ପୁଣି ରାଜ୍ୟରେ ଘୂର୍ଣ୍ଣିବଳୟ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ
ଭୁବନେଶ୍ୱର: ଅକ୍ଟୋବର ମାସରେ ବାତ୍ୟା ଦାନା ପ୍ରଭାବ ଟଳିବା ପରେ ପୁଣି ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଘୂର୍ଣ୍ଣିବଳୟ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ
ଏହା ଭୟଙ୍କର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୟୁରୋପିଆନ ସେଣ୍ଟର ଫର ମିଡିୟମ ରେଞ୍ଜ ଫୋରକାଷ୍ଟ (ଇସିଏମ୍ଡବ୍ଲ୍ୟଏଫ୍) ସମେତ କେତେକ ଅନ୍ତର୍ଜାତୀୟ ପାଣିପାଗ ମଡେଲ ସୂଚନା ଅନୁଯାୟୀ ନଭେମ୍ବର ୬ କିମ୍ବା ୭ ତାରିଖ ବେଳକୁ ଚାଇନା ସାଗରରେ ଥିବା ଘୂର୍ଣ୍ଣିବଳୟ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ। ଏହା ଓଡ଼ିଶା କିମ୍ବା ତାମିଲନାଡୁ ଉପକୂଳମୁହାଁ ହେବାର ସମ୍ଭାବନା ରହିଛି। ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅନେକ ସମୟ ଥିବାରୁ ଏବେଠାରୁ ବାତ୍ୟାକୁ ନେଇ ଆକଳନ କରାଯାଇପାରିବ ନାହିଁ। ଆସନ୍ତା ୩୦ କିମ୍ବା ୩୧ ତାରିଖ ବେଳକୁ ଏ ନେଇ କିଛି ସୂଚନା ମିଳି ପାରିବ ବୋଲି ଜଣେ ପାଣିପାଗ ବିଶେଷଜ୍ଞ କହିଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର