November 18, 2026
Home » ପୁରୀ ଆଇଟିଆଇ ର ଛାତ୍ରୀ ସୁପ୍ରିତ ମହାପାତ୍ର ‘ମେକାନିକ୍ ମୋଟର ଭେହିକିଲ୍ ‘ ରେ ସର୍ବଭରତୀୟ ଟପର

ପୁରୀ ଆଇଟିଆଇ ର ଛାତ୍ରୀ ସୁପ୍ରିତ ମହାପାତ୍ର ‘ମେକାନିକ୍ ମୋଟର ଭେହିକିଲ୍ ‘ ରେ ସର୍ବଭରତୀୟ ଟପର

0
WhatsApp Image 2026-11-16 at 8.20.36 PM

ଆଇଟିଆଇ ର ‘ମେକାନିକ୍ ମୋଟର ଭେହିକିଲ୍ ‘ ରେ ଝିଅ ମାନଙ୍କ ଭିତରେ ସର୍ବଭରତୀୟ ଟପର ହେଇଛନ୍ତି ପୁରୀ ଆଇଟିଆଇ ର ଛାତ୍ରୀ ସୁପ୍ରିତ ମହାପାତ୍ର। ଦୁଇ ବର୍ଷିଆ ପାଠ୍ୟକ୍ରମରେ ମୋଟ ୧୨୦୦ ରୁ ୧୧୯୪ ମାର୍କ ରଖି ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ବାପା ଅଟୋ ଚଳାଇ ପାରିବାର ପ୍ରତିପୋଷଣ କରୁଥିବା ବେଳେ ଝିଅ ସର୍ବଭାରତୀୟ ଟପ୍ପର ହୋଇ ବାପାଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ଝିଅ ସୁପ୍ରିତ। ଏହି ସଫଳତା ପାଇଁ ଆସନ୍ତା ୨୧ ତାରିଖରେ ଲକ୍ଷ୍ନୌ ରେ ପ୍ରଧାନମନ୍ତ୍ରୀ ଙ୍କ ଠାରୁ ପୁରସ୍କୃତ ହେବାକୁ ଯାଉଛନ୍ତି।ମୋଟର ମେକାନିକ୍ ରେ ଅଧିକ ଶ୍ରମ ପଡୁଥିବାରୁ ଏହି ଟ୍ରେଡ କୁ ଅଧିକାଂଶ ପୁଅମାନେ ହିଁ ପଢ଼ନ୍ତି। ଅଥଚ ସୁପ୍ରିତ ଝିଅ ହୋଇ ମଧ୍ୟ ଏହି ପାଠ୍ୟକ୍ରମ ପ୍ରତି ଆଗ୍ରହ ଦେଖାଇଥିଲେ। ପୁରୀ ସହର ର ଭଟ୍ଟଜାଗା ନିକଟ ପଞ୍ଚମୁଖୀ ବିହାର ଶ୍ରୀଦେବୀ ନଗରର ଚକ୍ରପାଣି ମହାପାତ୍ର ଓ ଲକ୍ଷ୍ମିପ୍ରିୟା ମହାପାତ୍ରଙ୍କ ଝିଅ ସୁପ୍ରିତ ମହାପାତ୍ର କହିଛନ୍ତି , ମୁଁ ପୁରୀ ଆଇଟିଆଇ ରେ ମେକାନିକ୍ ମୋଟର ଭେହିକିଲ ଟ୍ରେଡ ରେ ଆଡ଼ମିଶନ କରିଥିଲି। ଏହି ଟ୍ରେଡ ର ପରୀକ୍ଷାରେ ମୋଟ୍ ୧୨୦୦ ମାର୍କ ରୁ ୧୧୯୪ ମାର୍କ ରଖି ସର୍ବଭାରତୀୟ ଟପ୍ପର ହୋଇଛି।। ମୁଁ ବହୁତ ଖୁସି ଅଛି। ଅଗାମୀ ୨୧ ତାରିଖରେ ଲକ୍ଷ୍ନୌ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିବାକୁ ଯାଉଛି। ମୋର ସଫଳତା ପାଇଁ ବାପା ମା ସମସ୍ତେ ବେଶ୍ ଖୁସି ଅଛନ୍ତି। ଆଜିର ସମୟରେ ଆଉ ପୁଅ ଝିଅ ଙ୍କ ମଧ୍ୟରେ କିଛି ଭେଦଭାଗ ନାହିଁ। ଏବେ ଜେନେରେସନ ବହୁତ ଆଗକୁ ବଢ଼ିଗଲାଣି। ଏଣୁ ମୁଁ ଏମଏମଭି କୋର୍ସ୍ ନେଇଥିଲି। ଏଥିରେ ମହିଳା ଙ୍କ ପାଇଁ କୋଟା ରହିଚି। ଏଣୁ ନିଯୁକ୍ତି ସୁଯୋଗ ଥିବାରୁ ମୁଁ ଏହି ଟ୍ରେଡ କୁ ଚୟନ କରିଥିଲି। ଆମ କଲେଜର ଭଞ୍ଜନ ସାର୍ ମତେ ବହୁତ ମାର୍ଗଦର୍ଶନ ଦେଇଛନ୍ତି। ସେଥି ପାଇଁ ଆଜି ମୁଁ ସଫଳ ହୋଇଛି। ଆଗକୁ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପାଇଁ ପ୍ରସ୍ତୁତି କରିବାର ଅଛି। ଏଥି ପାଇଁ ଏହି ମେକାନିକ୍ ମୋଟର ଭେହୀକିଲ ଟ୍ରେଡ ରେ ଆଡ଼ମିଶନ ପାଇଁ ସ୍ଥିର କରିଥିଲି। ମୁଁ ପୁରୀ ସଦାଶିବ ସଂସ୍କୃତ ବିଦ୍ୟାଳୟରେ ସଂସ୍କୃତ ରେ ପିଜି କରିଥିବା ବେଳେ ୨୦୨୪ ମୁଁ ପିଜି ସଂସ୍କୃତ ଆଚାର୍ଯ୍ୟ ରେ ସ୍ୱର୍ଣ୍ଣ ପଦକ ରାଷ୍ଟ୍ରପତି ଙ୍କ ଠାରୁ ପାଇଥିଲି। ତେବେ ନିଯୁକ୍ତି ପାଇଁ ମୋର ଲକ୍ଷ୍ୟ ଥିବା ବେଳେ ସମୟ ନଷ୍ଟ ନକରି ଆଇଟିଆଇ ରେ ଆଡ଼ମିଶନ କରିଥିଲି। ଆଇଟିଆଇ ରେ ଶୀଘ୍ର ନିଯୁକ୍ତି ସୁଯୋଗ ଥିବାରୁ ମୁଁ ଆଇଟିଆଇ କୋର୍ସ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ତେବେ ନିଜର ସ୍ୱପ୍ନ ପୂରଣ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏଥି ପାଇଁ ମୁଁ କଠିନ ପରିଶ୍ରମ କରିଥିଲି। ସେଥି ପାଇଁ ମୁଁ ସଫଳ ହୋଇଛି। ତେବେ ମୋର ସଫଳତା ପଛରେ ମୋର ବାପା ମା ଓ ଭଗବାନ ଙ୍କ ଆଶୀର୍ବାଦ ସହିତ ଆମ କଲେଜର ଅଧ୍ୟାପକ ଓ ପ୍ରିନ୍ସିପାଲ ଙ୍କୁ ମୋର୍ ସଫଳତା ଶ୍ରେୟ ଦେବି।

ସୁପ୍ରିତ ଙ୍କ ମାଆ ଲକ୍ଷ୍ମୀପ୍ରିୟା ମହାପାତ୍ର କହିଛନ୍ତି, ଝିଅ ପାଠ ପଢ଼ିବା କୁ ନେଇ ବହୁତ ପରିଶ୍ରମ କରେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ତାର ପରିଶ୍ରମ ନିଷ୍ଠା ଯୋଗୁଁ ସେ ସଫଳତା ହାସଲ କରିବେ। ଏଥି ପାଇଁ ଆମେ ବହୁତ୍ ଖୁସି। ଝିଅ ସର୍ବଭାରତୀୟ ଟପ୍ପର ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିବ ତାହା ଆମ ପାଇଁ ବହୁତ ଗର୍ବର ବିଷୟ। ତେବେ ଝିଅ ସଂସ୍କୃତ ରେ ପିଜି କରିଥିବା ବେଳେ ଏଥି ପାଇଁ ସ୍ୱର୍ଣ୍ଣ ପଦକ ରାଷ୍ଟ୍ରପତି ଙ୍କ ଠାରୁ ପାଇଛି । ହେଲେ କିଛି ନିଯୁକ୍ତି ସୁଯୋଗ ନଥିଲା। ଆମ ପୁଅ ଆଇଟିଆଇ କରି ଏକ କମ୍ପାନୀ ରେ ନିଯୁକ୍ତି ପାଇବା ପରେ ଝିଅ କୁ ମଧ୍ୟ ଆଇଟିଆଇ ରେ ଆଡ଼ମିଶନ ପାଇଁ ତାକୁ ଉତ୍ସାହିତ କରିଥିଲୁ। ତେବେ ତାର କଡା ପରିଶ୍ରମ ଓ ନିଷ୍ଠା ଯୋଗୁଁ ସେ ଟପ୍ ହୋଇଛି। ଆଗାମି ଦିନରେ ଏକ ଭଲ ନିଯୁକ୍ତି ମିଳିବ ବୋଲି ମୋର ଆଶା ରହିଛି।

ସୁପ୍ରିତ ଙ୍କ ସଫଳତା ପଛରେ ବଡ଼ ହାତ ରହିଛି ଗୁରୁ ଭଞ୍ଜନ ଦାଶ ଙ୍କ ବଡ ଭୂମିକା। ଯେତେବେଳେ ସୁପ୍ରିତ ଆଡ଼ମିଶନ ପାଇଁ ଆସିଥିଲେ ଗୁରୂ ଭଞ୍ଜନ ଦାଶ ସୁପ୍ରିତ ମହାପାତ୍ର ଙ୍କୁ ମେକାନିକ୍ ମୋଟର ଭେହିକିଲ ଟ୍ରେଡ ରେ ଆଡ଼ମିଶନ କରିବାକୁ ମାର୍ଗଦର୍ଶନ କରିଥିଲେ। ଏହି ପାଠ୍ୟକ୍ରମ ରେ ଅଧିକ ଶାରୀରିକ ଶ୍ରମ ଥିବାରୁ ଅଧିକାଂଶ ପୁଅମାନେ ଏହି ଟ୍ରେଡ କୁ ନିଅନ୍ତି। ହେଲେ ଏଥିରେ ମହିଳା ଙ୍କ ପାଇଁ କୋଟା ଥିବା ବେଳେ ଏହାର ଫାଇଦା ନେଇ ଆଗାମୀ ଦିନରେ ଏକ ଭଲ ନିଯୁକ୍ତି ସୁଯୋଗ ଅଛି ବୋଲି ଗୁରୁ ଭଞ୍ଜନ ଦାଶ ସୁପ୍ରିତ ଙ୍କୁ କହିଥିଲେ। ଆଉ ଯାହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇଥିଲେ ସୁପ୍ରିତ। ଆଉ କଡା ପରିଶ୍ରମ ଓ ନିଷ୍ଠା ଦ୍ୱାରା ସବୁ କିଛି ସମ୍ଭବ ହୋଇପାରେ ବୋଲି ସୁପ୍ରିତ ସର୍ବ ଭାରତୀୟ ସ୍ତରରେ ଟପ୍ପର ହୋଇ ପ୍ରମାଣିତ କରିଦେଇଛନ୍ତି। ସୁପ୍ରିତ ଙ୍କ ସଫଳତା ପୁରୀ ଆଇଟିଆଇ କଲେଜ ଓସମଗ୍ର ପୁରୀ ଜିଲ୍ଲା କୁ ଗର୍ବ ଆଣିଦେଇଛି।ପୁରୀ ଆଇଟିଆଇ କଲେଜ ର ଅଧ୍ୟାପକ ଭଞ୍ଜନ ଦାଶ କହିଛନ୍ତି, ପୁରୀ ଆଇଟିଆଇ କଲେଜ ର ଛାତ୍ରୀ ସୁପ୍ରିତ ମହାପାତ୍ର ମେକାନିକ୍ ମୋଟର ଭେହୀକିଲ୍ ର ମହିଳା ଙ୍କ ବର୍ଗରେ ସର୍ବ ଭାରତୀୟ ଟପ୍ପର ହୋଇଛନ୍ତି। ଏଥି ପାଇଁ ତାଙ୍କୁ ଆଗାମୀ ୨୧ ତାରିଖରେ ଲକ୍ଷ୍ନୌ ରେ ପ୍ରଧାନମନ୍ତ୍ରୀ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ। ସୁପ୍ରିତ ଙ୍କ କଠିନ ପରିଶ୍ରମ ଓ ଶୃଙ୍ଖଳା ଯୋଗୁ ସେ ଏହି ବଡ ସଫଳତା ଆଣିଛନ୍ତି। ଏହା କେବଳ ସୁପ୍ରିତ ଙ୍କ ପାଇଁ ନୁହେଁ ଏହା ସମଗ୍ର ପୁରୀ ଜିଲ୍ଲା ପାଇଁ ଓ ପୁରୀ ଆଇଟିଆଇ କଲେଜ ପାଇଁ ଏକ ଗର୍ବର ବିଷୟ। ସୁପ୍ରିତ ସଫଳତା ଝିଅ ମାନଙ୍କୁ ବହୁତ ଉତ୍ସାହିତ କରିବ ଏହି ଆଇଟିଆଇ କୋର୍ସ ପ୍ରତି।

Leave a Reply

Your email address will not be published. Required fields are marked *