ପଲଶାଗୋରା କେନ୍ଦ୍ର ଡ଼ୁମାଲ ସମାଜ ର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ଚୟନ
ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା କେନ୍ଦ୍ର ଡ଼ୁମାଲ ସମାଜ ର ଏକ ସାଙ୍ଗଠନିକ ବୈଠକ ମା ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ସାଙ୍ଗଠନିକ ବୈଠକ ସହିତ କେନ୍ଦ୍ର ର କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ଭାବରେ ବବୃବାହାନ କର୍ଣ୍ଣ, ଉପ ସଭାପତି ଭାବରେ ଦିଲ୍ଲୀପ ମହାକୁଡ଼ ଓ ଶଙ୍କର ପାତ୍ର, ସମ୍ପାଦକ ଭାବରେ ଜୟକୃଷ୍ଣ ପାତ୍ର, ସହ ସମ୍ପାଦକ ଭାବରେ ନିତ୍ୟାନନ୍ଦ କର୍ମୀ, କୋଷାଧ୍ୟକ୍ଷ ଭାବରେ ସତ୍ୟନାରାୟଣ ପ୍ରଧାନ ଓ ସଦସ୍ୟ ଭାବରେ ଧନମାଳୀ କର୍ଣ୍ଣ, ନିରଞ୍ଜନ ବାରିକ, ପଞ୍ଚାନନ ମହାକୁଡ଼, ଲବଣି ବସ୍ତିଆ ଓ ମିଥୁନ ମହାକୁଡ଼ଙ୍କୁ ପଲଶାଗୋରା କେନ୍ଦ୍ର ଶାଖାର କର୍ମକର୍ତ୍ତା ଚୟନ କରାଯାଇଛି l ଆଜିର ଏହି ବୈଠକ ରେ ଡ଼ୁମାଲ ପରିଷଦ ଅନ୍ତର୍ଗତ ପଲଶାଗୋରା କେନ୍ଦ୍ର ଶାଖା ଅଧୀନ ବିଭିନ୍ନ ଗ୍ରାମରୁ ଡ଼ୁମାଲ ଜାତି ଭାଇ ଯୋଗଦାନ କରିଥିଲେ l ଏହି ବୈଠକ ରେ ରମଣିରଞ୍ଜନ ପ୍ରଧାନ, ସନ୍ତୋଷ ଦନ୍ତା, ନବୀନ ମହାକୁଡ଼, ଅଜିତ ଗିରି, ମାହେଶ୍ୱରୀ ମନ୍ଦିର ର ପୂଜକ କପିଳାସ ମହାକୁର, ରାମହରି ପ୍ରଧାନ, ପ୍ରଦୀପ ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, ରାଜକିଶୋର ମହାକୁର ପ୍ରମୁଖ ଯୋଗଦାନ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
