May 13, 2025
Home » ନୂଆପଡାରେ ଜିଲ୍ଲା ରାଜସ୍ବ ସଂଗ୍ରହ ବୈଠକ ଅନୁଷ୍ଠିତ l

ନୂଆପଡାରେ ଜିଲ୍ଲା ରାଜସ୍ବ ସଂଗ୍ରହ ବୈଠକ ଅନୁଷ୍ଠିତ l

0
WhatsApp Image 2024-10-24 at 7.45.01 PM

ନୂଆପଡ଼ା: ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ବ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟୀ କଲେକ୍ଟର ଆଲୋକ ଅନୁଗୁଳିଆ, ରାଜସ୍ବ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁ, ସମସ୍ତ ତହସିଲଦାର, ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣି ଅଧିକାରୀ, ଅବକାରୀ ଅଧିକ୍ଷକ, ଆର୍ ଟିଓ, ସମସ୍ତ ଏନ୍ ଏ ସି କାର୍ୟନିର୍ବାହି ଅଧିକାରୀ, ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଡିଇଜିଏମ ପ୍ରମୁଖ ଯୋଗ ଦେଇଥିଲେ l ବୈଠକ କୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେଯେ ସମସ୍ତ ଅଧିକାରୀ ମାନେ ସମସ୍ତ ପ୍ରଚେଷ୍ଟା କରି ବିଭିନ୍ନ ବିଭାଗ ଉତ୍ସରୁ ଜିଲ୍ଳାର ରାଜସ୍ବ ବୃଦ୍ଧି ପାଇଁ ଧ୍ୟାନ ଦିଅନ୍ତୁ l

ଜିଲ୍ଲାର ସମସ୍ତ ଖଣି ଖାଦାନ ବାଲି ମୋରମ୍ ପଥର ରୁ ନିୟମିତ ରାଜସ୍ବ ସଂଗ୍ରହ ହେଉ l ଅବକାରୀ, ପରିବହନ ବିଭାଗ, ମଧ୍ଯ ସେମାନଙ୍କ ଧାର୍ୟ ରାଜସ୍ବ ଲକ୍ଷ୍ୟ ପୂରଣ କରନ୍ତୁ l ଯନ୍ତ୍ରୀ ମାନେ ଠିକାଦାର ମାନଙ୍କ ଠାରୁ ସଠିକ୍ ରାଜସ୍ବ ଆଦାୟ କରିବେ l ଜିଲ୍ଳା ମଂଗଳ ଅଧିକାରୀ ଆଦିବାସୀ ମାନଙ୍କୁ ଶୀଘ୍ର ଜଙ୍ଗଲ ଜମି ରେ ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବେ l ସମସ୍ତ ଅଧିକାରୀ ମୁକ୍ତ ହସ୍ତରେ ରେଡକ୍ରସ୍ ପାଣ୍ଠି ପାଇଁ ଦାନ କରିବା ସହିତ ଏହାର ବୃଦ୍ଧିରେ ସହାୟକ ହୁଅନ୍ତୁ l

ସମସ୍ତ ଅଧିକାରୀ ସମ୍ମିଳିତ ଉଦ୍ୟମ ରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ନିରାକରଣ ପାଇଁ ପଦକ୍ଷେପ ନେବେ l ଅତିରିକ୍ତ ଜିଲ୍ଲାପାଳ ଶବର କହିଲେଯେ ଧାର୍ଯ୍ୟ ରାଜସ୍ବ ସଂଗ୍ରହ ଦ୍ଵାରା ଜିଲ୍ଲାର ସମ୍ବଳ ବୃଦ୍ଧି ହେଲେ ବିକାଶର ହାର ବଢ଼ିବ l ଏଥିପ୍ରତି ସମସ୍ତ ଅଧିକାରୀ ଧ୍ୟାନ ଦେବେ l ବିଗତ ତ୍ରୈମାସିକ ସମୀକ୍ଷାରେ ନୂଆପଡ଼ା ତହସିଲଦାର ପୁଷ୍ପାଞ୍ଜଳୀ ଦଣ୍ଡପାଟ ବିଭିନ୍ନ କ୍ଷେତ୍ରରେ ସର୍ବୋତ୍ତମ ସଫଳତା ପ୍ରଦର୍ଶନ କରିଥିବାରୁ ତାଙ୍କୁ ପ୍ରୋତ୍ସାହନ ମୁଳକ ଟ୍ରଫି ପ୍ରଦାନ କରାଯାଇଥିଲା l ଶେଷରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା କୁ ଦୃଷ୍ଟିରେ ରଖି ସମସ୍ତ ଅଧିକାରି ସଚେତନ ରହିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l

Leave a Reply

Your email address will not be published. Required fields are marked *