May 17, 2025
Home » ପୁରୀ ଜିଲ୍ଲା ରେ ନିଯୁକ୍ତ ହେବେ ୭୩୩ କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ)

ପୁରୀ ଜିଲ୍ଲା ରେ ନିଯୁକ୍ତ ହେବେ ୭୩୩ କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ)

0
WhatsApp Image 2024-10-01 at 5.41.41 AM

ପୁରୀ ଜିଲ୍ଲାରେ ନିଯୁକ୍ତ ହେବେ ୭୩୩ କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) । ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ସଭାପତି ସ୍ୱାପ୍ନାରାଣୀ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲା ପରିଷଦର ଉପ ସଭାପତି ସ୍ୱାଧୀନ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ଯୋଗ ଦେଇ ଏହି ନିଯୁକ୍ତି ଯୋଗୁ ଶିକ୍ଷା ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହେବା ସହ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ବୋଲି ଆଶା ବ୍ୟକ୍ତ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ସମସ୍ତଙ୍କୁ ସ୍ୱାଗତ ସହ ଏହି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ବିଷଦ ତଥ୍ୟ ଉପସ୍ଥାପନ କରିଥିଲେ। ପରେ ବିସ୍ତୃତ ଆଲୋଚନା ପରେ ଏହି ନିଯୁକ୍ତି ପ୍ରକ୍ରିୟାକୁ ଜିଲ୍ଲା ପରିଷଦ ପକ୍ଷରୁ ଅନୁମୋଦନ କରାଯାଇଥିଲା। ବର୍ଗ -୧ ଅନ୍ତର୍ଭୁକ୍ତ କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) ମାନଙ୍କର ଚୁକ୍ତି ସ୍ୱାକ୍ଷର ନିମନ୍ତେ ଅକ୍ଟୋବର ୧ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ଗ -୨ ଅନ୍ତର୍ଭୁକ୍ତ କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) ମାନଙ୍କ ନିମନ୍ତେ ଅକ୍ଟୋବର ୩ ତାରିଖ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ ଜିଲ୍ଲା ପରିଷଦର ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଭୁଷଣ ସମରଥ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *