July 1, 2026
Home » ପାରାଦୀପ ବିଶ୍ଵକର୍ମା ପୂଜାର ପ୍ରଥମ ପ୍ରସ୍ତୁତି ବୈଠକ

ପାରାଦୀପ ବିଶ୍ଵକର୍ମା ପୂଜାର ପ୍ରଥମ ପ୍ରସ୍ତୁତି ବୈଠକ

0
WhatsApp Image 2026-07-01 at 2.04.33 PM

ପାରାଦୀପ: ପାରାଦୀପ ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଚଳିତ ବର୍ଷ ଧୁମଧାମରେ ପାଳନ କରାଯିବା ନେଇ ଆଜି ଆୟୋଜିତ ପ୍ରଥମ ବୈଠକରେ ନିଷ୍ପତ୍ତି ନିଆଯାଇଛି।ଏହା ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇ ୭ ଦିନ ଧରି ଆୟୋଜିତ ହେବ।ଏନେଇ ଆଜି ଅପରାହ୍ନରେ ବନ୍ଦର ପ୍ରଶାସନିକ ଭବନରେ ଆୟୋଜିତ ପ୍ରଥମ ବୈଠକରେ ବନ୍ଦରର ସେକ୍ରେଟାରୀ କ୍ରୀଷ୍ଣା ବାପି ରାଜୁ ଅଧ୍ୟକ୍ଷତା କରିଥିବା ବେଳେ ବନ୍ଦର ପକ୍ଷରୁ ଇଷ୍ଟେଟ ଅଫିସର ବିଶ୍ଵଜିତ ମିଶ୍ର, ଏଲେକ୍ଟ୍ରିକାଲ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆର ଏନ ସାହୁ, ପାରାଦୀପ ଆଦର୍ଶ ଥାନା ଅଧିକାରୀ ବବିତା ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।ପାରାଦୀପ ବିଶ୍ୱକର୍ମା ପୂଜାରେ ଭାଗ ନେଉଥିବା ବିଭିନ୍ନ ପୂଜା ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଯୋଗ ଦେବା ସହିତ ପୌର ପ୍ରଶାସନ, ବନ୍ଦର ପ୍ରଶାସନ ଓ ପୁଲିସ ପ୍ରଶାସନ ସହଯୋଗ ରେ ଚଳିତ ବର୍ଷର ପୂଜା ଯେପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ସେ ନେଇ ନିଜର ମତ ରଖିଥିଲେ।ପୂର୍ବ ବର୍ଷ ଭଳି ମେଢ, ଆଲୋକ ସଜା ଓ ତୋରଣ ଆଦି ଯେପରି ଉଚ୍ଚ କୋଟିର କରାଯାଇ ପାରିବ ସେ ସମ୍ପର୍କରେ ଆୟୋଜକଙ୍କୁ ଉପସ୍ଥିତ କମିଟି କର୍ମକର୍ତ୍ତା କହିଥିଲେ।ବୈଠକରେ ସବୁ ସଂଗଠନ ପକ୍ଷରୁ କେତେଜଣ ଉପସ୍ଥିତ ଥିବା ବେଳେ କେତେକ ଆଗ ଧାଡିର ସଙ୍ଗଠନ ମୁଖିଆଙ୍କୁ ଦେଖିବାକୁ ମିଳି ନଥିଲା।ପ୍ରଥମ ବୈଠକ ହେବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲେ ମଧ୍ୟ ବହୁ ସଙ୍ଗଠନ ମୁଖିଆଙ୍କୁ ଦେଖିବାକୁ ମିଳି ନଥିବାରୁ ବିଭିନ୍ନ କଥା ଉଠିଥିଲା।ଉପସ୍ଥିତ ସମସ୍ତ ସଂଗଠର କର୍ମକର୍ତ୍ତା ବନ୍ଦର ପ୍ରଶାସନ ନିକଟରେ ପୂର୍ବଭଳି ବିଜୁଳି ଛାଡ଼ କରିବା ନେଇ କଥା ଉଠାଇଥିଲେ ମଧ୍ୟ କେହି ଶୁଣି ନଥିଲେ।ଏହି ଦାବୀ ସମ୍ପର୍କରେ ପୂର୍ବ ରୁ ଦୁଇ ତିନି ବର୍ଷ ହେବ ବୈଠକରେ ଉଠାଇ ଥିଲେ ମଧ୍ୟ ବନ୍ଦର ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଆୟୋଜକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।ପୂଜା ରେ ଅଂଶ ଗ୍ରହଣ କରିବା ପାଇଁ ୧୫ ଦିନ ମଧ୍ୟରେ ଅର୍ଥାତ ଜୁଲାଇ ୨୧ ତାରିଖ ମଧ୍ୟରେ ବନ୍ଦର ପ୍ରଶାସନ କୁ ଲିଖିତ ଆକାରରେ ଜଣାଇବା ପାଇଁ କୁହାଯିବା ସହ ତା ପରେ ଆଉ କୌଣସି ଆବେଦନକୁ ଆଉ ବିଚାରକୁ ନିଆଯିବ ନାହିଁ ବୋଲି ସ୍ଥିର କରାଯାଇଥିଲା।ସାଇକେଲ ଷ୍ଟାଣ୍ଡ ହେଉ କିମ୍ବା କାର ଷ୍ଟାଣ୍ଡ ହେଉ ଚଳିତ ବର୍ଷ ଯେଉଁମାନେ ଷ୍ଟାଣ୍ଡ ଟେଣ୍ଡର ରେ ପାଇବେ ସେମାନେ ପାଇଥିବା ଟେଣ୍ଡର ର ଦୁଇ ଗୁଣା ସିକ୍ୟୁରିଟି ଜମା ଦେବେ।ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ ତେବେ ସେମାନଙ୍କ ଟଙ୍କା ଫେରସ୍ତ ଦିଆଯିବ ନାହିଁ।

 

prasanta dash nka report

Leave a Reply

Your email address will not be published. Required fields are marked *