ନିଟ୍ (ୟୁଜି) ପୁନଃ-ପରୀକ୍ଷା (Re- Examination) ପ୍ରାର୍ଥୀ ମାନଙ୍କ ପାଇଁ ନିଃଶୁଳ୍କ ବସ୍ ଯାତ୍ରା ବ୍ୟବସ୍ଥା
୨୦ ଜୁନ ପୂର୍ବାହ୍ନ ୧୦ ଘଟିକା ସୁଦ୍ଧା ଆବେଦନ ପତ୍ର ଦାଖଲ କରିବାକୁ ଆହ୍ୱାନ ।
ସୁବର୍ଣ୍ଣପୁର —-ଆସନ୍ତା ୨୧ ଜୁନ ୨୦୨୬ ତାରିଖରେ ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ (ୟୁଜି) ପୁନଃ-ପରୀକ୍ଷା (Re- Examination) ରେ ଅଂଶଗ୍ରହଣ କରୁଥିବା ବୌଦ୍ଧ ଜିଲ୍ଲାର ପରୀକ୍ଷାର୍ଥୀମାନଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନିଃଶୁଳ୍କ ବସ୍ ଯାତ୍ରା ସୁବିଧା ଯୋଗାଇ ଦିଆଯିବ । ଏହି ସୁବିଧା ପାଇବାକୁ ଇଚ୍ଛୁକ ପରୀକ୍ଷାର୍ଥୀମାନେ ନିଜର ନିଟ୍ (ୟୁଜି) ପୁନଃ ପରୀକ୍ଷା (Re- Examination) ର ଆଡମିଟ୍ କାର୍ଡ ସହିତ ଆବେଦନପତ୍ର ଆଞ୍ଚଳିକ ପରିବହନ ଅଧିକାରୀ, ବୌଦ୍ଧଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ। ଏହାଛଡ଼ା ହ୍ୱାଟସ୍ଆପ୍ ମାଧ୍ୟମରେ ମଧ୍ୟ ଆବେଦନ ଓ ଆଡମିଟ୍ କାର୍ଡ ପ୍ରେରଣ କରାଯାଇପାରିବ। ଆବେଦନ ଦାଖଲର ଶେଷ ତାରିଖ ୨୦ ଜୁନ ୨୦୨୬, ଦିନ ପୂର୍ବାହ୍ନ ୧୦ ଘଟିକା ସମୟ ନିର୍ଦ୍ଧାରିତ ହୋଇଥିବାବେଳେ, ଏହାପରେ ପ୍ରାପ୍ତ ଆବେଦନଗୁଡ଼ିକୁ ବିଚାରକୁ ନିଆଯିବ ନାହିଁ । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ରାମେଶ୍ୱର କର୍ଣ୍ଣ (୮୨୪୯୧୬୪୫୭୭), ସୁଭ୍ରାଂଶୁ ବେହେରା (୯୯୩୮୯୫୮୧୧୩) ଏବଂ ଗଜେନ୍ଦ୍ର ଦଣ୍ଡସନା (୯୮୬୧୫୮୪୫୨୮)ଙ୍କ ସହ ଯୋଗାଯୋଗ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ, ବୌଦ୍ଧ ଅନୁରୋଧ କରିଛନ୍ତି । ଜିଲ୍ଲାର ସମସ୍ତ ଯୋଗ୍ୟ ପରୀକ୍ଷାର୍ଥୀଙ୍କୁ ଏହି ସୁବିଧାର ସୁଯୋଗ ନେବା ପାଇଁ ଆହ୍ୱାନ କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
