May 15, 2025
Home » ନିଖୋଜ କାଠ ବ୍ୟବସାୟୀଙ୍କ ଗଳିତ ମୃତଦେହ ଘାଟିତଳୁ ଠାବ ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ

ନିଖୋଜ କାଠ ବ୍ୟବସାୟୀଙ୍କ ଗଳିତ ମୃତଦେହ ଘାଟିତଳୁ ଠାବ ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ

0
WhatsApp Image 2024-11-15 at 2.14.05 AM

କୋରାପୁଟ ଜିଲ୍ଲା ପୋଲିସ ଦ୍ବାରା ଦୀର୍ଘ ଚାରିଦିନ ପରେ ନିଖୋଜ କାଠ ବ୍ୟବସାୟୀଙ୍କ ଗଳିତ ମୃତଦେହ ଘାଟିତଳୁ ଠାବ ହୋଇଛି । ମୃତକ ଜଣକ କୋରାପୁଟ ଜିଲ୍ଲା ଜୟପୁର ସହରାଞ୍ଚଳର ପାୱାରହାଉସ୍ ନିକଟ ପାଇଲୁସାହିର ବାସିନ୍ଦା କାଠ ବ୍ୟବସାୟୀ ବ୍ୟବସାୟୀ ରାଧାକୃଷ୍ଣ ମହାପାତ୍ରଙ୍କ ବୋଲି ଚିର୍ହ୍ନଟ ହୋଇଛି।
ସୂଚନା ମୁତାବକ ମୃତ ଉକ୍ତ ନିଖୋଜ ବ୍ୟକ୍ତି ଜଣକ ପଟ୍ଟାଙ୍ଗି ବ୍ଲକର ଦେଓପଟ୍ଟାଙ୍ଗି ଗ୍ରାମକୁ ଗତ ରବିବାର ଦିନ ନିଜ ଘରୁ ବାହାରି ନିରଗିରିଗଛ କାଠ କିଣିବା ଯାଇ ନ ଫେରିବାରୁ ପରିବାର ବର୍ଗ ବହୁ ଖାଯାଖୋଜି ପରେ ନ ପାଇ ପରିଶେଷରେ ଜୟପୁର ଥାନାରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ।
ହେଲେ ସୁଙ୍କିଘାଟିର ସେହି ରାସ୍ତା ଦେଇ କିଛି ଲୋକ ଯିବା ସମୟରେ ମୃତ ବ୍ୟକ୍ତି ଦେଖି ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରର ଠାବ କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଇ ଏକ ମାମଲା ରୁଜୁ କରିଛି ପୋଲିସ । ମୃତ ବ୍ୟକ୍ତିଙ୍କ ଉକ୍ତ ନିଖୋଜ ମାମଲାରେ ସୁନାବେଡ଼ା ଏସଡିପିଓ ମନବ୍ରୋତା ଶତପଥି କହିଛନ୍ତି ଯେ ଜୟପୁର ଏବଂ ପଟ୍ଟାଙ୍ଗି ପୋଲିସ ମିଳିତ ଭାବେ ପଟ୍ଟାଙ୍ଗି ଥାନାରେ ଚାରିଜଣଙ୍କୁ ଚିହ୍ନଟ କରି ଅଟକ ରଖି ପଚରାଉଚରା କରୁଥିବା ବେଳେ ପ୍ରାଥମିକ ତଦନ୍ତରୁ କାଠ ବ୍ୟବସାୟକୁ ନେଇ କିଛି ଟଙ୍କା ବାକି ରଖିଥିବା ନେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି ବୋଲି ଏସଡିପିଓ ଜଣାଇଛନ୍ତି। ହେଲେ କେଉଁ ପରିପ୍ରେକ୍ଷୀରେ, କେଉଁ ପରିସ୍ଥିତିରେ,କାହିଁକି ହତ୍ୟା କରାଗଲା ତାହା ନେଇ ସଂପୂର୍ଣ୍ଣ ତଦନ୍ତ ପରେ ଜଣାପଡ଼ିବ ବୋଲି ସୁନାବେଡ଼ା ଏସଡିପିଓ ମନବ୍ରୋତା ଶତପଥି କହିଛନ୍ତି ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed