May 23, 2026
Home » ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକତୋର ପରୀକ୍ଷା ଫଳ ପ୍ରକାଶିତ ।

ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକତୋର ପରୀକ୍ଷା ଫଳ ପ୍ରକାଶିତ ।

0
1001090679
ନୟାଗଡ ଉତ୍କଳ ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଓ କୁଳପତିଙ୍କ ଅନୁମୋଦନ କ୍ରମେ ଏବଂ ପରିଚାଳନା କମିଟିର ସଭାପତି , ମହାବିଦ୍ୟାଳୟର ଅଧକ୍ଷ୍ୟ ଓ ପରୀକ୍ଷା ନିୟନ୍ତ୍ରକଙ୍କ ଉପସ୍ଥିତିରେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର +୩ ଫାଇନାଲ ଡିଗ୍ରୀ (UG) ଏବଂ PG (MSW,MCOM,MAOD) ର ପରୀକ୍ଷା ଫଳ ଅଦ୍ୟ ତା ୨୨ ୫.୨୦୨୬ ଦିବା ୧୧ ଘଟିକା ସମୟରେ ପ୍ରକାଶିତ ହୋଇଅଛି । କଳାରେ ୮୪ , ବିଜ୍ଞାନରେ ୮୭% ଏବଂ ବାଣିଜ୍ୟରେ ୮୦% ଛାତ୍ରଛାତ୍ରୀ ଉତିର୍ଣ୍ଣ ହୋଇଥିବାବେଳେ ମୋଟ ଉପରେ (କଳା, ବିଜ୍ଞାନରେ ଓ ବାଣିଜ୍ୟ) ରେ ୮୫ % ହୋଇଥିବା କଲେଜ ପକ୍ଷରୁ ଜଣାପଡ଼ିଛି ।
ସ୍ନାତୋକତୋର ପରୀକ୍ଷା ରେ ୯୮% ହୋଇଅଛି (MSW-୧୦୦%, MCOM-୯୪% ଏବଂ MAOD-୧୦୦% ) ହୋଇଥିବା ଜଣାପଡିଛି । ସେହିପରି ସ୍ନାତକ ପରୀକ୍ଷାରେ ଉଦଦ୍ଭିଦ ବିଜ୍ଞାନର ଛାତ୍ରୀ ଚିନ୍ମୟୀ ମିଶ୍ର ଉଭୟ ବେଷ୍ଟ ଗ୍ରାଜୁଏଟ ଏବଂ ଉଦଦ୍ଭିଦ ବିଜ୍ଞାନ ରେ ୯.୬୪ CGPA ରଖି ଟପର ହୋଇଛନ୍ତି । କଳାରେ ଦର୍ଶନଶାସ୍ତ୍ର ବିଭାଗର ରୁଦ୍ର ପ୍ରସାଦ ନାୟକ ୯.୨୯ CGPA ଓ ବାଣିଜ୍ୟ ରେ ବିଶ୍ଵଜୀତ ରାଉତ ୮.୯୦ CGPA ରଖି ଟପର ହୋଇଛନ୍ତି । ଟପର ମାନଙ୍କୁ ମାନନୀୟା ଏ. ଡ଼ି.ଏମ ତଥା ପରିଚାଳନା କମିଟି ସଭାପତି (G.B President ) ଶ୍ରୀମତୀ ରୋଜିନା ଦାସ ଏବଂ ମହାବିଦ୍ୟାଳୟର ଅଧକ୍ଷ ଡ଼.ବିପିନ କୁମାର ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ । ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ବ୍ରଜବନ୍ଧୁ ବେହେରା, ଉପ-ପରୀକ୍ଷା ନିୟନ୍ତ୍ରକ ଡ଼ ପ୍ରଦୀପ କୁମାର ଆଚାର୍ୟ, ଶ୍ରୀ ଅଶୋକ କୁମାର ସାହୁ , ଶ୍ରୀ ଗୌରହରି ସାହୁ, ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ଟପର ମାନଙ୍କ ବାପା ମା ଉପସ୍ଥିତ ଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *