ପାରାଦୀପ ନଗର କଂଗ୍ରେସ ତରଫରୁ ଏକ ଶାନ୍ତିପୂଣ୍ଣ ମଶାଲ ଶୋଭାଯାତ୍ରା
ପାରାଦୀପ – ସଂସଦରେ ପାରିତ ହୋଇଥିବା ନାରୀ ବନ୍ଦନ ଅଧିନୀୟମକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ପାରାଦୀପ ନଗର କଂଗ୍ରେସ ତରଫରୁ ଏକ ଶାନ୍ତିପୂଣ୍ଣ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ମହିଳା ସଂରକ୍ଷଣ ବିଲ୍ ଉପରେ ବିରୋଧୀଙ୍କ ଉପରେ ମିଥ୍ୟା ଆରୋପ ଲଗାଇବା ସହିତ ଭାରତୀୟ ଜନତା ପାର୍ଟିର ଇତିହାସକୁ ସମାଲୋଚନା କରିଥିଲେ ନଗର କଂଗ୍ରେସ ସଭାପତି ।। l ସଂସଦର ଉଭୟ କକ୍ଷରେ ବିରୋଧୀଙ୍କ ବିପୁଳ ସମର୍ଥନରେ ପାରିତ ହେବାପରେ ଏହାକୁ ଦେଶବ୍ୟାପି ଦଳ ଗତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିଥିଲେ l କିନ୍ତୁ ନରେନ୍ଦ୍ର ମୋଦି ଙ୍କ ବିଜେପି ସରକାର ଏହାକୁ ଲାଗୁ କରିବା ପରିବର୍ତ୍ତେ ବିରୋଧୀ ଙ୍କ ଉପରେ ଉଦେଶ୍ୟମୂଳକ ଭାବେ ଲଗାଉଥିବା ଆରୋପ କୁ ସମାଲୋଚନା କରିଥିଲେ ପାରାଦୀପ ନଗର କଂଗ୍ରେସ ସଭାପତି କେଦାର ନାଥ ବିଶ୍ୱାଳ l

ଆମେ ଆଜି ମଶାଲ ଶୋଭାଯାତ୍ରା ମାଧ୍ୟମ ରେ ଯଥାଶୀଘ୍ର ପାରିତ ହୋଇଥିବା ନାରୀ ବନ୍ଦନ ବିଲ କୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କଲେ ଆଗାମୀ ଦିନରେ ଜାତୀୟ କଂଗ୍ରେସ ପ୍ରତ୍ୟେକ ସ୍ତରରେ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟ କୁ ବିରୋଧ କରି ଜୋରଦାର ଆନ୍ଦୋଳନ କୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି l ପାରାଦୀପ ନଗର କଂଗ୍ରେସ ତରଫରୁ ଆୟୋଜିତ ମଶାଲ ମାର୍ଚ୍ଚ ରେ ପାରାଦୀପ ନଗର କଂଗ୍ରେସ ସଭାପତି କେଦାର ନାଥ ବିଶ୍ୱାଳ, ଜିଲ୍ଲା କଂଗ୍ରେସ ଉପ ସଭାପତି ଅଶ୍ୱିନୀ ସ୍ୱାଇଁ,ସାଧାରଣ ସମ୍ପାଦକ ଶୁଭ ନାରାୟଣ ନାୟକ,ଜିଲ୍ଲା ସମ୍ପାଦକ ସରୋଜ ପ୍ରଧାନ,ପ୍ରଦେଶ କଂଗ୍ରେସ ମହିଳା ସମ୍ପାଦିକା ବିନତି ପଢିଆରୀ, ଧରିତ୍ରୀ ସାମଲ, ପୁଷ୍ପା ଦାସ, କୌଶଲ୍ୟା ମହାନ୍ତି, ଅନ୍ନପୂର୍ଣ୍ଣା ଦାସ, କୃପାସିନ୍ଧୁ ଦାସ,ପାରାଦୀପ ନଗର ଓବଷି ସେଲ୍ ଅଧ୍ୟକ୍ଷ ତ୍ରିନାଥ ମହାନ୍ତି ଙ୍କ ସହିତ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ମଶାଲ ଶୋଭାଯାତ୍ରା ରେ ପାରାଦୀପ ସହର ପରିକ୍ରମା କରିବା ସହିତ ବିଜେପି ସରକାର ବିରୁଦ୍ଧରେ ନାରାବାଜି କରିଥିଲେ l
paradeep ru prasanta dash nka report
