ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ
ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ
ଖୋରଧା-ଜଟଣୀ : ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ ଓ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ବର ବ୍ଲକ ଓ ମ୍ୟୁନିସିପାଲଟି, ଜଟଣୀ ବ୍ଲକ ଓ ମ୍ୟୁନିସିପାଲଟି ଏବଂ ଖୋରଧା ବ୍ଲକର ୫୧ଟି ହାଇସ୍କୁଲର ଏ୧ ଏ୨ ରେ ଉତ୍ତୀର୍ଣ୍ଣ ୧୭୬ ପିଲାଙ୍କୁ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମାନପତ୍ର ଓ ଆର୍ଥିକ ସହାୟତା ପ୍ରଦାନ ସ୍ୱରୂପ ସମ୍ମାନୀତ କରାଯାଇଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ସେହି ୫୧ଟି ସ୍କୁଲର ବି୧ ବି୨ ରେ ଉତ୍ତୀର୍ଣ୍ଣ ହୋଇଥିବା ୫୧୨ ଜଣ ଛାତ୍ର,ଛାତ୍ରୀଙ୍କୁ ଘର ଘର ବୁଲି ପାଣ୍ଡବ ଜେନା ଫାଉଣ୍ଡେସନର ଅଧ୍ୟକ୍ଷ ଡଃ ସନ୍ତୋଷ ଜେନା ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ କରିଥିବା ପ୍ରକାଶ।
