September 7, 2026
Home » ପାରାଦୀପ ବନ୍ଦରକୁ ମିଳିଲା ଐତିହାସିକ ସଫଳତା

ପାରାଦୀପ ବନ୍ଦରକୁ ମିଳିଲା ଐତିହାସିକ ସଫଳତା

0
WhatsApp Image 2026-09-07 at 3.22.15 PM

ପଶ୍ଚିମ ଡକ୍‌-୧ରେ ଲାଗିଲା ବୃହତକାୟ ଜାହାଜ
ପାରାଦୀପ, : ପାରାଦୀପ ବନ୍ଦରକୁ ରବିବାର ଦିନ ଐତିହାସିକ ସଫଳତା ମିଳିଛି । ଶନିବାର ଦିନ ୬ଟା ସମୟରେ ୧୬.୫ ମିଟର ଡ୍ରାଫ୍ଟ ବିଶିଷ୍ଟ ଜାହାଜ ନବନିର୍ମିତ ପଶ୍ଚିମ ଡକ୍‌-୧ରେ ସଫଳତାର ସହିତ ଲାଗିଛି । ୨୯୨ ମିଟ୍ ଲମ୍ବ ଓ ୪୫ ମିଟର ପ୍ରସ୍ଥ ବିଶିଷ୍ଟ ମିନେରାଲ କ୍ୱାନଗ୍ୟାଜ୍ଞ ନାମକ ଏହି ଜାହାଜ ପାରାଦୀପ ବନ୍ଦର ପଶ୍ଚିମ ଡକ୍‌-୧ରେ ଲାଗିବା ପ୍ରଥମ ଘଟଣା । ପାରାଦୀପ ବନ୍ଦରର ଭିତିଭୂମି ଦୃତ ବିକାଶ ହେବାରେ ଲାଗିଛି । ଏହି ବୃହତ୍‌କାୟ ଜାହାଜରେ ଅଷ୍ଟ୍ରେଲିୟାର ହେ ପଏରୁ ୧ଲକ୍ଷ ୫୨ହଜାର ୭୦୨ ମେଟ୍ରିକ୍ ଟନ୍ କୁକିଙ୍ଗ କୋଲ ବୋଝେଇ ହୋଇ ଆସିଛି । ପାରାଦୀପ ବନ୍ଦର ବୃହତକାୟ ଜାହାଜ ଚଳାଚଳ ପାଇଁ ଉପଯୁକ୍ତ ସ୍ଥାନ ବୋଲି ପ୍ରମାଣିତ ହୋଇଛି । ଏହି ଐତିହାସିକ ସଫଳତା ପାରାଦୀପ ବନ୍ଦର ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା କହିଛନ୍ତି ପାରାଦୀପ ବନ୍ଦର ଟ୍ରାଫିକ୍ ମ୍ୟାନେଜର ରାଜେନ୍ଦ୍ର କୁମାର ଓ ଜିନ୍ଦଲ ପାରାଦୀପ ପୋର୍ଟ ଲି.ର ଡେପ୍ୟୁଟି ସିଇଓ ସନ୍ଦୀପ ଜୌସ୍ୱାଲ । ଏହି ସଫଳତା ହାସଲ ପରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ପାରାଦୀପ ବନ୍ଦର କର୍ତୃପକ୍ଷ ଓ ଜେପିପିଏଲ କର୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଐତିହାସିକ ସଫଳତା ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ନିଷ୍ଠାପରତା ବିଶ୍ୱସ୍ତରୀୟ ଉତ୍କୃଷ୍ଟ ସେବା ପ୍ରଦାନ କରିବ ସହିତ ନୌବାଣିଜ୍ୟ ଓ ଶିଳ୍ପସଂସ୍ଥା କ୍ଷେତ୍ରରେ ଏକ ନିଆରା ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *