ନୟାଗଡ଼ ଜିଲ୍ଲାର ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ।
ନୟାଗଡ଼ ତା ୬.୧୦.୨୦୨୬ ( ଇପିଏ ) ନୟାଗଡ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସ୍ମିତା ରାଉତ (IAS) ଓ ଡେପୁଟି ଡାଇରେକ୍ଟର ଶ୍ରୀ ଚନ୍ଦନ କୁମାର ରଥ ତା ୦୬.୧୦.୨୦୨୬ ରିଖ ନୟାଗଡ଼ ଜିଲ୍ଲାର ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାକାର୍ଯ୍ୟର ନିରୀକ୍ଷଣ ଓ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ପି ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଲାଠିପଡ଼ା , ପି ଏମ୍ ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼,ପି ଏମ୍ ଶ୍ରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ ନୟାଗଡ଼, ପି ଏମ୍ ଶ୍ରୀ ହାଇଅର୍ ସେକେଣ୍ଡାରୀ ଉଚ୍ଚ ବିଦ୍ୟାଳୟ ମହିପୁର , ପି ଏମ୍ ଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟ ଓ ପି ଏମ୍ ଶ୍ରୀ ଆର ସି ଉଚ୍ଚ ବିଦ୍ୟାଳୟ ଖଣ୍ଡପଡ଼ା ଆଦି ବିଦ୍ୟାଳୟ ଗୁଡ଼ିକ ପରିଦର୍ଶନ କରିଥିଲେ। ସରକାରଙ୍କର ବିଭିନ୍ନ ଯୋଜନା ଗୁଡ଼ିକ ଓ ପି ଏମ୍ ଶ୍ରୀ ବିଦ୍ୟାଳୟର ସୁପରିଚାଳନା ପାଇଁ ମତ ବ୍ୟକ୍ତ କରିବା ସହ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଥିଲେ ।

ସରକାରୀ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ସୃଦୁଢ କରିବା ପାଇଁ ଅନ୍ୟ ବିଭାଗ ସହ ସହଯୋଗ କରିବା ପାଇଁ ଉପଦେଶ ଦେଇଥିଲେ।ପରିଦର୍ଶନ ସମୟରେ ଶିଶୁ ବାଟିକା କାର୍ଯ୍ୟକ୍ରମ ସୁଚାରୁ ଭାବେ ଚାଲୁଥିବା ଦେଖାଯାଇଥିଲା। ଖେଳ ଆଧାରିତ ଶିକ୍ଷା ପ୍ରଣାଳୀ ଓ ଟିଚିଂ–ଲର୍ଣ୍ଣିଂ ମେଟେରିଆଲ (ଯାଦୁ ପେଟି) ବ୍ୟବହାର ବ୍ୟାପକ ଭାବରେ ହେଉଥିବା ପରିଲକ୍ଷିତ କରି ଖୁସୀ ବ୍ୟକ୍ତ କରିଥିଲେ। ସମସ୍ତ ବିଦ୍ୟାଳୟରେ ଶିକ୍ଷଣ ସୋପାନ ରେଜିଷ୍ଟର ରଖାଯାଇଥିବା ସହ ପଠନ ଅଭିଯାନ ଓ ରିମେଡିଆଲ ସହାୟତା ସକ୍ରିୟ ଭାବେ କାର୍ଯ୍ୟକରୀ ହେଉଥିବା ଦେଖିଥିଲେ। ପରିଦର୍ଶନ ସମୟରେ ତାଙ୍କ ସହ ଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣ୍ଡେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବନଲତା ବେହେରା, ବ୍ଲକ୍ ଶିକ୍ଷା ଅଧିକାରୀ ନୂଆଗାଁ, ବ୍ଲକ୍ ଶିକ୍ଷା ଅଧିକାରୀ ଗଣିଆ ଉପସ୍ଥିତ ଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
