May 6, 2026
Home » ମହିଳା ସଂରକ୍ଷଣ ଆଇନ ଲାଗୁ ଦାବୀରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ମହିଳା ସଂରକ୍ଷଣ ଆଇନ ଲାଗୁ ଦାବୀରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

0
WhatsApp Image 2026-05-05 at 11.31.36 PM

 

ଭୁବନେଶ୍ୱର :ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଇନ୍ ଦାବୀରେ ମଶାଲ ଶୋଭାଯାତ୍ରା କରାଯାଇଛି । ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତି ମିନାକ୍ଷୀ ବାହିନୀପତି ଏହି କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି । ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଶ୍ରୀୟା ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ମଶାଲ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ମହିଳା କଂଗ୍ରେସର କର୍ମକର୍ତ୍ତାମାନେ ବିକ୍ଷୋଭ କରିଥିଲେ । ଏହି ଅବସରରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ର ଶ୍ରୀମତୀ ମାହାନ୍ତି କହିଛନ୍ତି ଯେ, ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଇନ ଲାଗୁରେ ବିଜେପି ଓ ମୋଦୀ ସରକାର ବାଧକ ସାଜିଛନ୍ତି । ୨୦୨୩ ମସିହାରେ ଏହାକୁ ଆଇନରେ ପରିଣତ କରିବା ପାଇଁ କଂଗ୍ରେସ ସମେତ ସମସ୍ତ ଅଣ ବିଜେପି ଦଳ ସମର୍ଥନ ଦେଇଥିଲେ ମଧ୍ୟ ମୋଦୀ ସେରକାର ଏହାକୁ କାର୍ଯ୍ୟକାରୀ କରିବାରେ ଅକ୍ଷମ ହୋଇଛନ୍ତି ।

ବର୍ତ୍ତମାନ ଲୋକସଭାରେ ଥିବା ୫୪୩ ଆସନ ଏବଂ ବିଭିନ୍ନ ବିଧାନସଭାର ସ୍ଥିତ ଅବସ୍ଥାକୁ ନେଇ କ’ଣ ପାଇଁ ୩୩ ପ୍ରତିଶତ ମହିଳା ସଂରକ୍ଷଣ କରାଯାଉନାହିଁ । ଡିଲିମିଟେସନ ସହିତ ମହିଳା ସଂରକ୍ଷଣ ଆଇନ୍ ଯୋଡି ଦିଆଯାଉଛି । ବିଜେପି କଂଗ୍ରେସ ମହିଳା ସଂରକ୍ଷଣର ବିରୋଧି ବୋଲି ଯେଉଁ ଅପପ୍ରଚାର କରୁଛି ତାହା ଦୁର୍ଭାଗ୍ୟଜନକ । ମହିଳା ସଂରକ୍ଷଣ ସପକ୍ଷରେ କଂଗ୍ରେସ ରହିଛି ଏବଂ ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ଆନ୍ଦୋଳନ ଜାରି ରଖିଛି । ମହିଳାମାନଙ୍କ ପ୍ରତି ବିଜେପି ଦଳ, ମୋଦି ସରକାର ଓ ମୋହନ ସରକାର ଆଚରଣ ଓ ଉଚ୍ଚାରଣ କଣ ତାହା ସାରା ଦେଶ ଦେଖୁଛି । ମଣିପୁରରେ ମହିଳାଙ୍କୁ ଅତ୍ୟାଚର, ବିଜେପି ସାଂସଦଙ୍କର ମହିଳା କୁସ୍ତି ଯୁଦ୍ଧାଙ୍କୁ ଅତ୍ୟାଚର, ଉନ୍ନାଓ ମହିଳା ଦୁଷ୍କର୍ମରେ ବିଜେପି ବିଧାୟକଙ୍କର ସଂପୃକ୍ତି, ଓଡ଼ିଶାରେ ଦିନକୁ ୧୫ ଜଣ ମହିଳା ଦୁଷ୍କର୍ମରେ ଶିକାର, ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବା ଘଟଣା ପ୍ରଭୃତିରେ ବିଜେପି ଦଳର ମହିଳାମାନଙ୍କ ପ୍ରତି ଅସଲ ମନୋଭାବ ବ୍ୟକ୍ତ ହୋଇପଡ଼ୁଛି । ସୁତରାଂ ଆଉ ଡ୍ରାମା ନ କରି ତୁରନ୍ତ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଇନ ଲାଗୁ କରିବା ପାଇଁ ମହିଳା କଂଗ୍ରେସ ଦାବୀ କରୁଛି । ଆଜିର କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ, ପ୍ରକାଶଚନ୍ଦ୍ର ଜେନା, ମନୋରଞ୍ଜନ ଦାସ, ମାନସ ଆଚାର୍ଯ୍ୟ, ସୁନୀତା ବିଶ୍ୱାଳ, ଶ୍ରୀୟାସ୍ମିତା ପଣ୍ଡା, ଜୟସ୍ମିତା ମହାନ୍ତି,ଚଇତାଳି  ପଟ୍ଟନାୟକ, ତରୁଣ ମିଶ୍ର, ସୂର୍ଯ୍ୟକାନ୍ତ ଜେନା, ଜାନକୀ ମଲ୍ଲିକ, ଶିଳ୍ପୀଶ୍ରୀ ହରିଚନ୍ଦନ, କଳ୍ପନା ପଣ୍ଡା, କୁସୁମ ପ୍ରଧାନ, ଜୟକୃଷ୍ଣ ସୁବୁଧି, ଅମିତାବାଳା ଆଚାର୍ଯ୍ୟ, ଅପସନା ବେଗମ୍‌, ମଞ୍ଜୁଶ୍ରୀ ମିଶ୍ର, ସ୍ୱାଗତିକା ପଟ୍ଟନାୟକ, ନିରୁମପା ପାତ୍ର, ମିହିର ଆଚାର୍ଯ୍ୟ ଓ ବାବୁ ପତି, ଶୁଭମ ରାଉତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *