August 20, 2026
Home » ପଦ୍ମବେଶରେ ଦର୍ଶନ ଦେଲେ ମହାପ୍ରଭୁ।

ପଦ୍ମବେଶରେ ଦର୍ଶନ ଦେଲେ ମହାପ୍ରଭୁ।

0
WhatsApp Image 2026-01-22 at 7.33.25 PM

ପଦ୍ମ ବେଶରେ ରତ୍ନ ସିଂହାସନରେ ବିଜେ ଚତୁର୍ଦ୍ଧାମୂରତି ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି। ମାଘ ଶୁଳ୍କ ପ୍ରତିପଦଠାରୁ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ପଡ଼ୁଥିବା ବୁଧବାରରେ ବିଧିମତେ ମହାପ୍ରଭୁ ବଡ଼ସିଂହାର ବେଶ ସମୟରେ ଏହି ଦୁର୍ଲଭ ବେଶ ଧାରଣ କରିଛନ୍ତି | ମହାପ୍ରଭୁ ଏହି ପଦ୍ମ ବେଶରେ ନିଦ୍ରା ଯାଇଥିଲେ I ଆଜି ମଙ୍ଗଳଆଳତି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ଏଭଳିବେଶରେ ଦର୍ଶନ କରିଛନ୍ତି।ବଳା ପାଇଁ ମଠରୁ ତୁଳସୀ ମାଳ ଓ ଗେଣ୍ଡୁ ମାଳ ଶ୍ରୀମନ୍ଦିର ନିଆଯାଇଥିଲା | ଏକ ପଣି ପଦ୍ମଫୁଲ, ଏକ ପଣ ଡାଳି, ଶ୍ରୀମୁଖ ପଦ୍ମ, ଶ୍ରୀହସ୍ତ ପଦ୍ମ କଢ଼, କଦମ୍ବ ଫୁଲରେ ପ୍ରସ୍ତୁତ କରପଲ୍ଲବ, ମଗର କୁଣ୍ଡଳ, ତିଳକ ଓ ହଂସରେ ମହାପ୍ରଭୁଙ୍କୁ ସଜ୍ଜିତ କରାଯାଇଥିଲା। ପଣ୍ଡୁ ପୂଣ୍ଣମାଠାରୁ ବଡ଼ଛତା ମଠ ଏହି ବେଶର ପ୍ରସ୍ତୁତି ଆରମ୍ଭକରିଥିଲା। ଆଜି ନୀଳ ଘୋଡ଼ ଲାଗି ସମୟରେ ଏହି ବେଶ ଲାଗି କରାଯାଇଥିଲା| ସୋଲରେ ନିର୍ମିତ ପଦ୍ମ ପାଖୁଡ଼ାର ମୁଖା ସହ ଚୂଳ, କୀରିଟ ସଂଯୁକ୍ତ ଥିଲା | I ଶ୍ରୀଭୁଜରେ ପଦ୍ମକଳିକା ଲାଗି ହୋଇଥିଲା | କର ପଲ୍ଲଭ, ହୃଦ ପଲ୍ଲଭ, ଶ୍ରୀପୟର ମାଳା, , ଫୁଲର ଚିତା ଠାକୁରମାନଙ୍କୁ ମାନଙ୍କୁ ଲାଗି କରାଯାଇଥିଲା ।ଏକ ନିଆରା ବେଶରେ ଦର୍ଶନ କରିଥିଲେଭକ୍ତ | ଆଜି ଅବକାଶ ପରେ ପଦ୍ମବେଶ ଓଲାଗି ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ସମେତ ବଡ଼ଠାକୁର, ସୁଭଦ୍ରା ଓ ସୁଦର୍ଶ ଦର୍ଶନ ମହାପ୍ରଭୁ ଭୁ ଏହି ବେଶ ଧାରଣ କରିଥିଲେ ।ବଡ଼ଛତା ମଠ ଏହି ପଦ୍ମବେଶ ପ୍ରସ୍ତୁତ କରିଥିଲେ। ମଠର ସାଧୁସନ୍ଥମାନେ ଘଣ୍ଟି, ଦିହୁଡ଼ି ସହ ଏହି ବେଶକୁ ଶ୍ରୀମନ୍ଦିରକୁ ଏକ ଶୋଭାଯାତ୍ରାରେ ନେଇଥିଲେ|
ଶୀତଦିନେ ପଦ୍ମଫୁଲର ଅଭାବ ପାଇଁ ଏହି ବେଶକୁ ସୋଲରେ କରାଯାଇଥାଏ। ତେବେ ୨୦୧୧ ମସିହାରୁ ଭୁବନେଶ୍ଵର ଶାସ୍ତ୍ରୀ ନଗରର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଚିନ୍ତାମଣି ଦାଶ ଶ୍ରୀମନ୍ଦିରକୁ ପଦ୍ମ ଫୁଲ ଯୋଗାଇ ଆସୁଛନ୍ତି | ଆଜି ମଧ୍ୟ ସେ ମହାପ୍ରଭୁଭକ ପାଇଁ ପଦ୍ମ ଫୁଲ ଯୋଗାଥିଲେ।ଏଥି ସହ ବାଟମଙ୍ଗଳା, ମା’ ବିମଳା, ମା’ ଭୁବନେଶ୍ଵରୀ ଓ ମହାଲକ୍ଷ୍ମୀଙ୍କ ପାଇଁ ପଦ୍ମଫୁଲର ମାଳ ଯୋଗାଇଥିଲେ।|

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed