May 17, 2025
Home » ପଶୁ ସୁରକ୍ଷା ପାଇଁ ଲମ୍ବା ଲଢେଇ କରି ବିଶ୍ଵ ରେକର୍ଡ ସ୍ଥାପନ କଲେ ଯୁବକ l

ପଶୁ ସୁରକ୍ଷା ପାଇଁ ଲମ୍ବା ଲଢେଇ କରି ବିଶ୍ଵ ରେକର୍ଡ ସ୍ଥାପନ କଲେ ଯୁବକ l

0
WhatsApp Image 2024-09-10 at 5.31.07 PM

 

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବିଦୁରପାଲି ଅଞ୍ଚଳ ର ଜୈନେକ ଯୁବକ ପଶୁ ସୁରକ୍ଷା ଆଇନ ପାଇଁ ଲମ୍ବା ଲଢେଇ କରି ବିଶ୍ଵ ରେକର୍ଡ ସ୍ଥାପନ କରିଥିବା ସୂଚନା ମିଳିଛି l ସୂଚନା ଅନୁସାରେ ବୀରମହାରାଜପୁର ଥାନା ବିଦୁରପାଲି ଅଞ୍ଚଳ ରେ ବସବାସ କରୁଥିବା ପ୍ରଦ୍ୟୁମ୍ନ ଚୌଧୁରୀ ନାମକ ଯୁବକ ପଶୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ପଶୁ ସୁରକ୍ଷା ଆଇନ ପାଇଁ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦୀର୍ଘ ଦିନ ଦାବି କରିବା ସହିତ ପଶୁ ମାନଙ୍କ ପାଇଁ ବିଧାନସଭା ସମ୍ଭୁଖ ରେ ଏବଂ ଦିଲ୍ଲୀ ସ୍ଥିତ ଯନ୍ତରମନ୍ତର ଠାରେ ଦୀର୍ଘ୍ ଦିନ ଧରି ଧାରଣା ଦେଇଥିଲେ l ପ୍ରକାଶ ଯୋଗ୍ୟ କି ପ୍ରଦ୍ୟୁମ୍ନ ଚୌଧୁରୀ ଜଣେ ପଶୁ ପ୍ରେମୀ ହେବା ସହ ପଶୁ ଙ୍କ ସୁରକ୍ଷା ପାଇଁ ଆଇନ୍ ଆଣିବାକୁ ସେ ସରକାରୀ ହିସାବ ରେ ଲଗାତାର ୧୪୦ ଧାରଣା ଦେଇଥିବା ବେଳେ ପ୍ରଦ୍ୟୁମ୍ନ ଙ୍କ ଅନୁସାରେ ସେ କୁଆଡେ ୧୯୭ ଦିନ ଧରି ଧାରଣା ଦେଇଥିଲେ l ପ୍ରକାଶ ଥାଉ କି ପ୍ରଦ୍ୟୁମ୍ନ ଓଡ଼ିଶା ରୁ ବେଆଇନ ଭାବେ ଗୋ – ଚାଲଣ୍, ନିରୀହ ପଶୁ ପକ୍ଷୀଙ୍କୁ ହତ୍ୟା କରିବା ତାଙ୍କୁ ବ୍ୟଥିତ କରିଥିବା ବେଳେ ନିରୀହ ପଶୁ ପକ୍ଷୀ ଙ୍କୁ ମାରୁଥିବା ବେଳେ ପଶୁ ହତ୍ୟାକାରୀ ବିରୋଧ ରେ କୌଣସି ପ୍ରକାର ଆଇନ୍ ନ ଥିବାରୁ ଦିନ କୁ ଦିନ ପଶୁ ସଂଖ୍ୟା ହ୍ରାସ ପାଇବାକୁ ବସୁଥିବା ଅନୁଭବ କରି ପଶୁ ମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ି ଥିଲେ l ତାଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ତାଙ୍କୁ ଲମ୍ବା ଲଢେଇ କରିଥିବା ଯୋଗୁଁ ସେ ଲମ୍ବା ଲଢେଇ ପାଇଁ ବିଶ୍ଵ ରେକର୍ଡ କରିଥିବା ଜଣାଯାଇଛି l ଓଡ଼ିଶା ରେ ୪ ଟି ବିଭିନ୍ନ କାରଣ ରୁ ବିଶ୍ଵ ରେକର୍ଡ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ର ଯୁବକ ଙ୍କ ଦ୍ଵାରା ପଶୁ ସୁରକ୍ଷା ପାଇଁ ଲମ୍ବା ଲଢେଇ କରି ବିରଳ ରେକର୍ଡ ସ୍ଥାପନ କରିଥିବା ସୂଚନା ମିଳିଛି l ତାଙ୍କ ଏହି ଲଢେଇ ପାଇଁ ପଶୁ ପ୍ରେମୀ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *