May 15, 2025
Home » ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଧୁମଧାମରେ ପାଳିତ

ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଧୁମଧାମରେ ପାଳିତ

0
WhatsApp Image 2024-09-09 at 1.52.41 PM

ସୁବର୍ଣ୍ଣପୁର:-ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ସିଂହାରୀ ତଥା ଆଖ ପାଖ ଅଞ୍ଚଳରେ ବେଶ ଧୁମଧାମରେ ପାଳିତ ହୋଇଥିଲା । ଗତବର୍ଷ ପରି ଏ ବର୍ଷ ମଧ୍ଯ ରୂପଶ୍ରୀ କଳା ପରିଷଦ ସିଂହାରୀ ଦ୍ବାରା ନୂଆଁଖାଇ ଭେଟଘାଟ-2024 ଧାନ ମଣ୍ଡି ଗୋଦାମ ଗୃହରେ ଅନୁଷ୍ଠିତ ହୋଇଥିଲା । ବର୍ଷାର ବାଧକ ଓ ପ୍ରତିକୂଳ ବିଭ୍ରାଟ ସତ୍ତ୍ୱେ ଦେଖଣାହାରୀ ମାନେ ଭରପୁର ମଜା ଉଠାଇଥିଲେ। ଉଦଘାଟନୀ ସଭାରେ ରୂପଶ୍ରୀ ସଭାପତି ଶ୍ରୀ ଦୂର୍ବାଦଳ ସାହୁଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ପରେ ରୂପଶ୍ରୀ କଳା ପରିଷଦର କୁନି କଳାକାର କଳ୍ପେଶ କୁମାର ଭୁଏ,ଅପର୍ଣ୍ଣା ମିଶ୍ର,ପରିମିତା ଚୁହାନ,ଯୁକ୍ତାମୟୀ ଭୁଏ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ଭାବେ ସିଂହାରୀ ସରପଞ୍ଚ ଶ୍ରୀମତୀ ଭୂମତି ଘିବେଲା , ସିଂହାରୀ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରହ୍ଲାଦ ଚୁହାନ ,ଚାରଭଟା ସି ଆର ସି ସି ରୋହିତ କୁଅଁର, ବଘିଆ ସି ଆର ସି ସି ସୁରେଶ ଘିବେଲା, ସିଂହାରୀ ପେକ୍ସର ସେକ୍ରେଟେରୀ ଅଜାମ୍ବିଳ ଚୁହାନ ,ମଞ୍ଚାସୀନ ଅତିଥି ନିଜସ୍ବ ଅଭିଭାଷଣ ପ୍ରଦାନ କରି ଥିବାବେଳେ ସଂପାଦକ ଶ୍ରୀ କମଳ ଭୁଏ ସିଂହାରୀ ର ଅତୀତ ନାଟ୍ୟ ସଂସ୍କୃତିର ଗାରୀମା ଉପରେ ଆଳୋକ ପାତ କରିଥିଲେ। ପରେ ପରେ ବିଶିଷ୍ଟ ହାସ୍ୟ ଅଭିନେତା ସ୍ବର୍ଗତ ଶ୍ରୀ ଧୁବାଭୁଏ,ତବଳା ବାଦକ ସ୍ବର୍ଗତ ଶ୍ରୀ ମହେଶ୍ବର ସାହୁ,ଅନ୍ୟତମ ଫାର୍ସ ଅଭିନେତା ସ୍ବର୍ଗତ ଶ୍ରୀ ବିଶି ସାହୁଙ୍କୁ ମରଣୋତ୍ତର ପ୍ରତିଭା ସମ୍ମାନରେ ସମ୍ମାନୀତ କରିଥିବା ବେଳେ ଶିଶୁ କଳାକାର ଭାବରେ ପ୍ରତିଷ୍ଠା ଲାଭ କରିଥିବା ସୁଜିତ ସାହୁ,ନାଟକ ଛିଃ ନିମନ୍ତେ ଓ ରାକେଶ କୁମାର ସାହୁ ସର୍ଟଫିଳ୍ମି ଛିଃ ଶିଶୁ ଅଭିନେତା ଯୁବ କିଶୋର ପ୍ରତିଭା ରେ ସମ୍ମାନୀତ କରାଯାଇ ଥିଲା।ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ପ୍ରଫୁଳ୍ଳ ଭୁଏ ଙ୍କ ଅର୍ଣ୍ଣପୂର୍ଣ୍ଣା ମହିଳା ସଂକୀର୍ତ୍ତନ ସିଂହାରୀ,ବସନ୍ତ ମାଝି ଓ ସାଥି,ବିଡ଼ିଓ ରଣା ଓ ସାଥି,ସୁନ୍ଦର ନାମ ସଂକୀର୍ତ୍ତନ ପରିବେଷଣ କରି ପରିବେଶକୁ ଭାବଭକ୍ତି ରସମୟ କରିଦେଇଥିଲେ । ଠିକ ସେପରି ସିଂହାରୀ ସ୍କୁଲ ଛାତ୍ରୀ ଲିପ୍ସା ସାହୁ ଗୃପର ନୂଆଁ ଖାଇ ନୃତ୍ୟ,ମୋନିକା ସାହୁ,ମୁନିକା ସାହୁ, ତେଜବତୀ ରଣା,ରଚନା ରଣା,ଲିଳିମା ରଣା, ବର୍ଷା କୁଅଁର ଓ ଶିଶୁ ନୃତ୍ୟାଙ୍ଗନା ଦିବ୍ଯା୍ନଶି ଚୁହାନ ଓ ସମ୍ବଲପୁରୀ ନୃତ୍ୟ ଓ ରୂପଶ୍ରୀ ଅନୁଷ୍ଠାନ ର ଲୋକନୃତ୍ୟ ରେ ମଞ୍ଚ ଦୁଲୁକାଇ ଦେଇଥିଲେ। ତାଦୃଶ ପୁରାତନ ଗିତିନାଟ୍ଯ କଳାକାର ଶ୍ରୀ ମହାବୀର ସାହୁ ସେକାଳର ଗୀତିନାଟ୍ଯ ର ଝଲକ ପରିବେଷଣ କରି ପରିବେଶକୁ ମଧୁମୟ କରିଦେଇଥିଲେ।ଏ ସମସ୍ତ କାର୍ଯ୍ୟକ୍ରମ କୁ ରାଜୀବ ଭୁଏ ସୁନ୍ଦର ମଞ୍ଚ ପରିଚାଳନା କରୁଥିବା ବେଳେ ଶ୍ରୀ ବିମଳ ଭୁଏ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ରୂପଶ୍ରୀ କଳା ପରିଷଦ ସିଂହାରୀ ର ସପରିବାର ସଭ୍ୟ ସେବକ କୁଅଁର,ଶଙ୍କିତ ସାହୁ,ଶ୍ରୀକାନ୍ତ ଦୀପ, ପଦାର୍ଥ ଧାରୁଆ,ଦାନୀରାମ ଭୋଇ,ନିମାଇଁ ଚରଣ ଭୋଇ,ରତନ ମିଶ୍ର, ସରୋଜ ମାଝୀ,ଭବାନୀ ଶଙ୍କର ଭୋଇ,ରଞ୍ଜନ ମିଶ୍ର ପ୍ରଭୃତି ବିଶେଷ ସହଯୋଗିତା କରିଥିଲେ। ଭରପୁର ଦର୍ଶକ ନୂଆଁଖାଇ ର ମଜା ମନଭରି ଉପଭୋଗ କରିଥିଲେ l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *

You may have missed