙ୍ଗାରମପୁର ରେ ପ୍ରତି ପରିବାର କୁ ଗୋଟିଏ ଫଳ ଚାରା କାର୍ଯ୍ୟକ୍ରମ କରାଯାଇଥିଲା l ଏହାର ଦୁଇ ବର୍ଷ ପରେ ଅମ୍ଳଜାନ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ପୂର୍ବତନ ରେଞ୍ଜ ଅଫିସର ଗୋବିନ୍ଦ ଚନ୍ଦ୍ର ରଥ ଙ୍କ ତତ୍ୱାବଧାନ ରେ କରାଯାଇଥିଲା l ପରୀକ୍ଷା କରି ଦେଖାଯାଇ ଥିଲା 90 ପ୍ରତିଶତ ଗଛ ବଂଚିଥିଲା ଓ ଫଳ ମଧ୍ୟ ହୋଇଥିଲା l ଏହିପରି କାର୍ଯ୍ୟକ୍ରମ ର ସଫଳ ରୂପାୟନ ପରେ ପରିବେଶ ବୀମା ଆଜି ସଫଳତା ପାଇଛି l ଆଜି ତାଙ୍କ ନାତି ର ନାମକରଣ ଉତ୍ସବ ରେ ତାଙ୍କୁ ସମ୍ମନିତ କରାଯଇଛି l ଏହି ଖୁସୀ ର ପର୍ବ କୁ ଅନ୍ୟ ମାନେ ଆପଣେଇବେ ବୋଲି ପରିଡା ମତ ଦେଇଛନ୍ତି l ଆଜି ର ଏହି ଉତ୍ସବ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ଆଲୋକ ମଲ୍ଲିକ, ସୁନୀଲ ପରିଡା, ସଞ୍ଜୁଲତା ପରିଡା, ସୋନି ପରିଡା, ସୁମିତ୍ରା ପରିଡା ଓ ନୂତନ ଅତିଥି ଆୟନ ପରିଡା ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *