July 17, 2026
Home » ‘ପିକକ୍‌’ର ପ୍ରତିଷ୍ଠା ଦିବସ ପାଳିତ

‘ପିକକ୍‌’ର ପ୍ରତିଷ୍ଠା ଦିବସ ପାଳିତ

0
WhatsApp Image 2026-07-17 at 3.26.36 PM

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ପିକକ୍‌’ର ୩୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ କାର୍ଯ୍ୟନିର୍ବାହୀ ସମ୍ପାଦିକା ଅନୁରାଧା ମହାନ୍ତି, ଅଧ୍ୟକ୍ଷ ମିନତୀ ପଣ୍ଡା, ଉପଦେଷ୍ଟା ଅବସରପ୍ରାପ୍ତ ଆଇଏଏସ୍ ଅଶ୍ୱନୀ କୁମାର ଦାଶ, ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ସଂଗଠନର ବିଭିନ୍ନ ସଫଳତା ନେଇ ଆଲୋଚନା କରିଥିଲେ। ସଂଗଠନର ସମ୍ପାଦକ ଶ୍ରୀ ମହାନ୍ତି ଗତ ୧୯୯୦ ମସିହାରେ ପ୍ରତିଷ୍ଠିତ ଏହି ସଂସ୍ଥା ଆଜି ଏକ ମହାନ ବଟବୃକ୍ଷରେ ପରିଣତ ହୋଇଥିବା ନେଇ ସମାଜ ପରିବର୍ତ୍ତନରେ ବହି ହିତକାକ୍ଷିଂକ ସହଯୋଗ ଓ ସଦିଚ୍ଛାକୁ ଭୂୟଂଶୀ ପ୍ରଶଂସା କରିଥିଲେ। ଏହି ସଂଗଠନର ବୋର୍ଡରେ କୌଣସି ରାଜନୈତିକ ମତବାଦୀ ବ୍ୟକ୍ତି ନଥିବାବେଳେ କେବଳ ସମାଜର ତଳସ୍ତରରେ ଥିବା ଅବହେଳିତଙ୍କ ନିକଟରେ କିଭଳି ପହଞ୍ଚି ପାରିବେ ତାହା ଏକମାତ୍ର ଲକ୍ଷ୍ୟ ବୋଲି କହିଥିଲେ।

ଦେଶର ୨୩ ଟି ରାଜ୍ୟ ଓ ୯ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହାର ସେବା ପହଞ୍ଚିଥିବାବେଳେ ଓଡିଶାର ୧୫୩୫ ଟି ଗାଁ, ୧୨୦ଟି ବସ୍ତିରେ ତାର କାର୍ଯ୍ୟକ୍ରମକୁ ବିସ୍ତାର କରିପାରିଛି। ସେହିପରି ୩୬,୩୪୦ ଶିଶୁ ଶ୍ରମିକ ଉଚ୍ଛେଦ, ଥଇଥାନ ଓ ଉଦ୍ଧାର କରିପାରିଥିବାବେଳେ ୨,୧୩,୪୪୪ ଜଣ ମହିଳାଙ୍କୁ ସଶକ୍ତିକରଣ କରିପାରିଛି। ସେହିପରି ପ୍ରକୃତି ଓ ପରିବେଶ ର ସୁରକ୍ଷା ନେଇ ଯୁବଶକ୍ତିକୁ ସଂଗଠିତ କରି ୮,୩୭୦୦୦ ବୃହତ୍ତ ବୃକ୍ଷରୋପଣ ହୋଇଛି। ସ୍ୱାକ୍ଷରତା ଅଭିଯାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ୨୩୦ ନିଶାଯୁକ୍ତଙ୍କୁ ନିଶାମୁକ୍ତ କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇଥିବା ସୂଚନା ମିଳିଛି। ଏହି ଅବସରରେ ସଂଗଠନ ପାଇଁ ସମୟଶକ୍ତି ଦାନ କରିଥିବା ବାଞ୍ଛାନିଧି ପଟ୍ଟନାୟକ, ବିବି ଆଚାର୍ଯ୍ୟ, ଡା. ସେବା ମହାପାତ୍ର, ଅଶୋକ ପଟ୍ଟନାୟକ, ରଶ୍ମିତା ନନ୍ଦ, ଆହୁରି ବରାଳ, ଡ ସ୍ନେହପ୍ରଭା ସାମନ୍ତରାୟ ପ୍ରମୁଖ ନିଜ ନିଜର ଅନୁଭୂତି ବର୍ଣ୍ଣନା କରି ଆଗାମୀ ଦିନରେ ସଂଗଠନ ରାଜ୍ୟର ସେବା କ୍ଷେତ୍ରରେ ପ୍ରଥମ ସ୍ଥାନ ବଜାୟ ରଖିବ ସେ ନେଇ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ‘ପିକକ୍‌’ ପକ୍ଷରୁ ପ୍ରସ୍ତୁତି ‘ମୋ କଥା, ଆମ କଥା’ ପ୍ରମାଣିକ ଚଳଚ୍ଚିତ୍ର ଉନ୍ମୋଚିତ ହୋଇଥିଲା।

Leave a Reply

Your email address will not be published. Required fields are marked *