ନୟାଗଡରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ।
ନୟାଗଡ : ନୟାଗଡ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ନୟାଗଡ ସ୍ଥିତ ଖେଳ ପଡିଆରେ ଉଦ୍ଘାଟିତ ହୋଇ ଯାଇଛି l ଏହି ଉଦ୍ଘାଟନି ମ୍ୟାଚରେ କୋପରେଟିଭ ହାଇସ୍କୁଲ ବାଇଗୁଣିଆ ୨-୦ ଗୋଲରେ ନୟାଗଡ ଫୁଟବଲ କ୍ଲବ୍ ଠାରୁ ଵିଜୟୀ ହୋଇଛି|ଜିଲ୍ଲା କ୍ରୀଡା ବିଭାଗ ,ଜିଲ୍ଲା ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ଖେଳାଳୀ ମାନଙ୍କ ସହ କରମର୍ଦ୍ଦନ କରିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ|

ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରିଡା ଅଧିକାରୀ ସୁଜାତା ସାହୁ ଯୋଗଦେଇ ଥିବାବେଳେ ଜିଲ୍ଲା ଆଥଲେଟିକ ଆସୋସିଏସନର ସଂମ୍ପାଦକ ଅଶେଷ କୁମାର ଦାସ , ଅବସରପ୍ରାପ୍ତ ଡି.ଏସ.ଓ ଆଲୋକ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଖେଳକୁ ଆଥଲେଟିକ ଆସୋସିଏସନର ଉପସଭାପତି ଭବାନୀ ଶଙ୍କର ଦାସ,ଯୁଗ୍ମ ସମ୍ପାଦକ ବିନାୟକ ପ୍ରାସାଦ ରାଓ, ସଭ୍ୟ ନିଶିକାନ୍ତ ମହାନ୍ତିଙ୍କ ସହଯୋଗରେ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ସନ୍ନ୍ୟାସୀ ପ୍ରଧାନ, ଅମିୟ ମୋହନ ସାହୁ ପ୍ରଦୀପ୍ତ ଚିତ୍ତ ରଂଜନ ସାହୁ, ଆଶିଷ ପଟ୍ଟନାୟକ, ଉମାକାନ୍ତ ମିଶ୍ର,ବିରଞ୍ଚି ନାରାୟଣ ବେହେରା ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହ ଖେଳକୁ ଆଗେଇ ନେଇଥିଲେ l ମ୍ୟାଚ୍ କମିସନର ଭାବେ କମରୁଦ୍ଦିନ ଖାଁ ଥିବାବେଳେ ଧାରା ବିବରଣୀ ଦେଇଥିଲେ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
