May 15, 2025
Home » ନୂଆପଡ଼ା ଏନଏସି ଅଞ୍ଚଳକୁ ସମୁଦ୍ର ମାଡି ଆସିଲା

ନୂଆପଡ଼ା ଏନଏସି ଅଞ୍ଚଳକୁ ସମୁଦ୍ର ମାଡି ଆସିଲା

0
WhatsApp Image 2024-09-10 at 10.30.49 AM (2)

ନୂଆପଡ଼ା:-ନୂଆପଡା ଏନଏସି ଅଞ୍ଚଳରେ ଥିବା ସତସଙ୍ଗ ବିହାର ୱାର୍ଡ ନଂ-୫ ଅଞ୍ଚଳର ଦୃଶ୍ୟ କହିଲେ ନସରେ। ସ୍ଥାନୀୟ ଉପରମୁଣ୍ଡ ତେଲିପଡା ଅଞ୍ଚଳରୁ ପାଣି ଆସି ସତସଙ୍ଗ ବିହାର ଅଞ୍ଚଳରେ ଜମା‌ ହେବା ଫଳରେ ସତେ ଯେମିତି ସମୁଦ୍ର ମାଡି ଆସିଲା ଭଳି ଦୃଶ୍ୟମାନ ହେଉଛି।ଡ୍ରେନନେଜ ସିଷ୍ଟମ ନଥିବାରୁ ଏଭଳି ସମୁଦ୍ରର ଜୁଆର ମାଡ଼ି ଆସିଲା ଭଳି ଲାଗୁଛି।

ଏ ଭଳି ପରିସ୍ଥିତିରେ ଏଠାରେ ବସବାସ କରୁଥିବା ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ପ୍ରଶାସନ ଜାଣିବା ସତ୍ୱେ ସ୍ଥାୟୀ ସମାଧାନ ଦିଗରେ ତତ୍ପରତା ନଦେଖାଇ ଅଜଣା ଚାଉଳରେ ଭାତ ଖାଉଥିବା ଅନୁମେୟ। ଏଣୁ ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ଏହାର ସମାଧାନ କରିବାକୁ ସ୍ଥାନୀୟ ପ୍ରଶାସନକୁ ଏଠାରେ ବସବାସ କରୁଥିବା ଜନସାଧାରଣ ଦାବି କରନ୍ତି

Leave a Reply

Your email address will not be published. Required fields are marked *

You may have missed