ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ
ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ଓ ବୃତ୍ତିଗତ ପ୍ରତିବଦ୍ଧତା ପାଇଁ ରାୟଗଡ଼ା ରେଳମଣ୍ଡଳ ଅନ୍ତର୍ଗତ ଟେକ୍ନିସିଆନ୍ ଗ୍ରେଡ୍-୧ (କ୍ୟାରେଜ୍ ଆଣ୍ଡ ୱାଗନ୍) ଶ୍ରୀ କେ. ନରେନ୍ଦ୍ରଙ୍କୁ ‘ସୁରକ୍ଷା ପୁରସ୍କାର’ ପ୍ରଦାନ କରି ସମ୍ମାନିତ କରାଯାଇଛି।୨୯ ଜୁନ୍ ୨୦୨୬ରେ ରାୟଗଡ଼ାଠାରେ ଏକ ମାଲବୋଝେଇ ଟ୍ରେନର ନିୟମିତ ଯାଞ୍ଚ କରୁଥିବା ସମୟରେ ଶ୍ରୀ ନରେନ୍ଦ୍ର ଏହାର ଗୋଟିଏ ୱାଗନରେ ୟୋକ୍ (yoke) ଭାଙ୍ଗିଯାଇଥିବା ଏବଂ ବ୍ୟାକ ଷ୍ଟପର୍ର ୱେଲ୍ଡିଂ (back stopper welding) କ୍ଷତିଗ୍ରସ୍ତ ହୋଇଥିବା ଚିହ୍ନଟ କରିଥିଲେ। ଏହି ତ୍ରୁଟି ଟ୍ରେନର ନିରାପଦ ଚଳାଚଳକୁ ପ୍ରଭାବିତ କରିପାରେ ବୋଲି ଅନୁଭବ କରି ସେ ତୁରନ୍ତ ତ୍ରୁଟିପୂର୍ଣ୍ଣ ୱାଗନଟିକୁ ବଦଳାଇବା ପାଇଁ ଟ୍ରେନ୍ରୁ ଅଲଗା କରିବାର ବ୍ୟବସ୍ଥା କରିଥିଲେ। ତାଙ୍କର ଏହି ସମୟୋଚିତ ପଦକ୍ଷେପ ଏକ ସମ୍ଭାବ୍ୟ ସୁରକ୍ଷା ବିପଦକୁ ଏଡ଼ାଇବା ସହ ଟ୍ରେନର ନିରାପଦ ଚଳାଚଳ ସୁନିଶ୍ଚିତ କରିଥିଲା।ତାଙ୍କର ଏହି କାର୍ଯ୍ୟ ପୂର୍ବତଟ ରେଳପଥର ଦୃଢ଼ ସୁରକ୍ଷା ସଂସ୍କୃତି ଏବଂ ନିରାପଦ, ସୁରକ୍ଷିତ ଓ ବିଶ୍ୱସନୀୟ ଟ୍ରେନ ପରିଚାଳନା ସୁନିଶ୍ଚିତ କରିବା ଦିଗରେ ରେଳ କର୍ମଚାରୀମାନଙ୍କ ପ୍ରତିବଦ୍ଧତାର ଏକ ପ୍ରଶଂସନୀୟ ଉଦାହରଣ ଏବଂ ଯେଉଁଥି ପାଇଁ କି ପୂର୍ବତଟ ରେଳପଥ ଶ୍ରୀ ନରେନ୍ଦ୍ରଙ୍କ କର୍ତ୍ତବ୍ୟନିଷ୍ଠା ଓ ସତର୍କତାକୁ ଉଚ୍ଚ ପ୍ରଶଂସା କରିଛି ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
