ପବିତ୍ର ଗାନ୍ଧି ଜୟନ୍ତୀରେ ବିଜେଡି ଦଳର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ

ପାରାଦୀପ,ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୫ ତମ ଜନ୍ମତିଥି ପାଳନ ଅବସରରେ ପାରାଦୀପ ନଗର ବିଜୁ ଜନତା ଦଳ ପକ୍ଷରୁ ପୂର୍ବାହ୍ନରେ ଏକ ବିରାଟ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।ପାରାଦୀପ ନଗର ବିଜେଡି ସଭାପତି ବସନ୍ତ କୁମାର ବିଶ୍ଵାଳଙ୍କ ଆହ୍ଵାନରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏହି ପଦଯାତ୍ରା ଆରମ୍ଭ ହୋଇ ବୃନ୍ଦାବନ କଲୋନୀ ଶିବ ମନ୍ଦିର ଠାରେ ଶେଷ ହୋଇଥିଲା ।ଶିବ ମନ୍ଦିର ଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ପାରାଦୀପ ନଗର ବିଜେଡି ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ରାଉତ ପୌରୋହିତ୍ୟ କରିଥିଲେ ।ଏଥିରେ ପାରାଦୀପ ନଗର ଯୁବ ବିଜେଡି ସଭାପତି ଆଲୋକ ମହାପାତ୍ର,ଜିଲ୍ଲା ସମ୍ପାଦକ ମନୋଜ ବେହେରା, ପାରିଷଦ ଅଜିତ ଷଡ଼ଙ୍ଗୀ, ଉଲ୍ଲାସ ବିଶ୍ଵାଳ,ଗୋଲେଖ ସାହୁ,ନାରୀ ନେତ୍ରୀ ଚପଳା ସ୍ୱାଇଁ ପ୍ରମୁଖ ଯୋଗ ଦେଇ ନବୀନ ସରକାରଙ୍କ ୨୪ବର୍ଷର ଲୋକାଭିମୁଖୀ କାର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ ।ଆଗାମୀ ଦିନରେ ପାରାଦୀପର ବିଭିନ୍ନ ଅଞ୍ଚଳରେ ଜଣ ସମ୍ପର୍କ ପଦଯାତ୍ରା କରାଯାଇ ଲୋକ ମାନଙ୍କ ସହିତ ଯୋଡି ହେବାର କାର୍ଯ୍ୟକ୍ରମ ସହିତ ସଦସ୍ୟତା ଅଭିଯାନ କାର୍ଯ୍ୟ କରାଯିବ ବୋଲି ନଗର ବିଜେଡି ସଭାପତି ବସନ୍ତ କୁମାର ବିଶ୍ଵାଳ ସୂଚନା ଦେଇଥିଲେ ।ବସନ୍ତଙ୍କର ଏହି ଦମଦାର ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଏବଂ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ।