April 27, 2025
Home » ନିଖୋଜ ବୃଦ୍ଧଙ୍କ ଗଳିତ ମୃତ ଦେହ କଲଭର୍ଟ ତଳୁ ଉଦ୍ଧାର

ନିଖୋଜ ବୃଦ୍ଧଙ୍କ ଗଳିତ ମୃତ ଦେହ କଲଭର୍ଟ ତଳୁ ଉଦ୍ଧାର

0
WhatsApp Image 2024-08-15 at 6.23.59 PM

ପାଟଣା ଥାନା ଅନ୍ତର୍ଗତ କାରଗିଲ ଛକର ଜାତୀୟ ରାଜପଥ ନଂ ୨୨୦ ଉପରେ ଥିବା ଏକ କଲଭର୍ଟ ତଳୁ ଏକ ବୃଦ୍ଧଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି। କଲଭର୍ଟ ତଳୁ ପ୍ରବଳ ପଚା ଗନ୍ଧ ବାହାରୁ ଥିବାରୁ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଲେ। ପୋଲିସ ଆସି ଏକ ବୃଦ୍ଧଙ୍କ ଗଳିତ ମୃତ ଦେହ ଉଦ୍ଧାର କଲା। ଶବ ପାଖରେ ଏକ ବ୍ୟାଗ୍ ଓ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ବୃଦ୍ଧ କିପରି ପୋଲ ତଳକୁ ଆସି ମରି ଗଲେ କେହି ହତ୍ୟା କରି ଫିଙ୍ଗି ଦେଇଛି କି ବୋଲି ସନ୍ଦେହରେ ତଦନ୍ତ ଚାଲିଛି। ତେବେ ପରେ ସୂଚନା ମିଳିଲା କି ସାହାରପଡ଼ା ଫାଣ୍ଡି ଅନ୍ତର୍ଗତ ବଡ଼ବିଲ ପଞ୍ଚାୟତର ବଡ଼ବିଲ ବେହେରା ସାହିର ଦିବାକର ବେହେରା ୪ ଦିନ ହେବ ନିଖୋଜ ଥିଲେ। ତେଣୁ ପରିବାର ଲୋକଙ୍କୁ ଫାଣ୍ଡି ପକ୍ଷରୁ ଯୋଗାଯୋଗ କରା ଯାଇଛି। ଶବକୁ ପାଟଣା ପୋଲିସ ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ରହସ୍ୟ ଫିଟିବ ବୋଲି ପୋଲିସ କହି ଅଧିକା ତଦନ୍ତ କରୁଛି ବୋଲି ପାଟଣା ଥାନା ଅଧିକାରୀ ଶ୍ରୀ ବିଭତ୍ସ ପ୍ରଧାନ କହିଛନ୍ତି।

କେନ୍ଦୁଝର ଇ ପି ଏ ରୁ ଓ ଭି ରଞ୍ଜନା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *