December 13, 2024
Home » ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

0

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଆଜି ୧୦/୧୧/୨୪ ତାରିଖରେ ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକଟି ଓକିଲ ସଂଘ ସଭାପତି ତ୍ରିନାଥ ସିଂ ଲାଲ୍ଙ୍କ ସଭାପତିତ୍ବରେ ଜିଲ୍ଲା ନ୍ୟାୟାଳୟ ପରିସରରେ ଆୟୋଜିତ ଏହି କର୍ଡିନେଶନ ବୈଠକରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଓକିଲ ସଂଘ ପ୍ରତିନିଧି ଭାଗ ନେଇଥିଲେ । ଏଥିରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସଭାପତି ନନ୍ଦ ନନ୍ଦନ ଶତପଥି, ସାଧାରଣ ସମ୍ପାଦକ ସଂଜିତ୍ ପାଣିଗ୍ରାହୀ, ଉପ ସଭାପତି ଜଗନ୍ନାଥ ମିଶ୍ର, ସମ୍ପାଦକ ମନ ରଞ୍ଜନ ମହାନ୍ତି, ସୁଶାନ୍ତ ମହାପାତ୍ର, ଶିଶିର କୁମାର ନାୟକ, ସହ ସମ୍ପାଦକ ମୋହନ କୁମାର ପଣ୍ଡା, ସଂଗଠନ ସମ୍ପାଦକ ମଧୁ ସୁଦନ ପଣ୍ଡା, କାର୍ଯ୍ୟକାରୀ ସମ୍ପାଦକ ଶିବରାମ ପାତ୍ର ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜୟପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପାରଳାଖେମୁଣ୍ଡିରେ ଓକିଲ ପି ରାମା ରାଓ ଙ୍କ ଉପରେ ହୋଇଥିବା ଏସିଡ ମାଡ଼ ଘଟଣାକୁ ନିନ୍ଦା କରାଯାଇଥିଲା ।


ତୁରନ୍ତ ଦୋଷୀକୁ ଗିରଫ ସହ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ ଏବଂ କ୍ଷତି ପୂରଣ ପ୍ରଦାନ ନିମିତ୍ତ ରାଜ୍ୟ ସରକାର ତାଙ୍କୁ ୩୦ ଲକ୍ଷ ଟଙ୍କା ପ୍ରଦାନ ନେଇ ଦାବି କରାଯାଇଥିଲା । ତତ୍ ସହ ଆଇନଜୀବୀ ସୁରକ୍ଷା ଆଇନ ପାଇଁ ଦାବି କରାଯାଇଥିଲା। ରାଜ୍ୟ ପରିଷଦ ସଦସ୍ୟ ପି ରମେଶ ପାତ୍ରଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଘଟଣା ଅନୁସନ୍ଧାନକାରୀ କମିଟି ଗଠନ କରାଗଲା । ପ୍ରଥମ ଥର ପାଇଁ ଆସନ୍ତା ଡିସେମ୍ବର ୨୯ ଏଵଂ ୩୦ ତାରିଖ ମାଲକାନଗିରି ରେ ହେବାକୁ ଯାଉଥିବା ୫୩ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସମ୍ମିଳନୀକୁ ସାଫଲ୍ୟ କରିବାକୁ ନିଷ୍ପତ୍ତି ନିଆଗଲା । ସଭାରେ ଆଇନଜୀବୀ ମାନଙ୍କ ନ୍ୟାୟ ପ୍ରଦାନ ପାଇଁ ସବୁ ଜିଲ୍ଲା ସଦର ମହକୁମାରେ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ ଉପସ୍ଥିତ ରହି ନ୍ୟାୟ ପ୍ରଦାନ କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ମାଲକାନଗିରି ସମ୍ମିଳନୀ ପାଇଁ ରାଷ୍ଟ୍ରପତି, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀଙ୍କ ସହ ଉଚ୍ଚତମ ନ୍ୟାୟାଳୟ ର ବିଚାରପତିମାନେ କିଭଳି ଭାବେ ଯୋଗଦେଇ ପାରିବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ ଆଇନଜୀବୀ ବିଷ୍ଣୁ ପାତ୍ର, ଦାଶରଥି ପଟ୍ଟନାୟକ, ସୁଧୀର ଷଡ଼ଙ୍ଗୀ, ବିଜି ରାୟ ଜେନା ଦେଓଙ୍କ ସହ ମାଲକାନଗିରିରୁ ବୁନୁ ମହାନ୍ତି, ଲମ୍ବୋଦର ତୁରୁକୁ, କୋରାପୁଟରୁ ଅଜିତ ପାତ୍ର, ସଞ୍ଜୟ ଝା, ରାୟଗଡ଼ାରୁ ଟୁଟୁ ଦାସ, କୋଟପାଡ଼ରୁ ପ୍ରଦୀପ୍ତ ବକ୍ସି, ଶଙ୍କର ପଣ୍ଡା, ନବରଙ୍ଗପୁରରୁ ହରି ବେହେରା, ତପନ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗିରିଧର ଖରା, ପି ସନ୍ୟାସୀ ରାଓ, ସହଦେବ ପଟ୍ଟନାୟକ, ରାଜେନ୍ଦ୍ର କୁମାର ଗୌଡ଼, ବୁଲୁ ଶର୍ମା ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ: କୋରାପୁଟ ଜିଲ୍ଲାରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *