May 23, 2026
Home » ଏ.ଏସ.ବି.ଏମ୍. ଘରୋଇ ଶିକ୍ଷାନୁଷ୍ଠାନର ଶତପ୍ରତିଶତ ସଫଳତା ହାସଲ

ଏ.ଏସ.ବି.ଏମ୍. ଘରୋଇ ଶିକ୍ଷାନୁଷ୍ଠାନର ଶତପ୍ରତିଶତ ସଫଳତା ହାସଲ

0
WhatsApp Image 2026-05-22 at 1.43.11 PM

 

ଛତ୍ରପୁର: ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷାରେ ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏ.ଏସ.ବି.ଏମ୍. ଇମ୍ପେରିଆଲ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଏହି ସଂସ୍ଥାର ଗୌରବକୁ ଅର୍ଜନ କରିଛନ୍ତି । ଚଳିତ ବର୍ଷ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଏହି ସଂସ୍ଥାନ୍ ର ମୋଟ ୨୪ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷା ଦେଇଥିବା କରିଥିବା ବେଳେ ସମସ୍ତେ କୃତ୍ତିତ୍ବର ସହ କୃତକାର୍ଯ୍ୟ ହୋଇଛନ୍ତି।ସେଥୂମଧ୍ୟରୁ ୩ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧୂକ ନମ୍ବର ରଖୁଥ‌ିବା ବେଳେ ୨୧ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।କୃତ୍ତି ଛାତ୍ରୀ ସୁଶ୍ରୀ ଅଞ୍ଜଳି କୁମାରୀ ସାହୁ ୬୦୦ରୁ ୫୮୦ ନମ୍ବର ରଖି ଏହି ଅନୁଷ୍ଠାନରେ ପ୍ରଥମ ସ୍ଥାନ ଅଧୂକାର କରିଥିବା ବେଳେ ରାଜ୍ୟସ୍ତରରେ ଟପର ହୋଇଛନ୍ତି ।ଛାତ୍ର ଅଂଶୁମାନ ମହାରଣା ୬୦୦ରୁ ୫୭୧ ନମ୍ବର ରଖୂ ଦ୍ବିତୀୟ ସ୍ଥାନ ଏବଂ ସୁଶ୍ରୀ ସୁନୀତା ନାୟକ ୬୦୦ରୁ ୫୫୨ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସମସ୍ତେ ଛାତ୍ରଛାତ୍ରୀ ମାନେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀ ଅଟନ୍ତି । ଏହି ଅଭୂତପୂର୍ବ ସଫଳତା ପଛରେ ଅନୁଷ୍ଠାନର ପରିଚାଳନା କମିଟୀ ର ସମ୍ପାଦକ ତଥା ନିର୍ଦ୍ଦେଶକ ଆର୍. ରଘୁନାଥ ରେଡ୍ଡୀ ଏବଂ ସଭାପତି ସତ୍ୟବ୍ରତ ଶତପ‌ଥୀ ଙ୍କ ଉଦ୍ୟମରେ ଗୁରୁବାର ସନ୍ଧ୍ୟାରେ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ର ଆୟୋଜନ କରି ଶୁଭେଚ୍ଛା ଓ ଅଭିନନ୍ଦନ ସ୍ୱରୂପ କୃତ୍ତି ବିଦ୍ୟାର୍ଥୀ ମାନଙ୍କୁ ଗୁରୁମନ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ନିରନ୍ତର ପରିଶ୍ରମ, ପଠନ କ୍ଷେତ୍ରରେ କୃତାର୍ଥ ଲାଭ କରିବା ସାଂଗକୁ ଅଧ୍ୟାପକମାନଙ୍କ ନିଷ୍ଠାପର ଉଦ୍ୟମ ଫଳରେ ଏବଂ ଅଭିଭାବକମାନଙ୍କ ସହଯୋଗରେ ଏହି ସଫଳତା ହାସଲ ହୋଇପାରିଛି ବୋଲି ଛାତ୍ରଛାତ୍ରୀ ମାନେ ମତ ପ୍ରକାଶ କରିଛନ୍ତି ।।

 

muna behera nka report

Leave a Reply

Your email address will not be published. Required fields are marked *