August 21, 2026
Home » ନେହେରୁ ଯୁବ ପ୍ରତିଷ୍ଠାନର ପ୍ରତିଷ୍ଟା ଦିବସ ପାଳିତ

ନେହେରୁ ଯୁବ ପ୍ରତିଷ୍ଠାନର ପ୍ରତିଷ୍ଟା ଦିବସ ପାଳିତ

0
WhatsApp Image 2026-05-04 at 5.47.18 PM

ଭୁବନେଶ୍ଵର:  ଯୁବ ସାଂସ୍କୃତିକ ଅନୁଷ୍ଠାନ ନେହେରୁ ଯୁବ ପ୍ରତିଷ୍ଠାନ ର ୫୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି,୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠାନ ପରିସରରେ ପ୍ରତିଷ୍ଠାନର ସଭାପତି ଶ୍ରୀଯୁକ୍ତ ସହଦେବ ଜୟସିଂହ ଅଧ୍ୟକ୍ଷତା ଓ ବରିଷ୍ଟ ସଂଯୋଜକ ଆଶିଷ ବେବର୍ତ୍ତାଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ରେ,ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମୂଖ୍ୟ ଅତିଥି ,ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପୁଷ୍ପା ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦେଇ ଦୀର୍ଘ ବର୍ଷ ଧରି ଅନୁଷ୍ଠାନର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକୁ ପ୍ରଶଂସା କରିବା ସହ ଅନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ,ସମ୍ପାଦିକା ଶ୍ରୀମତୀ ସୁମିତ୍ରା ତ୍ରିପାଠୀ ଅନୁଷ୍ଠାନର ଜନହିତକାରି କାର୍ଯ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ,ବରିଷ୍ଟ ସଂଯୋଜକ ଶ୍ରୀ ସୁରେନ୍ଦ୍ର ସାହୁ ୫୪ ବର୍ଷର ଉନ୍ନତୀ ମୂଳକ କାର୍ଯ୍ୟ ବିଷୟରେ ବିବରଣୀ ରଖିଥିଲେ,ପ୍ରତିଷ୍ଠା ଦିବସ ଉପଲକ୍ଷେ ଶଶୀପ୍ରଭା ଦାସଙ୍କ ଦ୍ଵାରା ପ୍ରସ୍ତୁତ କେକ୍ କୁ ଶିଶୁ ନୃତ୍ୟ ଶିଳ୍ପୀ ମାନେ କାଟିଥିଲେ,ଯୁଗ୍ମ ସମ୍ପାଦକ ଶ୍ରୀ ସୁଦୀପ୍ତ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ,ଓଡ଼ିଶା ବିଧାନସଭା ର ଟ୍ରେଜେରୀ ଅଫିସର ଶ୍ରୀ ଦାମୋଦର ପାତ୍ର,ଓ ଏକାମ୍ର ବିଧାୟକ ବାବୁ ସିଂ ଙ୍କ ଧର୍ମପତ୍ନୀ ଶ୍ରୀମତୀ ଶୋଭା ପରିଡ଼ା,ଉପସଭାପତି ଶ୍ରୀ ସଞ୍ଜୀବ ସାହୁ,ସଙ୍ଗଠନ ସମ୍ପାଦକ ଶ୍ରୀ ରଜତ ପାତ୍ର ମଞ୍ଚାସିନ ଥିଲେ,ଏହି ଅବସରରେ ସମାଜସେବୀ ଜଗତ ମୋହନ ପଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଧୁନିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା,ସାଂସ୍କୃତିକ ସମ୍ପାଦିକା ଲିଲିପ୍ତା ମହାପାତ୍ରଙ୍କ ପରିଚାଳନାରେ ତିନିଟି ବିଭାଗରେ ଅନୁଷ୍ଠିତ ଏହି ନୃତ୍ୟ ପ୍ରତିଯୋଗିତାରେ ରତ୍ନା ଦାସ,ମିସ୍ ମୌସୁମୀ ଦାଶ,ଓ ମିସ୍ ଶାଳିନୀ ରାଓ ବିଚାରକ ଭାବେ ରହିଥିଲେ,

ବିଚାରକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା,କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରତିଯୋଗିତା ପରେ ସ୍ୱର୍ଗତ ଜଗତ ମୋହନ ପଟନାୟକଙ୍କ ପତ୍ନୀ ଶ୍ରୀମତୀ ସରୋଜିନୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଆକର୍ଷଣୀୟ କ୍ୟାଶ ପୁରସ୍କାର ପ୍ରଦାନ କରାଯାଇଥିଲା,ଏତତ ବ୍ୟତୀତ ଶିଶୁ ଶିଳ୍ପୀ ଲାସ୍ୟା ନାୟକ ଓଡ଼ିଶୀ ନୃତ୍ୟ,ପରିବେଷଣ କରିଥିଲେ, ଶ୍ରୀ ଦାମୋଦର ପାତ୍ର ଓ ଭିନ୍ନକ୍ଷମ ଛାତ୍ର ସିଦ୍ଧାର୍ଥ ନାୟକ ସଙ୍ଗୀତ ପରିବେଷଣ କରିଥିଲେ,ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ଉମେଶ ନନ୍ଦଙ୍କ ସଫଳ ପରିଚାଳନା ରେ ବରିଷ୍ଟ ସଭ୍ୟ ସନ୍ତୋଷ ଦାସ୍,କମଳ ପତି,ଦାଶରଥି ପାତ୍ର,ସୁମନ୍ତ ନାୟକ, ଦେବେନ୍ଦ୍ର ବେହେରା,ମଞ୍ଜୁ ନନ୍ଦ,ମିନତୀ ତ୍ରିପାଠୀ, ସୌମ୍ୟା ପ୍ରିୟଦର୍ଶିନୀ,ପ୍ରତୀକ୍ଷା ଜେନା, ସୁରେଶ ନାୟକ,ପ୍ରସନ୍ନ ଜେନା, ଲିଙ୍ଗରାଜ ଦାସ ପ୍ରମୁଖ ସହଯୋଗ କରିଥିଲେ, ନିଦି ଫାଉଣ୍ଡେସନ ଓ ବରିଷ୍ଟ ସଭ୍ୟା ପୁଷ୍ପଶ୍ରୀ ସାହୁ ଓ ଡଃ ନିବେଦିତା ଆଚାର୍ଯ୍ୟ ଙ୍କ ତରଫରୁ ପ୍ରସାଦ ସେବନରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା |

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed